୧୫ ମାର୍ଚ୍ଚରେ ଲଞ୍ଚ ହେବ ସାମସଙ୍ଗର ଏହି ମଡେଲ୍, ୧୨ ଜିବି ରାମ୍ ସହିତ ମିଳିବ ୧ ଟିବି ଷ୍ଟୋରେଜ୍

source:www.jagran.com
ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଆଗାମୀ କିଛି ଦିନ ମଧ୍ୟରେ ୨ଟି ନୂଆ ସ୍ମାର୍ଟଫୋନ୍ Samsung Unpacked ଇଭେଣ୍ଟରେ ଲଞ୍ଚ କରିପାରେ । ଏପର୍ଯ୍ୟନ୍ତ Galaxy S10 ର ଫିଚର୍ସ, ହାର୍ଡୱେୟାର ଡିଜାଇନ୍ ଓ ପ୍ରାଇସ୍ ସମ୍ପର୍କରେ କିଛି ତଥ୍ଯ ସାମ୍ମାକୁ ଆସିଛି । କହିରଖୁଛୁ ସାମସଙ୍ଗ ୨୦ ଫେବୃୟାରୀରରେ ଗାଲାକ୍ସି ଏସ୍ ୧୦ ସିରିଜ ଫ୍ରାନ୍ସିସ୍କୋରେ ଲଞ୍ଚ କରିବ । ଭାରତୀୟ ସମୟାନୁସାରେ ରାତି ୧୨.୩୦ ଅର୍ଥାତ୍ ୨୧ ଫେବୃୟାରୀରେ ଲଞ୍ଚ କରାଯିବ ।
Samsung Galaxy ସିରିଜ କେବେ ହେବ ଲଞ୍ଚ
Samsung Philippines ପ୍ରି ଅର୍ଡର ପେଜ୍ ପ୍ରଦର୍ଶନ କରିଛି ଯେଉଁଥିରେ ଗାଲାକ୍ସି S10+ ର ଲିମିଟେଡ୍ ଏଡିସନର ଉପଲବ୍ଧତା ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ପେଜ୍ ଅନୁସାରେ ଏହି ଫୋନ୍ ୧୫ ମାର୍ଚ୍ଚ ୨୦୧୯ରୁ ଉପଲବ୍ଧ କରାଯିବ । ଏହି ପେଜରେ Galaxy S10e, Galaxy S10 ଓ Galaxy S10+ ସାମିଲ ନାହିଁ । Galaxy S10+ ର ଲିମିଟେଡ୍ ଏଡିସନ୍ ୧ ଟିବି ଇଣ୍ଟରନାଲ୍ ଷ୍ଟୋରେଜ୍ ଓ ୧୨ ଜିବି ରାମ ସହିତ ମାର୍କେଟକୁ ଆସିବ । କମ୍ପାନୀ ନିକଟରେ ଘୋଷଣା କରିଥିଲା ଯେ ମୋବାଇଲ ଡିଭାଇସ୍ ପାଇଁ ୧ ଟିବିର UFS ଚିପ୍ସ ପ୍ରସ୍ତୁତ କରୁଛି । ତେବେ ଅନୁମାନ ଲଗାଯାଉଛି ଏହି ଲିମିଟେଡ୍ ଏଡିସନ୍ ଫୋନରେ ୧ ଟିବି ଷ୍ଟୋରେଜ୍ ଦିଆଯାଇପାରେ । ୧୨ ଜିବି ରାମ୍ ସହିତ Lenovo Z5 Pro GT ସ୍ମାର୍ଟଫୋନ୍ ମଧ୍ୟ ଉପଲବ୍ଧ ଅଛି କିନ୍ତୁ କେବଳ ଚାଇନାରେ ।
ତେବେ ଏହି ମଡେଲର ବିଭିନ୍ନ ଅପ୍ସନ ମଧ୍ୟ ରହିଛି ଯଥା D Galaxy S10e । ଏଥିରେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି। ତେବେ ଅପ୍ସନ ସି କୁ Galaxy S10 କୁହାଯାଉଛି । ଅନ୍ୟପଟେ ଅପ୍ସନ ବି ଓ ଏ ଉଭୟ Galaxy S10+ ର ମଡେଲ୍ସ । ଏହି ୪ ଡିଭାଇସ୍ ସ୍ନାପଡ୍ରାଗନ୍ ୮୫୫ ପ୍ରୋସେସର ସହିତ ଆସିବ କିମ୍ବା ଏକ୍ସିନୋସ ୯୮୨୦ ପ୍ରୋସେସର ସହିତ ମାର୍କଟେକୁ ଆସିବ । ଏଥିରେ ରିଭର୍ସ ଚାର୍ଜିଂ ସପୋର୍ଟ ଓ ଆଣ୍ଡ୍ରଏଡ୍ ୯ ପାଇ ସପୋର୍ଟ ଦିଆଯିବ ।
Galaxy S10eର ମୂଲ୍ୟ ୭୫୦ ଡଲାର ଅର୍ଥାତ୍ ପ୍ରାୟ ୫୩୪୫୬ ଟଙ୍କା ହେବ । Galaxy S10ର ମୂଲ୍ୟ ୯୦୦ ଡଲାର ଅର୍ଥାତ୍ ୬୪,୧୪୭ ଟଙ୍କା ଓ Galaxy S10+ର ମୂଲ୍ୟ ୧୦୦୦ ଡଲାର ଅର୍ଥାତ୍ ୭୧ ୨୭୫ । ତେବେ Galaxy S10+ର ଲିମିଟେଡ୍ ଅପ୍ସନ ୧୫୦୦ ଡଲାର ଅର୍ଥାତ୍ ପ୍ରାୟ ୧୦୬୯୧୨ ଟଙ୍କା ହୋଇପାରେ ।