ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ସମ୍ବଲପୁରରେ ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଉଦ୍‌ଯାପିତ: ବର୍ଷାରେ ଭିଜି ମନ୍ଦିର ଫେରିଲେ ଦେବ ଦମ୍ପତି

ସମ୍ବଲପୁର,୨୭/୦୫: କାଳ କାଳକୁ ରହି ଆସିଥିବା କଥା ପୁଣି ପ୍ରମାଣିତ ହେଲା । ପ୍ରଚଣ୍ଡ ଖରାରେ ବସୁଧା ଅସ୍ତବ୍ୟସ୍ତ ହେଉଥିଲା । ହେଲେ ଜଗତପିତା ଏବଂ ଜଗତମାତାଙ୍କ ଯୁଗଳ ଦର୍ଶନ ଶେଷ ହେବା କ୍ଷଣି ଆକାଶରୁ ମେଘ ବି ଢାଳିଲା । ଆଉ ଭିଜାଇଲା ଦେବଭୂମିରେ ପରିଣତ ସମ୍ବଲପୁରକୁ । ଶୀତଳଷଷ୍ଠୀରେ ଧରା ହେଲା ଶୀତଳ । ଦୀର୍ଘ ୧୬ ଘଣ୍ଟା ଧରି ଜନସମୁଦ୍ର ଭିତରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ସନ୍ଧ୍ୟାରେ ମନ୍ଦିରକୁ ପ୍ରବେଶ କରିଛନ୍ତି ଦେବ ଦମ୍ପତି । ଏହି ଦୁର୍ଲ୍ଲଭ ଦର୍ଶନରେ ଅପାର ଆନନ୍ଦ ପାଇଛନ୍ତି ଅଗଣିତ ଭକ୍ତ । ସେପଟେ, ଏହି ଯୁଗଳ ଦର୍ଶନ ଶୋଭାଯାତ୍ରା ଦେଶର ସାଂସ୍କୃତିକ ବିବିଧତାରେ ଏକତାର ନିଦର୍ଶନ ଦେଇଛି । ଦେବ ଦମ୍ପତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସହ ଉଦ୍‌ଯାପିତ ହୋଇଛି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ବାହୁଡ଼ି ଯାଇଛନ୍ତି ନିଜ ନିଜ ଅଞ୍ଚଳକୁ ।

ଗୁରୁବାର ବ୍ରହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିବା ପରେ ଦିନତମାମ କନ୍ୟାପିତା ମାତାଙ୍କ ଘରେ ଆତିଥ୍ୟ ନେଇଥିଲେ ଦେବ ଦମ୍ପତି । ଆଉ ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମଧ୍ୟରାତ୍ରରେ ଆକର୍ଷଣୀୟ ପରଭା ସମ୍ମୁଖରେ ସୁସଜ୍ଜିତ ରଥରେ ବିରାଜମାନ କରିଥିଲେ ଶିବ-ପାର୍ବତୀ । ମହାଆଳତି ପରେ ଆରମ୍ଭ ହୋଇଥିଲା ବହୁ ପ୍ରତୀକ୍ଷିତ ଯୁଗଳ ଦର୍ଶନ ଶୋଭାଯାତ୍ରା । ରାଜ୍ୟ ତଥା ଦେଶର ପ୍ରତିଟି ପ୍ରାନ୍ତରରୁ ପ୍ରାୟ ୧୫ ହଜାର କଳାକାରଙ୍କ ସମାଗମରେ ସମ୍ବଲପୁର ଉଠୁଥିଲା ଆଉ ପଡୁଥିଲା । ଦେଶର ସାଂସ୍କୃତିକ ବିବିଧତା ମଧ୍ୟରେ ଏକତା ଦେଖିବାକୁ ମିଳିଥିଲା ଏହି ସମସ୍ତ କଳାକାରଙ୍କ ପ୍ରଦର୍ଶନ ମାଧ୍ୟମରେ । ଦୀର୍ଘ ୧୫ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ଚାଲିଥିବା ନଗର ପରିକ୍ରମା ଶୋଭାଯାତ୍ରା ସନ୍ଧ୍ୟାରେ ପୁଣି ମନ୍ଦିର ପ୍ରାଙ୍ଗଣକୁ ଫେରିବା ପରେ ଶେଷ ହୋଇଥିଲା । ଆଉ ପୁଣି ଦେବ ଦମ୍ପତିଙ୍କ ମହା ଆଳତି ହେବା ପରେ ବିଭିନ୍ନ ପଡ଼ାର ପରମ୍ପରା ଅନୁଯାୟୀ, ଦେବ ଦମ୍ପତିଙ୍କୁ ଭୋଗ ଲାଗି ହୋଇଥିଲା। ପରେ ଠାକୁରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.