ନୂଆଦିଲ୍ଲୀ,୩/୧୧ : ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ମନ୍ଦିରରୁ ଘଣ୍ଟା ଚୋରି କରିଥିବା ଚୋରକୁ ପୋଲିସ ରବିବାର ସକାଳେ ଏନକାଉଣ୍ଟର ପରେ ଗିରଫ କରି ନେଇଛି । ଗୋଡ଼ରେ ଗୁଳି ଲାଗିବାରୁ ଚୋର ଜଣଙ୍କ ଆହତ ହୋଇଛି । ଯାହାକୁ ଏସପି କୃଷ୍ଣ କୁମାର ବିଶ୍ଣୋଇ ଚେତାବନୀ ଦେଇ କହିଛନ୍ତି କି ଯଦି ଆଗାମୀ ଦିନରେ ଚୋରି କରିବୁ ତ ଗୋଡ଼ରେ ନୁହେଁ ବରଂ ମୁଣ୍ଡରେ ଗୁଳି ମାରିବି ।

ସମ୍ଭବ ଏସପି ଚୋରକୁ ପଚାରିଥିଲେ କି ମନ୍ଦିରରୁ ଘଣ୍ଟା କାହିଁକି ଚୋରି କରୁଛ । ଏହାପରେ ସେ ଚୋରକୁ ଚେତାବନୀ ଦେଇ କହିଛନ୍ତି କି, ଯଦି ଆଗାମୀ ଦିନରେ ଚୋରି କରିବାର ଦେଖେ ତେବେ ଏଥର ଗୋଡ଼ରେ ନୁହେଁ ବରଂ ମୁଣ୍ଡରେ ଗୁଳି ମାରିଦେବି । 

ପ୍ରକାଶ ଯେ, ଏନକାଉଣ୍ଟର‌ ପରେ ଗିରଫ ହୋଇଥିବା ଚୋର ୨୭ଅକ୍ଟୋବରରେ ମନ୍ଦିରରୁ ଘଣ୍ଟା ଚୋରି କରିଥିଲା । ଏହା ପୂର୍ବରୁ ବି ସେ କେତେକ ସ୍ଥାନରୁ ଚୋରି କରିଥିଲା । ପୋଲିସ ଗୁଳିରେ ଆହତ ହେବା ପରେ ତାକୁ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ଲାଗି ନିଆଯାଇଥିଲା । ସେଠାରେ ଏସପି ଆସି ପଚରାଉଚରା କରିଥିଲେ । ଯାହାପରେ ସେ ଏସପିଙ୍କ ସାମ୍ନାରେ କାନ ଧରି କାନ୍ଦିବାକୁ ଲାଗିଥିଲା।