ଭୁବନେଶ୍ୱର,୨୩/୦୫: ସମ୍ବଲପୁର ଟାଉନ୍ ଥାନାର ଜଣେ ଏଏସ୍‌ଆଇ ନିଲମ୍ବିତ । ଏଏସ୍‌ଆଇ ବିଦ୍ୟୁତ୍ ରଞ୍ଜନ ପଣ୍ଡା ଥାନା ପରିସରରୁ କଫ୍‌ସିରପ୍ ବକ୍ସ ନେଇଯିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ୨ଟି କଫ୍‌ସିରପ୍ ବକ୍ସ ନେଇଯିବା ଅଭିଯୋଗକୁ ଭିତ୍ତି କରି ସମ୍ବଲପୁର ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୂଚନା ମୁତାବକ, କିଛି ଦିନ ତଳେ କନେଷ୍ଟବଳରୁ ଏଏସ୍‌ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍ ରଞ୍ଜନ ପଣ୍ଡା । ହେଲେ ଏହାପରେ ତାଙ୍କ ନାଁରେ ଏକ ଗୁରୁତର ଅଭିଯୋଗ ଆସିଥିଲା । ମାଲଖାନାରେ ଥିବା ଜବତ କଫ୍‌ସିରପ୍‌ରୁ ୨ଟି ବକ୍ସ ଚୋରି କରିଥିବା ଉକ୍ତ ଥାନାର ଅନ୍ୟ ଅଧିକାରୀମାନେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ସମ୍ବଲପୁର ଏସପି ତଦନ୍ତ ଆରମ୍ଭ କରିଥିଲେ । ଏଏସଆଇ ବିଦ୍ୟୁତ୍ ରଞ୍ଜନ ପଣ୍ଡାଙ୍କଠୁ ୨ଟି କଫସିରପ୍ ପେଟି ମିଳିବା ହେବାପରେ ତାଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।