PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଜାମିନ୍‌ ମଞ୍ଜୁର୍‌ ପରେ କେନ୍ଦ୍ରାପଡ଼ାବାସୀଙ୍କ ତୀବ୍ର ପ୍ରତିକ୍ରିୟା ; କେନ୍ଦ୍ରାପଡ଼ାରେ ପୂରାଇ ଦେବୁନି

କେନ୍ଦ୍ରାପଡ଼ା,୨୩/୦୭(ଆପ୍ର): ସନ୍ତୋଷ ରାଉଳ ଓରଫ ସାରଥି ବାବାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିବା ଖବର ପ୍ରଚାରିତ ହେବା ପରେ କେନ୍ଦ୍ରାପଡ଼ାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ମାଟିରେ ସାରଥିଙ୍କୁ ପୂରାଇ ନଦେବାକୁ ଜିଦ୍‌ରେ ଅଟଳ ଅଛନ୍ତି ଅଞ୍ଚଳବାସୀ । ନ୍ୟାୟାଳୟଙ୍କ ଆଦେଶକୁ ଆମେ ସମ୍ମାନ ଦେଉଛୁ । ପୂର୍ବରୁ ଏକ ମାମଲାରେ କୋର୍ଟ ସାରଥିଙ୍କୁ ବାରିମୂଳ ଆଶ୍ରମକୁ ଯିବାକୁ ବାରଣ କରି ସର୍ତ୍ତମୂଳକ ଜାମିନ ଦେଇଥିଲେ । ଏଣୁ ଏଥର ସାରଥି କେନ୍ଦ୍ରାପଡ଼ାକୁ ଯେମିତି ନଆସିବେ ସେଥିପ୍ରତି ଦୃଷ୍ଟି ଦିଆଯାଉ । ସାରଥିଙ୍କୁ ପୁଣି ଥରେ କେନ୍ଦ୍ରାପଡ଼ାରେ ପୂରାଇ ଆମେ ଏ ମାଟିକୁ କଳୁଷିତ କରାଇବାକୁ ଚାହୁଁନୁ ବୋଲି କହିଛନ୍ତି କେନ୍ଦ୍ରାପଡ଼ାର ଅନେକ ବାସିନ୍ଦା ।

ଅନ୍ୟପକ୍ଷେ ବାରିମୂଳବାସୀ କୌଣସି ବି ପରିସ୍ଥିତିରେ ତାଙ୍କୁ ଅଞ୍ଚଳରେ ପୂରାଇ ନଦେବାକୁ ପଣ କରିଛନ୍ତି । ଏଥିଲାଗି ଯାହା ମୂଲ୍ୟ ଦେବାକୁ ପଡୁ ପଛକେ, ସେମାନେ ଦେବେ ବୋଲି କହିଛନ୍ତି । ସାରଥି ଏବଂ ତାଙ୍କ ପାଳିତ ପୁଅ ସତ୍ୟମ୍‌କୁ କେବେ ବି କେନ୍ଦ୍ରାପଡ଼ାରେ ପୂରାଇ ଦିଆଯିବନି ବୋଲି ଅନେକ ସ୍ଥାନୀୟ ବାସିନ୍ଦା ଦୁର୍ବାର ଶପଥ ବି ନେଇଛନ୍ତି । ଅଧର୍ମ, ଅନୀତି, ଅତ୍ୟାଚାର ବିରୋଧରେ ଏହା ଧର୍ମର ଲଢ଼େଇ ବୋଲି ସେମାନେ କହିଛନ୍ତି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଅଞ୍ଚଳର ସଙ୍ଗଠକ ପ୍ରଶାନ୍ତ କୁମାର ସାମଲ । ପୂର୍ବରୁ ସାରଥି ବିରୋଧୀ ଆନ୍ଦୋଳନକୁ ତେଜିୟାନ କରିବାକୁ ଯାଇ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥିବା ସାମାଜିକ କର୍ମୀ ମମତା ସାମନ୍ତରାୟ ସାରଥିର ପାପାଚାର, ବ୍ୟଭିଚାରକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି । ଲୋକେ ପ୍ରକୃତ ସତ୍ୟ ଅବଗତ ହେବା ପରେ ତାଙ୍କଠାରୁ ସ୍ୱତଃପ୍ରବୃତ ଭାବେ ଦୂରେଇ ଯାଇଛନ୍ତି । ଧର୍ମର ଦ୍ୱାହି ଦେଇ ସାରଥି ଲୋକମାନଙ୍କୁ ଭୂଆଁ ବୁଲାଉଥିଲେ । ଏକଥା କାହାରିକୁ ଆଉ ଅଛପା ନାହିଁ ବୋଲି ସେ କହିଛନ୍ତି । ସେହିପରି ବରିଷ୍ଠ ଶିକ୍ଷକ ବାରିମୂଳ ବାସିନ୍ଦା ବାଙ୍କବିହାରୀ ମହାପାତ୍ର ଚେତାବନୀ ଦେଇଛନ୍ତି କି’ ତାଙ୍କ ଖେଳ ସରିଯାଇଛି । ଆମ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସାରଥିକୁ କଦାପି ଏଠାରେ ଆସିବାକୁ ଦେବୁନି । ଏପରି ଉଦ୍ୟମ ହେଲେ, ପୁଣି ଥରେ ଆନ୍ଦୋଳନ ହେବ ।

ସାଢ଼େ ତିନି ବର୍ଷ ତଳେ ହାଇଦ୍ରାବାଦ ଗୋଲକୁଣ୍ଡାଠାରେ ଥିବା ଏକ ହୋଟେଲରେ ଜଣେ ମେଡିକାଲ ଛାତ୍ରୀଙ୍କ ସହ ରହଣି ପରି ସଙ୍ଗିନ ଅଭିଯୋଗ ସାରଥିଙ୍କୁ ବିବାଦ ଘେରକୁ ଟାଣି ନେଇଥିଲା । ପରେ ପରେ ଏ ସଂକ୍ରାନ୍ତରେ ପ୍ରମାଣ ସହ ସମସ୍ତ ଦସ୍ତାବିଜ ସାମନାକୁ ଆସିଯିବା ପରେ ତାଙ୍କର ଅସଲ ମୁଖା ଖୋଲି ଯାଇଥିଲା । ଏହାର କିଛିଦିନ ଆଗରୁ ସାରଥିଙ୍କ ଅନ୍ଦରମହଲରୁ ସୁନା ଅଳଙ୍କାର ଚୋରିକୁ ନେଇ ତାଙ୍କର ପ୍ରମୁଖ ଚେଲାମାନଙ୍କ ସହ ବିବାଦ ଏ ଘଟଣାକୁ ଅଧିକ ନିଆଁ ଧରାଇ ଦେଇଥିଲା । ସତ ଲୁଚାଇବାକୁ ଯାଇ ସାରଥି ଘଡ଼ିକି ଘଡ଼ି ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଅଧିକ ବିବାଦୀୟ ହୋଇପଡ଼ିଥିଲେ । ଆଧ୍ୟାତ୍ମିକତା ନାଁରେ ଦୀର୍ଘଦିନ ଧରି ନିରୀହ ଲୋକଙ୍କ ଭାବନା ସହ ଖେଳି ଆସିଥିବା ସନ୍ତୋଷ ଓରଫ ସାରଥି ଶେଷରେ ବନ୍ଧା ହୋଇ ଜେଲ ହାଜତକୁ ଯାଇଥିଲେ । ସେବେଠାରୁ ବାରିମୂଳ ସାରଥି ଆଶ୍ରମ ଖାଲି । ତାଙ୍କ ମା’, ଦୁଇ ଜଣ ଚେଲା, ୨ଟି ଗାଈ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ଛାଡ଼ିଦେଲା ପରେ ଆଉ କେହି ସେଠାରେ ନାହାନ୍ତି । ଆଶ୍ରମକୁ କ’ଣ କେନ୍ଦ୍ରାପଡ଼ାକୁ ଆଉ ତାଙ୍କୁ ପୂରାଇ ନଦେବାକୁ ଅଞ୍ଚଳରେ ଆଲୋଚନା ଏବେ ଜୋର୍‌ ଧରିଛି ।