ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ମୋ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ରହେ କିମ୍ବା ନରୁହେ ସତ କହିବାକୁ ଚାହିଁବି : ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଇମୋସନାଲ ପୋଷ୍ଟ

Published By : Harapriya Biswal | June 7, 2025 8:12 PM

ନୂଆଦିଲ୍ଲୀ,୭।୬: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକ୍ ଅସୁସ୍ଥ। ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାପରେ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ସେ ଏକ ଆବେଗଭରା ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି, ସରକାର ତାଙ୍କୁ ଯେ କୌଣସି ପ୍ରକାରରେ ଫଶାଇବାକୁ ଚେଷ୍ଟା କରୁଛନ୍ତି। ମୁଁ ରହେ କିମ୍ବା ନରହେ, କିନ୍ତୁ ଗୋଟିଏ ସତ କଥା କହିବାକୁ ଚାହିଁବି । ସେ କହିଛନ୍ତି, ଯଦି ମୋ ପାଖରେ ଆଜି-ଧନ ସମ୍ପତ୍ତି ରହିଥାନ୍ତା ତେବେ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା କରିଥାନ୍ତି।

ସତ୍ୟପାଲ ମଲିକ୍ ନିଜ ପୋଷ୍ଟରେ ଲେଖିଛନ୍ତି, ମୁଁ ଗତ ପ୍ରାୟ ଏକ ମାସ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଛି। କିଡନୀ ଜନିତ ସମସ୍ୟାରେ ପୀଡିତ। ପରଦିନ ସକାଳେ ଠିକ୍ ଥିଲି, କିନ୍ତୁ ଆଜି ପୁଣିଥରେ ଆଇସିୟୁରେ ସିଫ୍ଟ ହେବାକୁ ପଡିଛି। ମୋର ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ମୁଁ ରୁହେଁ କିମ୍ବା ନରୁହେ ଦେଶବାସୀଙ୍କୁ ସତ କହିବାକୁ ଚାହିଁବି। ରାଜ୍ୟପାଳ ପଦବୀରେ ଥିବା ବେଳେ ମୋତେ ୧୫୦ କୋଟି ଲେଖାଏଁ ଲାଞ୍ଚ ମିଳିଛି। କିନ୍ତୁ ମୁଁ ନିଷ୍ଠାର ସହ କାମ କରୁଥିଲି। ଯେତେବେଳେ ରାଜ୍ୟପାଳ ଥିଲି କୃଷକ ଆନ୍ଦୋଳନ ଚାଲିଥିଲା। ରାଜନୈତିକ ଲୋକ ନରଖି କୃଷକଙ୍କ ଦାବି ଉଠାଇଥିଲି। ମହିଳା ରେସଲରଙ୍କ ଆନ୍ଦୋଳନରେ ଜନ୍ତର ମନ୍ତରରୁ ନେଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସବୁଠି ମୁଁ ଲଢେଇ କରିଛି। 

ପୁଲଓ୍ବାମା  ହମଲାକୁ ନେଇ ସତ୍ୟପାଲ କହିଛନ୍ତି, ଆକ୍ରମଣରେ ଶହୀଦ ବୀର ଯବାନଙ୍କ ମାମଲାକୁ ଉଠାଇଥିଲି। ଯାହାର ଆଜି ପର୍ଯ୍ୟନ୍ତ ଏହି ସରକାର କୌଣସି ଯାଞ୍ଚ କରିପାରିଲେନି। ସରକାର ମୋତେ ସିବିଆଇର ଭୟ ଦେଖାଇ ମିଛ ଚାର୍ଜସିଟ୍‌ରେ ଫଶାଇବାର ବାହାନା ଖୋଜୁଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.