ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କୁମ୍ଭ ସ୍ନାନ ସାରି ଫେରିବା ବେଳେ ଅଘଟଣ;ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍, ୭ମୃତ

Published By : Anindita Ratha | February 2, 2025 10:55 AM

ନୂଆଦିଲ୍ଲୀ,୦୨/୦୨:  କୁମ୍ଭ ସ୍ନାନ ସାରି ଫେରିବା ବେଳେ ଅଘଟଣ। ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍  । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁଜୁରାଟର ଡାଙ୍ଗ ଜିଲ୍ଲା ଅନ୍ତର୍ଗତ ସାପୁତାରା ନିକଟ ମାଲେଗାଓଁ ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। 

ସୂଚନା ମୁତାବକ, ଆଜି ଭୋର ପ୍ରାୟ ୫ଟା ୩୦ ମିନିଟରେ ଶ୍ରଦ୍ଧାଳୁଙ୍କୁ ନେଇ ଏକ ଘରୋଇ ବସ୍ କୁମ୍ଭମେଳାରୁ ଫେରୁଥିଲା । ସେହି ସମୟରେ ବସଟି ନାଶିକ୍-ସୁରଟ ରାଜପଥର ସାପୁତାରା ଘାଟି ନିକଟରେ ଭାରସାମ୍ୟ ହରାଇ ୩୫ ଫୁଟ ଗଭୀର ଘାଇକୁ ଖସିପଡିଥିଲା । ଫଳରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଏହା ମଧ୍ୟ ପଢନ୍ତୁ-  ଭୟଙ୍କର ସଡକ ଦୁର୍ଘଟଣା; ଘାଟିକୁ ଖସିଲା ଫଳ ବୋଝେଇ ଟ୍ରକ , ୧୧ ମୃତ ୧୫ ଆହତ

ତେବେ ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଡ୍ରାଇଭର ବସ୍ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ବସିଥିବା ଯାତ୍ରୀମାନେ ଗୁଜୁରାଟକୁ ଦେବ ଦର୍ଶନ ପାଇଁ ଯାଉଥିଲେ। କୁହାଯାଉଛି ଯେ ଦୁର୍ଘଟଣା ବସ୍‌ରେ ସମସ୍ତ ମୃତ ଓ ଆହତ ମଧ୍ୟପ୍ରଦେଶର।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.