PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିଲେ ସରପଞ୍ଚ, ଖାତାରେ ଲେଖିଲେ ଅଭିଯୋଗ, ଏଭଳି ଉଦ୍ୟମକୁ ଲୋକଙ୍କ ପ୍ରଶଂସା

କେନ୍ଦୁଝର, ୦୫/୦୭: ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିଲେ ସରପଞ୍ଚ। ସାଥିରେ ପଞ୍ଚାୟତ ସମିତିସଭ୍ୟ ଓ ନିଜର ସହକର୍ମୀଙ୍କୁ ନେଇ ଗାଁର ସବୁ ଘର ବୁଲିଲେ। ଏମିତିକି ହାତରେ ଖାତା କଲମ ଧରି ଲୋକଙ୍କ ସମସ୍ୟା ଗୁଡ଼ିକୁ ଗୋଟି ଗୋଟି କରି ଲେଖିଲେ ସରପଞ୍ଚ। ଏପରି ନିଆରା ଉଦ୍ୟମ  ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତରେ ।  

ସୂଚନା ଅନୁସାରେ, ଗତ ପଞ୍ଚାୟତ ନିର୍ବାଚନରେ ରବିନ୍ଦ୍ର କୁମାର ଜେନା ସରପଞ୍ଚ ଭାବେ ବିଜୟୀ ହୋଇଥିଲେ । ନିର୍ବାଚନରେ ଲୋକଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ କରିବା ନେଇ ପ୍ରତିଶୃତି ରଖିଥିଲେ। ଆଉ ସେଥିପାଇଁ ସେ ଆରମ୍ଭ କରିଛନ୍ତି ଏପରି ଅଭିନବ ପ୍ରୟାସ । ସରପଞ୍ଚ ରବିନ୍ଦ୍ର କୁମାର ଜେନା ଓ ସମିତିସଭ୍ୟ ବାବନ ସେଠୀ ଉଭୟେ ନୁଆରମ୍ପାସ ଗାଁର ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଆରମ୍ଭ କରିଛନ୍ତି ଏହି ନିଆରା ଉଦ୍ୟମ।

ସେମାନେ ହାତରେ ଖାତା କଲମ ଧରି ଘରକୁ ଘର ବୁଲି କାହାର କଣ ସମସ୍ୟା ଅଛି ଖାତାରେ ଲେଖିଛନ୍ତି। ଲୋକମାନେ ସରପଞ୍ଚଙ୍କ ପାଖରେ ଗାଁର ରାସ୍ତା ସମସ୍ୟା, ଭତ୍ତା ସମସ୍ୟା, ରେସନକାର୍ଡ ସମସ୍ୟା ଏବଂ ଆବାସ ଯୋଜନା ଭଳି ସମସ୍ୟା କଥା ଉଠାଇଥିଲେ । ଆଉ ସରପଞ୍ଚ ସମସ୍ତଙ୍କ ନାଁ ପାଖରେ ତାଙ୍କର ସମସ୍ୟାକୁ ଲେଖିବା ସହ ତାଙ୍କର ଟେଲିଫୋନ ନମ୍ବର ମଧ୍ୟ ଲେଖିଛନ୍ତି। ଲୋକମାନେ ମଧ୍ୟ ସରପଞ୍ଚଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ଲୋକମାନେ କହିଛନ୍ତି, ପୁର୍ବରୁ ଛଅ ଛଅ ଜଣ ସରପଞ୍ଚ ଗଲେଣି, ଏପରି ଉଦ୍ୟମ କେହି କେବେ କରିନଥିଲେ । ଯଦି ନୂଆ ସରପଞ୍ଚ ଏପରି ଉଦ୍ୟମ କରିଛନ୍ତି ଆମେ ତାଙ୍କୁ ସହଯୋଗ କରିବୁ । ଏବେ ଆମ ସମସ୍ୟା ଗୁଡିକ ନିଶ୍ଚିତ ସମାଧାନ ହେବ ବୋଲି ବଡରମ୍ପାସ ପଞ୍ଚାୟତ ବାସୀ କହିଛନ୍ତି । ଏନେଇ ସରପଞ୍ଚ ଶ୍ରୀ ଜେନା କହିଛନ୍ତି, ଗୋଟିଏ ଦିନରେ ଗୋଟିଏ ଗୋଟିଏ ୱାର୍ଡ ବୁଲିବାକୁ ପଡ଼ିବ । ଆମେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛୁ ଓ ଲୋକଙ୍କ ପାଇଁ କାମ କରିବୁ ବୋଲି ସେ କହିଛନ୍ତି ।