PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

SAP ବି ୩୦୦୦ କର୍ମଚାରୀଙ୍କର କରିବ ଛଟେଇ ,ଏହି କାରଣ ଦର୍ଶାଇଲା କମ୍ପାନୀ …

ନୂଆଦିଲ୍ଲୀ – ଜର୍ମାନୀର ସଫ୍ଟୱେୟାର କମ୍ପାନୀ SAPରେ ବି ମାନ୍ଦା ସ୍ଥିତିର ପ୍ରଭାବ ଦେଖିବାକୁ ମିଳିଛି। କମ୍ପାନୀ ଗୁରୁବାର କହିଛି କି  ଆଗାମୀ ଦିନରେ ଏଠାରେ କାମ କରୁଥିବା ୩ହଜାର କର୍ମଚାରୀଙ୍କର ଛଟେଇ କରିବ। ୱାଲ୍ଡୋର୍ଫ-ଆଧାରିତ ଗ୍ରୁପ୍‌ ( ଯାହା ପାରମ୍ପରିକ ସଫ୍ଟୱେୟାର ଓ କ୍ଲାଉଡ୍-ଆଧାରିତ କମ୍ପ୍ୟୁଟିଂ ସେବା ପ୍ରଦାନ କରିଥାଏ),କହିଛି କି ସେ ନିଜର ମୁଖ୍ୟ ବ୍ୟବସାୟକୁ ଦୃଢ଼ କରିବା ଓ ଦକ୍ଷତାରେ ସୁଧାର କରିବାକୁ ଟାର୍ଗେଟେଡ୍‌ ରିଷ୍ଟ୍ରକଚରିଂ କରିବାକୁ ଯୋଜନା କରିଛି।

AFP  ଅନୁସାରେ , ୨୦୨୨ ମସିହାର ରେଜଲ୍ଟର ଖୁଲାସା କରି କମ୍ପାନୀ ନିଜର ଏକ ରିପୋର୍ଟରେ କହିଛି କି , ଏହି ପ୍ରୋଗ୍ରାମ୍‌ରୁ SAPର ପାଖାପାଖି ୨.୫ ପ୍ରତିଶତ କର୍ମଚାରୀମାନେ ପ୍ରଭାବିତ ହୋଇପାରନ୍ତି।  ସାରା ବିଶ୍ୱରେ ବର୍ତ୍ତମାନ SAP ସହ ୧,୨୦,୦୦୦କର୍ମଚାରୀ କାମ କରନ୍ତି । ଯଦୁ ଏଥିରୁ ଅଢେଇ ପ୍ରତିଶତଙ୍କୁ ବାହାରକୁ ବାହାର କରାଯାଏ ତ ଏହାର ଅର୍ଥ ଏହି କି ମୋଟ ୩୦୦୦ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବାକୁ ପ୍ରସ୍ତୁତିରେ ରହିଛି।  

କହି ରଖୁଛୁ କି, SAP ପୂର୍ବରୁ ଦୁନିଆରେ ଆର୍ଥିକ ମାନ୍ଦା ସ୍ଥିତିର ଚିତ୍କାର ମଧ୍ୟରେ ଇ-କମର୍ସ କମ୍ପାନୀ ଆମାଜନ ବଡ଼ ଛଟେଇ କରିବାକୁ ବଡ଼ ଘୋଷଣା କରିଥିଲା। ଆମାଜନ କହିଥିଲା କି ସେ ପାଖାପାଖି ୧୮ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି। ଛଟେଇର ଏହି ପ୍ରକ୍ରିୟା ୧୮ ଜାନୁୟାରୀରୁ ଆରମ୍ଭ ହେବ । ସିଇଓ ଆଣ୍ଡି ଜେସିଙ୍କ ଦ୍ୱାରା ସେୟାର କରାଯାଇ ଥିବା ନୋଟ୍ ମୁତାବିକ , ଏହି ବଡ଼ ଛଟେଇର ସବୁଠୁ  ଅଧିକ ପ୍ରଭାବ କମ୍ପାନୀର ଇ-କମର୍ସ ଓ ମାନବ-ସମ୍ୱଳ ( ଏଚଆର) ସେକ୍ସନରେ କାମ କରୁଥିବା କର୍ମଚାରୀଙ୍କ ଉପରେ ପଡ଼ିବ।

ଆମାଜନ କମ୍ପାନୀର ସିଇଓ ଏକ ବୟାନରେ କହିଥିଲେ କି ମୋର ଆଶା କି ୨୦୨୩ର ପ୍ରାରମ୍ଭରେ ଆହୁରି ଅଧିକ ଛଟେଇ ହେବ। ଆମେ ସାଧାରଣରେ ଏହି ପରିଣାମ ବିଷୟରେ ସୂଚନା ଦେବାକୁ ପ୍ରତିକ୍ଷା କରୁ, ଯେପର୍ଯ୍ୟନ୍ତ ଆମେ ଏହି ଲୋକଙ୍କ ସହ କଥା ନହୋଇଛୁ , ଯିଏ କି ସିଧା ସଳଖ ପ୍ରଭାବିତ ହୋଇଥାନ୍ତି ।