ମୁମ୍ବାଇ,୧୬/୦୧: ଭାରତୀୟ ଟେଷ୍ଟ ଦଳ ସହ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାତ୍ରା କରିଥିବା ସର୍ଫରାଜ  ଖାନ୍‌ ଆଗାମୀ ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ ଖେଳିବେ ନାହିଁ  ବୋଲି ଜଣା ପଡ଼ିଛି । ତାଙ୍କ ପଞ୍ଜରାରେ ଆଘାତ ଲାଗିଛି । ଫଳରେ  ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଥିବା ମୁମ୍ବାଇ କ୍ରିକେଟ୍‌  ଆସୋସିଏସନ୍‌ ପକ୍ଷରୁ ଘୋଷଣା କରାଯାଇଛି । 

ସୂଚନାଯୋଗ୍ୟ, ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପରାଜୟ  ପରେ ସମସ୍ତ ଟେଷ୍ଟ ଦଳର ସଦସ୍ୟଙ୍କୁ ରଣଜୀ ଟ୍ରଫିର ଦ୍ୱିତୀୟ  ଭାଗରେ ଖେଳିବା ପାଇଁ ବିସିସିଆଇ ପରାମର୍ଶ ଦେଇଥିଲା । ଇତି  ମଧ୍ୟରେ ରୋହିତ ଶର୍ମା ମୁମ୍ବାଇ ଦଳ ସହ ଅଭ୍ୟାସ ଆରମ୍ଭ କରିଛନ୍ତି ।  ଯଶସ୍ୱୀ ଜୈସ୍ୱାଲ ମଧ୍ୟ ଜାମ୍ମୁ ଓ କାଶ୍ମୀର ବିପକ୍ଷ ମ୍ୟାଚ୍‌ ଖେଳିବା  ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପଟେ ବିରାଟ କୋହଲି, ରିଷଭ ପନ୍ତ,  ଶୁଭମନ ଗିଲ୍‌ ମଧ୍ୟ ନିଜ ନିଜ ରାଜ୍ୟ ପକ୍ଷରୁ ରଣଜୀ ଟ୍ରଫି ଖେଳିବେ ।