ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ନବୀନଙ୍କ ତାଗିଦ୍ ପରେ ସନାଙ୍କ ସ୍ପଷ୍ଟୋକ୍ତି : 'ମୁଁ ଦଳରୁ ଦୂରେଇ ଯାଇନାହିଁ, ବିଜେଡିରେ ଥିଲି, ଅଛି, ରହିବି...'

Published By : Prameya | February 13, 2025 2:43 PM

ଭୁବନେଶ୍ଵର, ୧୩/୦୨ : ବିଧାନସଭାରେ ନବୀନଙ୍କ ତାଗିଦ୍ ପରେ ପ୍ରତିକ୍ରିୟା ରଖିଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼। ସେ କହିଛନ୍ତି ଯେ, 'ବିଧାୟକ ଦଳ ବୈଠକକୁ କାହିଁକି ଆସିନଥିଲି ବୋଲି ମୋତେ ନବୀନ ପଚାରିଥିଲେ, ଅସୁସ୍ଥତା ଯୋଗୁଁ ଆସିନଥିବା ତାଙ୍କୁ ଜଣାଇଥିଲି। ସେ ହେଉଛନ୍ତି ଦଳର ମୁରବୀ। ତାଙ୍କର ପଚାରିବାର ଅଧିକାର ଅଛି। ବିଜେପି ଯିବା କଥା ମୋତେ କହି ନାହାଁନ୍ତି। ମୁଁ ବିଜେଡିରେ ଥିଲି, ଅଛି ଏବଂ ରହିବି। ମୁଁ ଦଳରୁ ଦୂରେଇ ଯାଇନାହିଁ।' ସେହିପରି ବିଜେପି ଯିବା ନେଇ ସନା କହିଛନ୍ତି ଯେ, 'ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଉଛୁ, ତାଙ୍କ ସହ ଆଲୋଚନା କରୁଛୁ। ସେ ସାରା ରାଜ୍ୟର ମୁଖ୍ୟମନ୍ତ୍ରୀ, କେବଳ ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି। ମୁଁ ବିକାଶ ସହ ଅଛି।' 

ଏହି ଖବରଟିକୁ ପଢନ୍ତୁ-ବିଜେପି ମୁହାଁ ସନା ! ତାଗିଦ୍ କଲେ ନବୀନ

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାରେ ପ୍ରବେଶ କରିବା ସମୟରେ ବିଜେଡି ବିଧାୟକମାନେ ତାଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ନବୀନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖି ଅଟକି ଯାଇଥିଲେ। ଗତକାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ଅସୁସ୍ଥତା ଯୋଗୁଁ ଆସିନଥିବା କହିଥିଲେ ସନା। ପ୍ରତ୍ୟୁତ୍ତରରେ ବିଜେପି ଆଡ଼କୁ ମୁହାଁଉଛ କି... ବୋଲି କହି ସନାଙ୍କୁ ତେରଛା ବାଣ ମାରିଥିଲେ ନବୀନ। 

ନବୀନଙ୍କ ଏଭଳି ରୋକ୍‌ଠୋକ୍ କଥାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ଅଧିବେଶନ ଆରମ୍ଭରୁ ନବୀନ ଆକ୍ସନ ମୁଡ୍‌ରେ ଥିବା ଦେଖିବାକୁ ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.