ଛାଡପତ୍ର ପରେ ଝିଅକୁ ବାପା ଆମିରଙ୍କ ସହ ଭେଟିବାକୁ ଦେଉନାହାଁନ୍ତି ସଞ୍ଜୀଦା, ପଚରାଯିବାରୁ ଏମିତି କିଛି କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୦୨/୦୭: ଏକ ସମୟ ଥିଲା ଯେତେବେଳେ ସଞ୍ଜୀଦା ଶେଖ ଏବଂ ଆମିର ଅଲି ଛୋଟ ପରଦାରେ ସବୁଠାରୁ ପ୍ରିୟ କପଲ୍ ଥିଲେ। ଉଭୟ କିଛି ସମୟ ପାଇଁ ପରସ୍ପରକୁ ଡେଟ୍ କରିବା ପରେ ୨୦୧୨ରେ ବିବାହ କରିଥିଲେ। ୨୦୧୯ ରେ ସରୋଗେସି ମାଧ୍ୟମରେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା, ଯାହାର ନାମ ଆୟରା। ଦୁହେଁ ୮ ବର୍ଷ ପର୍ଯ୍ୟନ୍ତ ସୁଖମୟ ଦାମ୍ପତ୍ୟ ଜୀବନ ବିତାଇଥିଲେ, କିନ୍ତୁ ୨୦୨୦ ମସିହାରେ ସେମାନଙ୍କର ଅଲଗା ହେବାର ଖବର ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଦେଇଥିଲା।
ଚଳିତ ବର୍ଷ ଜାନୁଆରୀରେ ଆମୀର ଅଲି ଏବଂ ସଞ୍ଜୀଦା ଶେଖ ଆନୁଷ୍ଠାନିକ ଭାବେ ଅଲଗା ହୋଇଥିଲେ। ଝିଅ ଆୟାରର କଷ୍ଟଡି ସଞ୍ଜୀଦା ପାଇଥିଲେ ମଧ୍ୟ ସେ ଏବଂ ଆମୀର ସେମାନଙ୍କ ପିଲାର କୋ-ପ୍ୟାରେଣ୍ଟିଂ କରିବେ। କିନ୍ତୁ ଖବର ଅନୁଯାୟୀ, ସଞ୍ଜୀଦା ତାଙ୍କ ଝିଅକୁ ଆମୀରଙ୍କୁ ଭେଟିବାକୁ ଦେଉନାହାଁନ୍ତି। ଆମିର ତାଙ୍କର ତିନି ବର୍ଷର ଝିଅକୁ ଭେଟିବାର ପ୍ରାୟ ନଅ ମାସ ବିତିଗଲାଣି। ଦେଖାଯାଉଛି, ଆମୀର ମଧ୍ୟ ତାଙ୍କ ଝିଅକୁ ଭେଟିବା ପାଇଁ ସଂଗ୍ରାମ ଛାଡିଦେଇଛନ୍ତି।
ଯେତେବେଳେ ସଞ୍ଜୀଦା ଶେଖଙ୍କୁ ଏ ବିଷୟରେ ପଚରାଗଲା, ସେ କହିଛନ୍ତି, ‘ମୁଁ ଭାବୁଛି ଲୋକମାନେ ମୋର ପ୍ରଫେସନାଲ୍ ଲାଇଫ୍ ଅପେକ୍ଷା ପର୍ସନାଲ୍ ଲାଇଫ୍ ବିଷୟରେ ଜାଣିବାକୁ ଅଧିକ ଆଗ୍ରହୀ । ମୁଁ ମୋର ପର୍ସନାଲ୍ ଲାଇଫକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରେ। ରୁମର୍ସଙ୍କୁ, ମୁଁ କହିବାକୁ ଚାହେଁ, ଏକ ସିଙ୍ଗଲ ପ୍ୟାରେଣ୍ଟ ଭାବରେ ମୁଁ ମୋ ଝିଅକୁ ସର୍ବୋତ୍ତମ ଦେବା ପାଇଁ ଚେଷ୍ଟା କରୁଛି। ତାକୁ ଏକ ପଜେଟିଭ୍ ବାତାବରଣ ଦେବା ମୋର ପ୍ରାଥମିକତା ଏବଂ ମୁଁ ତାହା ବାଛିଛି।’