ବେଙ୍ଗାଲୁରୁ,୨୨/୧ : କର୍ଣ୍ଣାଟକର ଉତ୍ତର କନ୍ନଡ ଅରିବିଲେ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ ଫଳବିକାଳୀଙ୍କୁ ନେଇ କୁମତା ମାର୍କେଟକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୫୦ ଫୁଟ ଗଭୀର ଘାଟିକୁ ଖସି ପଡିଥିଲା ଟ୍ରକ୍ । ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି । ମୃତ ସମସ୍ତେ ଫଳ ବିକାଳୀ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ଓଲଟି ପଡିଥିଲା । ଛିନଛତ୍ର ହୋଇ ଏଣେତେଣେ ପଡିଛି ଫଳ । ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୧୫ ଜଣ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଆହତଙ୍କୁ ହୁବାଳୀ କେଏମଏସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟଏକ ଗାଡିକୁ ସାଇଡ ଦେବାକୁ ଯାଇ ୫୦ ଫୁଟ ଗଭୀର ଘାଟିକୁ ଖସି ପଡିଥିଲା ଫଳ ବୋଝେଇ ଟ୍ରକ । କୁମତା ମାର୍କେଟକୁ ସମସ୍ତ ଫଳବିକାଳୀ ଯାଉଥିଲେ । ଫଳ ବିକ୍ରି କରି ଦୁଇ ପଇସା ରୋଜଗାର କରିବା ଆଶାରେ ଯାଉଥିଲେ । ହେଲେ କିଏ ଜାଣିଥିଲା ବାଟରେ ମୃତ୍ୟୁ ଜଗି ବସିଛି ବୋଲି । ଦୁର୍ଘଟଣାରେ ଲିଭି ଯାଇଛି ୧୧  ଜୀବନ ଦୀପ । ସାଭାନୁର-ହୁବାଳି ରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।

ଏହା ବି ପଢନ୍ତୁ...ସଡକ ସୁରକ୍ଷା ମାସରେ ଗଲାଣି ୮ ଜୀବନ; ପାଦେ ପାଦେ ବିପଦ,ଘରକୁ ସୁରକ୍ଷିତ ଫେରିବା ସ୍ବପ୍ନ

ଏସଏଫ କାମ୍ମର କେଏମଏସ ହସ୍ପିଟାଲ ନର୍ଦ୍ଦେଶକ କହିଛନ୍ତି, ଡାକ୍ତରଖାନାକୁ ଆସିବା ଆଗରୁ ସମସ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୧୫ ଜଣ ଚିକିତ୍ସିତ ଅଛନ୍ତି । ସମସ୍ତେ ଏମରଜେନ୍ସିଂ ବିଭାଗରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସମସ୍ତଙ୍କୁ ୨୪ ଘଣ୍ଟିଆ ଚିକିତ୍ସା ଯୋଗାଇ ଦିଆଯାଉଛି ।