ଶନିବାର ରାଶିଫଳ: ବାଣିଜ୍ୟ ବ୍ୟବସାୟରେ କ୍ଷତି ହେବା ସହ ପରିବାରରେ ଅଶାନ୍ତି ଦେଖାଦେବ, ସତର୍କ ରୁହନ୍ତୁ ଏହି ରାଶିର ଲୋକେ

ଅଦ୍ୟ ତା.୧୮.୦୬.୨୦୨୨ରିଖ, ମିଥୁନ ୪ ଦିନ, ଆଷାଢ଼ ମାସ କୃଷ୍ଣପକ୍ଷ ପଞ୍ଚମୀ, ଶନିବାର । ପଞ୍ଚମୀ-ରାତ୍ରି ୧୨ଟା ୨୦ ମିନିଟ୍, ଶ୍ରବଣା-ଦିବା ୭ଟା ୩୯ ମିନିଟ୍ । ମକର ଚନ୍ଦ୍ର ସନ୍ଧ୍ୟା ୫ଟା ୪୫ ମିନିଟ୍ । ସୂର୍ଯ୍ୟୋଦୟ-୫ଟା ୦୯ ମିନିଟ୍ ୧୪ ସେକେଣ୍ଡ, ସୂର୍ଯ୍ୟାସ୍ତ-୬ଟା ୨୫ ମିନିଟ୍ ୫୭ ସେକେଣ୍ଡ । ଯୋଗିନୀ ଦକ୍ଷିଣେ, ରାତ୍ରି ୧୨ଟା ଗତେ ପଶ୍ଚିମେ, ମୃତେ ଏକପାଦ ପୁଷ୍କର ଦୋଷ । ବେଲ ଖାଇବା ମନା, ଖାଇଲେ ମହାକଳଙ୍କ ।
ଶନିବାର ରାଶିଫଳ
ମେଷ: କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଆଜି ଯେ କୌଣସି କାମ ହାତକୁ ନେବେ ସେଥିରେ ଶତପ୍ରତିଶତ ସଫଳତା ମିଳିବ । ମନରେ ସତ୍ଚିନ୍ତା, ସତ୍ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମ ପ୍ରତି ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନ ପ୍ରଫୁଲ୍ଲ ରହିବ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ-ହଳଦିଆ, ସଂଖ୍ୟା: ୬, ଆରାଧନା: ପ୍ରଭୁ ହନୁମାନ ।
ବୃଷ: ଘାତବାର ଓ କୃଷ୍ଣପକ୍ଷର ନବମ ଚନ୍ଦ୍ର ହେତୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନ ଅସ୍ଥିର ଓ ବିବ୍ରତ ରହିବ ଏବଂ ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ପଦସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ସନ୍ଧ୍ୟା ୬ଟା ୪୩ ମିନିଟ୍ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ । ଯେଉଁମାନରଙ୍କ ମୃଗଶିରା ବୃଷ ସେମାନେ ସତର୍କ ହେବେ । ଶୁଭରଙ୍ଗ : ମେରୁନ୍, ସଂଖ୍ୟା: ୨, ଆରାଧନା: ପ୍ରଭୁ ଶ୍ରୀରାମ ।
ମିଥୁନ: ଅଷ୍ଟମ ଚନ୍ଦ୍ର ଓ ସନ୍ଧ୍ୟା ୬ଟା ୪୩ ମିନିଟ୍ ପରେ ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ । କର୍ମରେ ବାଧାବିଘ୍ନ ଏବଂ କର୍ମ ପ୍ରତି ଆଳସ୍ୟତା ଭାବ ଦେଖାଦେବ । ସନ୍ଧ୍ୟା ୬ଟା ୪୩ ମିନିଟ୍ ପରେ ଘାତଚନ୍ଦ୍ର ହେତୁ ମାନ ସମ୍ମାନ ହାନି, ପରିବାରରେ ବିବାଦ ଏବଂ ନିଜ କୃତକର୍ମର ପଶ୍ଚାତାପ କରିବେ । ଯେଉଁମାନଙ୍କର ମୃଗଶିରା ମିଥୁନ ସେମାନେ ସତର୍କ ହେବେ । ଶୁଭରଙ୍ଗ : ସବୁଜ, ସଂଖ୍ୟା: ୪, ଆରାଧନା : ପ୍ରଭୁ ନାରାୟଣ ।
କର୍କଟ: ସ୍ତ୍ରୀସୌଖ୍ୟ, ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ ଅପରିଚିତ ମହିଳାଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ସନ୍ତାନସନ୍ତତିଙ୍କ ବିବାହର ଆୟୋଜନ କରିବେ ଏବଂ ପରିବାର ସହ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ସନ୍ଧ୍ୟା ୬ଟା ୪୩ ମିନିଟ୍ ପରେ ଅଷ୍ଟମ ଚନ୍ଦ୍ର ହେତୁ ମନରେ ଅସ୍ଥିରତା ଓ ବିରକ୍ତିଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୨, ଆରାଧନା: ମା’ ସମଲେଶ୍ୱରୀ ।
ସିଂହ: ଘାତବାର ଓ ଘାତଚନ୍ଦ୍ର ହେତୁ ମନରେ ଅସ୍ଥିରତା ଓ ବିରକ୍ତିଭାବ ପ୍ରକାଶ ପାଇବ ଏବଂ ଚାଲିଚଳନ ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ଆର୍ଥିକ ସ୍ଥିତି ବିଗିଡ଼ିଯିବ ଓ ଋଣଗ୍ରସ୍ତ ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ । ସନ୍ଧ୍ୟା ୬ଟା ୪୩ ମିନିଟ୍ ପରେ ସପ୍ତମ ଚନ୍ଦ୍ର ହେତୁ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ । ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ସିଂହ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୧୧, ଆରାଧନା: ପ୍ରଭୁ ଗଜାନନ ।
କନ୍ୟା: ଘାତବାର ଓ କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ହେତୁ ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ହେବ । ବିଦ୍ୟାରେ ଅସଫଳ, ଜ୍ଞାନରେ ଜଡ଼ତା, ଯଶ, କୀର୍ତ୍ତିରେ କଳଙ୍କ, ପରିବାରରେ ମତାନ୍ତର ଏବଂ ଇତର ଜନଠାରୁ ଅପମାନ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଆର୍ଥିକ ସ୍ଥିତି ଉତ୍କଟ ହେବ । କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ । ସନ୍ଧ୍ୟା ୬ଟା ୪୩ ମିନିଟ୍ ପରେ ଷଷ୍ଠ ଚନ୍ଦ୍ର ହେତୁ ସ୍ଥିତିରେ କିଛି ପରିବର୍ତ୍ତନ ଆସିପାରେ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ କନ୍ୟା ସେମାନେ ସତର୍କ ହେବେ । ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୮, ଆରାଧନା: ମା’ ଛିନ୍ନମସ୍ତା ।
ତୁଳା: ମୂଲ୍ୟବାନ ଧାତୁ, ବସନଭୂଷଣ, ଭୂମି ଓ ଯାନବାହନ କ୍ରୟ କରିପାରନ୍ତି । ନୂତନ ପରିବହନ ବ୍ୟବସାୟ ଆରମ୍ଭ କରିବେ ଏବଂ ପରିବହନ ବ୍ୟବସାୟରେ ଆଜି ଅତି ଉତ୍ତମ ଆୟ ହେବ । କର୍ମରେ ସଫଳତା ଓ ପଦସ୍ଥ କର୍ମ•ରୀଙ୍କ କୃପାଲାଭ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି, ସ୍ୱଜନରେ ସୁସମ୍ପର୍କ ଓ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ଯେଉଁମାନଙ୍କର ସ୍ୱାତୀ ଓ ବିଶାଖା ତୁଳା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ମା’ ଗାୟତ୍ରୀ ।
ବିଛା: ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ନୂତନ କର୍ମାରମ୍ଭ କରିବେ କିମ୍ବା ନୂ୍ତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟିର ପ୍ରକାଶ ପାଇବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୬, ଆରାଧନା: ମା’ ବଗଳାମୁଖୀ ।
ଧନୁ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ଆର୍ଥିକ କ୍ଷତି, ଆର୍ଥିକ ଠକାମି ଏବଂ ଧନକୁ ନେଇ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଆଳସ୍ୟତା ଭାବ ଦେଖାଦେବ । ସନ୍ଧ୍ୟା ୬ଟା ୪୩ ମିନିଟ୍ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ ଓ କିଛି ଶୁଭଫଳ ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୭, ଆରାଧନା: ମା’ଧୂମାବତୀ ।
ମକର: ଶ୍ରୀଚନ୍ଦ୍ର, ଶନିବାର ହେତୁ ଆମୋଦପ୍ରମୋଦ ଓ ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ ଏବଂ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । କର୍ମରେ ସଫଳତା ଓ ସମ୍ମାନ ମିଳିବ । ସନ୍ଧ୍ୟା ୬ଟା ୪୩ ମିନିଟ୍ ପରେ ଦ୍ୱିତୀୟ ଚନ୍ଦ୍ର ହେତୁ ମନ ଅସ୍ଥିର ଓ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଧୂସର, ସଂଖ୍ୟା : ୩, ଆରାଧନା : ମା’ ଭୈରବୀ ।
କୁମ୍ଭ: ଦ୍ୱାଦଶ ଚନ୍ଦ୍ର ଓ ଶ୍ରୀଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ମନରୁ ଦୁଶ୍ଚିନ୍ତା ଓ ହତୋତ୍ସାହ ଭାବ ଅପସରି ଯିବ ଏବଂ ମନରେ ସତ୍ଚିନ୍ତା, ସତ୍ଭାବନା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟୟ ବହୁତ କମ୍ ରହିବ । କର୍ମରେ ସଫଳତା ଓ ସମୟାନୁବର୍ତ୍ତିତା ରହିବ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଇନ୍ଦ୍ରନୀଳ, ସଂଖ୍ୟା: ୬, ଆରାଧନା: ମା’ ଚଣ୍ଡୀ ।
ମୀନ: ସନ୍ଧ୍ୟା ୬ଟା ୪୩ ମିନିଟ୍ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଓ ପରେ ଘାତଚନ୍ଦ୍ର ହେତୁ ସନ୍ଧ୍ୟା ୬ଟା ୦୪ ମିନିଟ୍ ପର୍ଯ୍ୟନ୍ତ ସମସ୍ତ କର୍ମରେ ମଧ୍ୟମ ଧରଣର ଶୁଭଫଳ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଏ ସମୟ ପରେ ଘାତଚନ୍ଦ୍ର ହେତୁ ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୯, ଆରାଧନା: ମା’ ତାରା ।