ପ୍ରମୂଖ ଖବର

ବିଡିଓ ନିଯୁକ୍ତି ଦାବିରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ଧାରଣା

Published By : Prameya | May 7, 2025 7:30 PM

ଚନ୍ଦାହାଣ୍ଡି, ୭।୫  ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦାବିରେ  ଚନ୍ଦାହାଣ୍ଡି ବ୍ଲକ ର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ମାନେ  ମଙ୍ଗଳବାର ଠାରୁ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକେଇଛନ୍ତି। ଏଥି ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷ। ସୁମିତ୍ରା ପୂଜାରୀଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି।  

ବୁଧବାର ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ଅତିରିକ୍ତ ସିଡ଼ିଓ  ଯଦୁମଣି ନାୟକ ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା କରିବା ସହ ଆନ୍ଦୋଳନରୁ ଓହରିବାକୁ ବୁଝା ସୁଝା କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ରହିବା ସହ ସ୍ଥାୟୀ ବିଡ଼ିଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।  ସେପଟେ ଆନ୍ଦୋଳନକୁ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝୀ ସମର୍ଥନ ଜଣାଇ ଆନ୍ଦୋଳନ କାରୀ ଙ୍କ ସହ ଦୀର୍ଘ ସମୟ ଧାରଣା ରେ ବସିଥିଲେ। ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ସମସ୍ତ ସରପଞ୍ଚ, ସମିତି ସଭ୍ୟ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.