ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭୟଙ୍କର ସଡକ ଦୁର୍ଘଟଣା; ଘାଟିକୁ ଖସିଲା ଫଳ ବୋଝେଇ ଟ୍ରକ , ୧୧ ମୃତ ୧୫ ଆହତ

Published By : Ankita S | January 22, 2025 12:13 PM

ବେଙ୍ଗାଲୁରୁ,୨୨/୧ : କର୍ଣ୍ଣାଟକର ଉତ୍ତର କନ୍ନଡ ଅରିବିଲେ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ ଫଳବିକାଳୀଙ୍କୁ ନେଇ କୁମତା ମାର୍କେଟକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୫୦ ଫୁଟ ଗଭୀର ଘାଟିକୁ ଖସି ପଡିଥିଲା ଟ୍ରକ୍ । ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି । ମୃତ ସମସ୍ତେ ଫଳ ବିକାଳୀ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ଓଲଟି ପଡିଥିଲା । ଛିନଛତ୍ର ହୋଇ ଏଣେତେଣେ ପଡିଛି ଫଳ । ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୧୫ ଜଣ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଆହତଙ୍କୁ ହୁବାଳୀ କେଏମଏସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟଏକ ଗାଡିକୁ ସାଇଡ ଦେବାକୁ ଯାଇ ୫୦ ଫୁଟ ଗଭୀର ଘାଟିକୁ ଖସି ପଡିଥିଲା ଫଳ ବୋଝେଇ ଟ୍ରକ । କୁମତା ମାର୍କେଟକୁ ସମସ୍ତ ଫଳବିକାଳୀ ଯାଉଥିଲେ । ଫଳ ବିକ୍ରି କରି ଦୁଇ ପଇସା ରୋଜଗାର କରିବା ଆଶାରେ ଯାଉଥିଲେ । ହେଲେ କିଏ ଜାଣିଥିଲା ବାଟରେ ମୃତ୍ୟୁ ଜଗି ବସିଛି ବୋଲି । ଦୁର୍ଘଟଣାରେ ଲିଭି ଯାଇଛି ୧୧  ଜୀବନ ଦୀପ । ସାଭାନୁର-ହୁବାଳି ରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।

ଏହା ବି ପଢନ୍ତୁ...ସଡକ ସୁରକ୍ଷା ମାସରେ ଗଲାଣି ୮ ଜୀବନ; ପାଦେ ପାଦେ ବିପଦ,ଘରକୁ ସୁରକ୍ଷିତ ଫେରିବା ସ୍ବପ୍ନ

ଏସଏଫ କାମ୍ମର କେଏମଏସ ହସ୍ପିଟାଲ ନର୍ଦ୍ଦେଶକ କହିଛନ୍ତି, ଡାକ୍ତରଖାନାକୁ ଆସିବା ଆଗରୁ ସମସ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୧୫ ଜଣ ଚିକିତ୍ସିତ ଅଛନ୍ତି । ସମସ୍ତେ ଏମରଜେନ୍ସିଂ ବିଭାଗରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସମସ୍ତଙ୍କୁ ୨୪ ଘଣ୍ଟିଆ ଚିକିତ୍ସା ଯୋଗାଇ ଦିଆଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.