ଭୁବନେଶ୍ୱର,୨୬/୧୨:  ୭୮ତମ ସିନିୟର  ପୁରୁଷ ଜାତୀୟ ଫୁଟବଲ ଚାମ୍ପିଅନସିପ୍‌ ‘ସନ୍ତୋଷ ଟ୍ରଫି’  ଫାଇନାଲ ରାଉଣ୍ଡରେ ଓଡ଼ିଶା କ୍ୱାର୍ଟର  ଫାଇନାଲରେ ଆସନ୍ତାକାଲି ଶକ୍ତିଶାଳୀ  ପଶ୍ଚିମବଙ୍ଗକୁ ଭେଟିବ । ମେଘାଳୟ  ବିପକ୍ଷରେ ଦଳ ମ୍ୟାଚ୍‌ ଡ୍ର’ ରଖିବା ପରେ କ୍ୱାର୍ଟରରେ  ପ୍ରବେଶ କରିଥିଲା ।  

ଗ୍ରୁପ୍‌ ବି’ରେ ୧୩ ପଏଣ୍ଟ ସହ କେରଳ  ପ୍ରଥମ, ମେଘାଳୟ (୮ ପଏଣ୍ଟ) ଦ୍ୱିତୀୟ, ଦିଲ୍ଲୀ  (୭ ପଏଣ୍ଟ) ତୃତୀୟ ଏବଂ ଓଡ଼ିଶା (୫ ପଏଣ୍ଟ)  ଚତୁର୍ଥ ସ୍ଥାନରେ ରହି କ୍ୱାର୍ଟର ଫାଇନାଲକୁ ଉନ୍ନୀତ  ହୋଇଥିଲେ । ପଶ୍ଚିମବଙ୍ଗ କିନ୍ତୁ ଗ୍ରୁପ୍‌ ଏ’ରେ  ଟପ୍ପର ହୋଇଥିଲା । ୪ଟି ମ୍ୟାଚ୍‌  ଜିତିଥିବାବେଳେ ଗୋଟିଏ ମ୍ୟାଚ୍‌ ଡ୍ର’  ରଖିଥିଲା । ସନ୍ତୋଷ ଟ୍ରଫିରେ ପଶ୍ଚିମବଙ୍ଗ ସର୍ବାଧିକ  ୩୨ ଥର ଚାମ୍ପିଅନ ହୋଇଛି । ହେଲେ ଓଡ଼ିଶା ଥରୁଟିଏ  ବି ଫାଇନାଲ ଖେଳି ନାହିଁ । ତଥାପି ଦଳ ତା’ର  ଶ୍ରେଷ୍ଠ ପ୍ରଦର୍ଶନ ଦେଇ ସେମି ଫାଇନାଲରେ ପ୍ରବେଶ  କରିବାକୁ ଲକ୍ଷ୍ୟ ରଖିଛି ।