ସମ୍ବଲପୁର , ୨୮/୩ :  ସମ୍ବଲପୁର ଡିଏସଆର୍ ଗିରଫ । ଜମିବାଡି ଚଂଚକତା ଅଭିଯୋଗର ସମ୍ବଲପୁର ଡିଏସଆରଙ୍କ ସମେତ ୨ ଗିରଫ । ସମ୍ବଲପୁର ଟାଉନ ଥାନା ପୋଲିସ ଡିଏସଆର ସୂର୍ଯ୍ଯ ନାରାୟଣ ସାମଲ ଓ ଚନ୍ଦ୍ର ପ୍ରସାଦ ଡୁଙ୍ଗୁରିଆ ଗିରଫ ହୋଇଛନ୍ତି । ଏହି ଘଟଣାଟି ସ୍ବର୍ଗତ ନବ ଦାସଙ୍କ ପୁତୁରା ସମୀର ଦାସଙ୍କୁ ଜମି ଦଲାଲ୍    ମାନେ ଚଂଚକତା କରି ବୁଢାରଜାର ଏକ ଜମି ବିକ୍ରି କରିଥିଲେ । 

ତେବେ ସମୀର ଦାସଙ୍କ ବାପା ବ୍ରଜ ଦାସ ଏହି ଘଟଣାରେ ସନ୍ଦେହ ହେବାରୁ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସମ୍ପୃକ୍ତ ଘଟଣା ଜଣାଇଥିଲେ । ଫଳରେ ଏହାର ତଦନ୍ତ ହେବା ପରେ  ଡିଏସଆରଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ପୋଲିସ ଗିରଫ କରିଛି । ଏହି ଘଟଣାରେ ୨ଜଣ ପୋଲିସ ଅଧିକାରୀଙ୍କର ମଧ୍ଯ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି ।