ପ୍ରତ୍ୟେକ ବର୍ଷ ଏହି ମନ୍ଦିରଙ୍କୁ ଆସିଥାନ୍ତି ନାଗ-ନାଗୁଣୀ, କାରଣ…

pic- internet
ହରିୟାଣା : ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ବର୍ଷକୁ ଥରେ ନାଗ ନାଗୁଣୀ ଆସନ୍ତି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ମନ୍ଦିର ହେଉଛି କୈଥଲ ଜିଲ୍ଲାର ପେହୱା ନିକଟ ଅରୁଣାଇ ସ୍ଥିତ ଶ୍ରୀ ସଙ୍ଗମେଶ୍ୱର ମହାଦେବ ମନ୍ଦିର। ତେବେ ବଡ଼ କଥା ହେଉଛି ଏହି ମନ୍ଦିରକୁ ବର୍ଷକରେ ଥରେ ନାଗ ନାଗୁଣୀ ଆସନ୍ତି। ଏଠାରେ ପୂଜା କରୁଥିବା ଭକ୍ତମାନଙ୍କୁ ଏହା କୌଣସି କ୍ଷତି ପହଞ୍ଚାଇନଥାଏ, ବରଂ କିଛି ସମୟ ପରେ ଏଠାରୁ ଚାଲିଯାଆନ୍ତି।
କୁହାଯାଏ ଯେ ଏହି ନାଗ-ନାଗୁଣୀଙ୍କର ଏହି ଯୋଡ଼ି ଶିବ ପ୍ରତିମୂର୍ତ୍ତିରେ ପରିକ୍ରମା କରନ୍ତି । ଏହି ମନ୍ଦିରରେ ଶିବରାତ୍ରୀ ଦିନ ଭକ୍ତମାନଙ୍କ ଭିଡ଼ ଜମେ। ପୁରାଣ ଅନୁଯାୟୀ ଏଠାରେ ଭଗବାନ ଶିବ ସ୍ବଂୟ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ଯିଏକି ଶମ୍ଭୁ ଲିଙ୍ଗ ରୂପରେ ମୁଖ୍ୟ ମନ୍ଦିରରେ ଆଜି ବି ବିରାଜମାନ ଅଛନ୍ତି।
ବିଶ୍ବାସ କରାଯାଏ ଯେ, ଏଠାରେ ଶିବଲିଙ୍ଗ ଉପରେ ଜଳାଭିଷେକ ଏବଂ ପୂଜନ କରିବା ଏବଂ ଏଠାରେ ଅବସ୍ଥିତ ବେଲ ଗଛରେ ସୂତା ବାନ୍ଧିବା ଦ୍ବାରା ସମସ୍ତ ଇଚ୍ଛା ପୂରଣ ହୁଏ । ମନସ୍କାମନା ପୂରା ହେବା ପରେ ଭକ୍ତମାନଙ୍କୁ ପୁନର୍ବାର ଏଠାରେ ପୂଜା କରିବାକୁ ଏବଂ ଧାଗା ବା ସୂତା ଖୋଲିବା ପାଇଁ ଆସିବାକୁ ପଡ଼େ। କୁହାଯାଏ ଯେ ଦେବୀ ସରସ୍ୱତୀ ଅଭିଶାପ ମୁକ୍ତି ପାଇଁ ଏଠାରେ ଶିବଙ୍କୁ ପୂଜା କରିଥିଲେ।