ନୂଆଦିଲ୍ଲୀ : ପଶ୍ଚିମ ଏସିଆର ଯୁଦ୍ଧ ସଙ୍କଟ ଏବେ ଏଥିରେ ସାମିଲ ଦେଶଗୁଡ଼ିକ ମଧ୍ୟରେ ବଢିବାରେ ଲାଗିଛନ୍ତି। ଇରାନ ସାଉଦୀ ଆରବ ସମେତ ଅନେକ ଉପସାଗରୀୟ ଦେଶଗୁଡ଼ିକୁ ଟାର୍ଗେଟ କରି ପ୍ରତିଶୋଧ ନେଇଛି। ଏହି ପରିସ୍ଥିତିରେ, ସାଉଦୀ ଆରବ ଏବେ ସାହାଯ୍ୟ ପାଇଁ ପାକିସ୍ତାନ ଆଡ଼କୁ ନଜର ପକାଇଛି। କହି ରଖୁଛୁ କି, ୨୦୨୫ ମସିହାରେ, ପାକିସ୍ତାନ ଏବଂ ସାଉଦୀ ଆରବ ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହା ଅନୁସାରେ ପାକିସ୍ତାନ କିମ୍ବା ସାଉଦୀ ଆରବ , ଯେକୌଣସି ଗୋଟିଏ ଦେଶ ଉପରେ ଆକ୍ରମଣକୁ ଉଭୟ ଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ। ବର୍ତ୍ତମାନ ଇରାନ ସାଉଦୀ ଆରବ ଉପରେ ଆକ୍ରମଣ କରୁ ଥିବାରୁ, ସାଉଦୀ ଆରବ ସୂଚିତ କରିଛି ଯେ, ସେ ଆଶା କରୁଛି ଯେ ଇସଲାମାବାଦ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
ଆହୁରି ମଧ୍ୟ ପଢନ୍ତୁ : ୫୫ ବର୍ଷ ପରେ କାଠଗଡାରେ ପାକିସ୍ତାନ, ଫାଶୀ ପାଇବେ କି ମୁନୀର ?
କନାଡା ଟିଭିରେ ପ୍ରସାରିତ ଏକ ସାକ୍ଷାତକାରରେ ସାଉଦୀ ସରକାରଙ୍କ ନିକଟତର କହିଛନ୍ତି ଯେ, ତାଙ୍କ ଦେଶର ପାକିସ୍ତାନ ସହ ପ୍ରତିରକ୍ଷା ଚୁକ୍ତି ହୋଇଛି, ଯାହା କି ସାଉଦୀ ଆରବକୁ ପରମାଣୁ ଶକ୍ତିର ସହାୟତା ଉପଲବ୍ଧ କରାଇ ଥାଏ। ସାଉଦୀ ଆରବରେ କିଛି ସମସ୍ୟା ଆସିବେ, ପାକିସ୍ତାନ ସାହାଯ୍ୟ ପାଇଁ ଆସିବ ଏବଂ ପାକିସ୍ତାନରେ କିଛି ଗଡ଼ବଡ଼ ହେଲେ ,ସାଉଦୀ ଆରବ ସାହାଯ୍ୟ ପାଇଁ ଯିବ। ଏବେ ଯେତେବେଳେ ସାଉଦୀ ଉପରେ ଇରାନ ଲଗାତାର ଆକ୍ରମଣ କରୁଛି , ତୈଳ ବ୍ୟାପାରର ମୁଖ୍ୟ ରାସ୍ତା ହୋର୍ମୁଜ ବନ୍ଦ ରହିଛି , ତ ସାଉଦୀ ଆରବ ଏମିତି ଆଶା କରୁଛି ଯେ, ପାକିସ୍ତାନ ଇରାନ ବିରୋଧରେ ସାହାଯ୍ୟ କରବାକୁ ଆସୁ କିମ୍ୱା ହୋର୍ମୁଜକୁ ଖୋଜିବାରେ ସାହାଯ୍ୟ କରୁ। ହେଲେ , ପାକିସ୍ତାନ ପକ୍ଷରୁ ଏବେସୁଦ୍ଧା ଏମିତି କୌଣସି ସ୍ପଷ୍ଟ କରାଯାଇ ନାହିଁ। ଆସିମ୍ ମୁନିରଙ୍କ ପକ୍ଷରୁ ନିଶ୍ଚୟ ଏକ ବିବୃତ୍ତି ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ସାଉଦୀ ଆରବର ପ୍ରତିରକ୍ଷା କଥା କହିଥିଲେ।
ପ୍ରକୃତ କଥା ହେଲା , ଇରାନ ଆକ୍ରମଣର ଶିକାର ହୋଇଥିବା ସାଉଦୀ ଆରବକୁ ପାକିସ୍ତାନର ସେନା ଉପରେ ଭରସା ଅଛି। କାରଣ ପାକିସ୍ତାନର ସେନାକୁ ଯୁଦ୍ଧର ଦୀର୍ଘ ଅନୁଭବ ରହିଛି। ଏହା ବ୍ୟତୀତ ଆସିମ ମୁନିରଙ୍କ ସୁନ୍ନି ବହୁଳ ଭାବନା ମଧ୍ୟ ତାଙ୍କୁ ସାହାଯ୍ୟ କରିବାର କାମ କରିଥାଏ। ପାକିସ୍ତାନ ସେନା ୟମନରେ ମଧ୍ୟ ଏକ ଲମ୍ୱା ଅଭିଯାନ ଚଳାଇ ଥିଲା। ଇରାନର ସିଆ ବହୁଳ ସରକାରଙ୍କ ବିରୋଧରେ ସାଉଦୀ ଆରବର କ୍ଷମତା ଲଗାତାର ନିଜର ଭାବନା ଦେଖାଇ ଚାଲିଛି। ଅନେକ ରିପୋର୍ଟ ,ତ ଏହା ଦାବି କରିଛି ଯେ, ଇରାନ ଉପରେ ଆକ୍ରମଣ କରିବା ପାଇଁ ସାଉଦୀ କ୍ରାଉନ୍ ପ୍ରିନ୍ସ ହିଁ ଟ୍ରମ୍ପଙ୍କୁ ଉସୁକାଇ ଥିଲେ।
ଅନ୍ୟପଟେ ଯଦିଓ ପାକିସ୍ତାନ ସାଉଦୀ ଆରବ ସହ ପ୍ରତିରକ୍ଷା ଚୁକ୍ତିରେ ସାମିଲ ହୋଇଥାଉ, କିନ୍ତୁ ଏହି ସମୟ ତା ପାଇଁ ଅନୁକୂଳ ନୁହେଁ। ସିଆ ବହୁଳ ଇରାନ ଉପରେ ଆକ୍ରମଣ କରିବା ଦ୍ୱାରା ଦେଶ ଭିତରେ ସାଂପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇ ପାରେ।ପାକିସ୍ତାନରେ ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ସିଆ ଜନସଂଖ୍ୟା( ପାଖାପାଖି ୩ ରୁ ୫ କୋଟି) ରୁହନ୍ତି।