ନୂଆଦିଲ୍ଲୀ,୧୮।୧୨:  ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି(ଆପ୍‌)ବଡ଼ ପ୍ରତିଶୃତି। ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ବୁଧବାର ପାର୍ଟି ମୁଖ୍ୟାଳୟରେ କହିଛନ୍ତି, ନିର୍ବାଚନ ପରେ ତାଙ୍କ ସରକାର ଗଠନ ହେଲେ ‘ସଞ୍ଜୀବନି ଯୋଜନା’ ଲଞ୍ଚ କରାଯିବ। ଏହି ସ୍କିମ୍‌ ଅନୁସାରେ ୬୦ ବର୍ଷ କିମ୍ବା ତାଙ୍କଠାରୁ ବୟସ୍କ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଦିଆଯିବ। 

କେଜ୍ରିଓ୍ବାଲ ପାର୍ଟି ମୁଖ୍ୟାଳୟରେ କହିଛନ୍ତି, ନିର୍ବାଚନ ପରେ ତାଙ୍କ ଦଳ ସରକାର ଗଡନ କଲେ ଏହି ସ୍କିମ୍ ପାସ୍ କରିବ। ପୂର୍ବତନ ସିଏମ୍ କହିଛନ୍ତି, ଦିଲ୍ଲୀରେ ୬୦ ବର୍ଷରୁ ଅଧିକ ବୟସ୍କର ଯେତେ ଲୋକ ଅଛନ୍ତି, ତାଙ୍କୁ ମାଗଣରେ ଚିକିତ୍ସା କରାଯିବ। ସେମାନେ ସରକାରୀ କିମ୍ବା ବେସରକାରୀରେ କରନ୍ତୁ, ତାଙ୍କୁ ମାଗଣା ଚିକିତ୍ସା କରାଯିବ। ଏହାର ସବୁ ଖର୍ଚ୍ଚ ବହନ କରିବେ ଦକାର। ଏଥିରେ କୌଣସି ବିପିଏଲ, ଏପିଏଲ୍‌ର କୌଣସି ଲିମିଟ ରହିବନି। ଧନୀ-ଗରିବ ସମସ୍ତେ ମାଗଣା ଚିକିତ୍ସା କରିପାରିବେ। ଖର୍ଚ୍ଚର କୌଣସି ସୀମା ରହିବନି, ଯେତେ ଖର୍ଚ୍ଚ ଆସିବ ସେତେ ଦିଲ୍ଲୀ ସରକାର ଦେବେ।  ଯୋଜନାର ନାମକରଣକୁ ନେଇ କହିଛନ୍ତି, ରାମାୟଣରେ ଏକ କାହାଣୀ ଅଛି। ଯେତେବେଳେ ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣ ମୁର୍ଚ୍ଛା ହୋଇଯାଇଥିଲେ ତାଙ୍କ ଜୀବନ ବଞ୍ଚାଇବା ପାଇଁ    ହନୁମାନ ହିମାଳୟରୁ ସଞ୍ଜିବନୀ ଆଣିଥିଲେ। ଠିକ୍ ସେଭଳି ଏହି ଯୋଜନା ରହିବ।

କେଜ୍ରିଓ୍ବାଲଙ୍କ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଯୋଜନାର ବିକଳ୍ପ ବୋଲି କୁହାଯାଉଛି। ନିକଟରେ କେନ୍ଦ୍ର ସରକାର ଏହି ସ୍କିମ୍ ଅନୁସାରେ, ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେଇଥିଲେ। ଦିଲ୍ଲୀରେ ଆପ୍ ସରକାର ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିନଥିଲା।  ।