PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଦୋଷା କିଙ୍ଗ୍ ରାଜଗୋପାଳଙ୍କ ହୃଦଘାତରେ ମୃତ୍ୟୁ,ନିଜ କର୍ମଚାରୀର ପତ୍ନୀଙ୍କୁ ପାଇବାକୁ ପାଲଟିଯାଇଥିଲେ ହତ୍ୟାକାରୀ

ନୂଆଦିଲ୍ଲୀ,୧୮।୭: ଦୋଷା କିଙ୍ଗ ତଥା ସରଭନା ଭବନର ପ୍ରତିଷ୍ଠାତା ପି.ରାଜଗୋପାଳଙ୍କ ଆଜି ଚେନ୍ନାଇର ଏକ ହସ୍ପିଟାଲରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ଗତ କିଛି ସପ୍ତାହ ପୂର୍ବେ ସେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଉପରେ ଜଣେ କର୍ମଚାରଙ୍କୁ ଅପହରଣ କରି ତାଙ୍କୁ ହତ୍ୟା କରିବାର ଅଭିଯୋଗ ଲାଗିଥିଲା। ଯେଉଁଥିପାଇଁ ମାଡ୍ରାସ ହାଇକୋର୍ଟ ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହି ନିଷ୍ପତ୍ତିକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କିନ୍ତୁ ତାଙ୍କୁ ଏଥର ମଧ୍ୟ ଆଶ୍ବସ୍ଥି ମିଳିନଥିଲା। ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାୟମ ରଖିଥିଲେ।

ଏହାପୂର୍ବରୁ ସୁପ୍ରିମକୋର୍ଟ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡାଦେଶ ଦେଇଥିବା ଦକ୍ଷିଣ ଭାରତୀୟ ବ୍ୟଞ୍ଜନର ଶୃଙ୍ଖଳା ସରଭନା ଭବନର ମାଲିକଙ୍କୁ ସମର୍ପଣ କରିଦେଇଛନ୍ତି ଓ ସମୟ ଦେବାକୁ ମନା କରିଦେଇଥିଲେ। ରାଜଗୋପାଳଙ୍କୁ ୭ ଜୁଳାଇ ପର୍ଯ୍ୟନ୍ତ ଆତ୍ମସମର୍ପଣ କରିବାର ଥିଲା। ଏହି ମାମଳାର ଆବେଦନ ଏବଂ ଶୁଣାଣି ବେଳେ ସେ ଅସୁସ୍ଥ ଥିବା ନେଇ ସୂଚନା ଦିଆଯାଇନଥିଲା।

ଉଲ୍ଲେଖନୀୟ ଯେ, ରାଜଗୋପାଳ ୨୦୦୪ରେ ତାଙ୍କର ଜଣେ କର୍ମଚାରୀଙ୍କୁ ହତ୍ୟା ମାମଲାରେ ସଜା ଶୁଣାଯାଇଥିଲା। ରାଜଗୋପାଳ ସେହି କର୍ମଚାରୀକୁ ହତ୍ୟା କରି ତା’ର ପତ୍ନୀକୁ ବିବାହ କରିବାକୁ ଚାହୁଁଥିଲେ। ତଦନ୍ତ ବେଳେ ଏହି କଥାର ଖୁଲାସା ହୋଇଥିଲା ଯେତେବେଳେ ଜଣେ ଜ୍ୟୋତିଷଙ୍କ ପରାମର୍ଶରେ ସେ ମହିଳା ଜଣଙ୍କୁ ତାଙ୍କର ତୃତୀୟ ପତ୍ନୀ କରିବାକୁ ଚାହୁଁଥିଲେ। ସେତେବେଳେ ରାଜଗୋପାଳଙ୍କ ଦୁଇଜଣ ପତ୍ନୀ ଥିଲେ।

ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଚଳିତ ବର୍ଷ ୨୯ ମାର୍ଚ୍ଚରେ ରାଜଗୋପାଳଙ୍କ ସହିତ ୯ ଜଣ ଦୋଷୀଙ୍କ ଆବେଦନ ଖାରଜ କରି ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ଦେଇଥିବା ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଜାରି ରଖିଥିଲେ। ହାଇକୋର୍ଟ ୨୦୦୯ରେ ଏହି ହତ୍ୟାକାଣ୍ଡ ମାମଲାରେ ରାଜଗୋପାଳ ଓ ଅନ୍ୟ ୮ ଜଣଙ୍କୁ ୧୦ ବର୍ଷ ଲେଖାଏଁ ସଜାକୁ ବଢାଇ ଆଜୀବନରେ ପରିଣତ କରିଥିଲେ। ପି ରାଜଗୋପାଳ ୧୯୮୧ରେ ନିଜର ପ୍ରଥମ ରେସ୍ତୋଁରା ଏଭଳି ସମୟରେ ଖୋଳିଥିଲେ ଯେତେବେଳେ  ବାହାରେ ଖାଦ୍ୟ ଖାଇବା ଅଧିକାଂଶ ଭାରତୀୟଙ୍କ ସମ୍ଭବ ନଥିଲା। ଏହି ରେସ୍ତୋଁରା ଏବେ କେବଳ ଭାରତ ନୁହେଁ ସାରା ବିଶ୍ବରେ ଯେପରିକି ନ୍ୟୁୟର୍କ ଠାରୁ ଲଣ୍ଡନ ପର୍ଯ୍ୟନ୍ତ ରହିଛି।