ଛତ୍ରପୁର, ୧୮/୦୬: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସାନ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଗୁଛି । ବର୍ତ୍ତମାନ ସୁଦ୍ଧା ୨୦ମିଟର ସମୁଦ୍ର କୂଳ ଲଙ୍ଘିବା ଫଳରେ ଦୁଇଟି ମନ୍ଦିର ସମୁଦ୍ର ଭିତରେ ଲୀନ ହୋଇଯାଇଛି । ଏବେ ଆଉ ଏକ ମନ୍ଦିର ଲୀନହେବା ଅପେକ୍ଷାରେ ରହିଛି । ମଙ୍ଗଳବାର ଗଙ୍ଗାଦେବୀ ଏବଂ ଠାକୁରାଣୀ ମନ୍ଦିର ଲୀନ ହୋଇଥିବା ବେଳେ ମା ହରଚଣ୍ଡୀ ଠାକୁରାଣୀ ମନ୍ଦିର ସମୁଦ୍ର ଆଁରେ ଲୀନ ହେବାକୁ ଯାଉଛି ।
ବର୍ତ୍ତମାନ ଶୁଖୁଆ ଶୁଖାଯିବା ପ୍ଳାଟଫର୍ମ ଠାରୁ ସମୁଦ୍ର ଆଉ ମାତ୍ର ଅଳ୍ପ ଦୂରରେ ରହିଛି । ଗାଁ ଠାରୁ ସମୁଦ୍ର ୫୦ମିଟର ଦୂରରେ ରହିଥିବା ବେଳେ ବର୍ତ୍ତମାନ ୨୦ମିଟର କୂଳ ଲଂଘଛି । ଏହାରୁ ନେଇ ଗ୍ରାମବାସୀ ଭୟଭୀତ ହେବା ସହ ଏଥିପାଇଁ ଗୋପାଳପୁର ବନ୍ଦରକୁ ଦାୟୀ କରୁଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ବନ୍ଦର ସମ୍ମୁଖରେ ହଜାର ହଜାର ମତ୍ସ୍ୟଜୀବୀ ଧାରଣା ଦେବେ ବୋଲି ଆଜି ବୈଠକରେ ନିଷ୍ପତ୍ତି ନେଇଛନ୍ତି ।