ନୂଆଦିଲ୍ଲୀ,୨୨/୦୩: ଆମେରିକୀୟ କଂଗ୍ରେସ ସଦସ୍ୟ ଗ୍ରେଗ୍ ଲ୍ୟାଣ୍ଡସମ୍ୟାନ୍ ଆମେରିକୀୟ ପ୍ରତିନିଧି ସଭାରେ ଏକ ଐତିହାସିକ ପ୍ରସ୍ତାବ ଆଗତ କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି ଯେ, ୨୫ ମାର୍ଚ୍ଚ, ୧୯୭୧ରେ ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ)ରେ ବଙ୍ଗାଳୀ ହିନ୍ଦୁଙ୍କ ଉପରେ ପାକିସ୍ତାନୀ ସେନା ଏବଂ ଜମାତ-ଏ-ଇସଲାମି ଭଳି ଏହାର ସହଯୋଗୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ "ଯୁଦ୍ଧ ଅପରାଧ ଏବଂ ନରସଂହାର" ଭାବେ ଘୋଷଣା କରାଯାଉ ।
ଓହାଇଓର ଜଣେ ଡେମୋକ୍ରାଟିକ୍ ସାଂସଦ ଏହି ପ୍ରସ୍ତାବକୁ ଅଧିକ ବିଚାର ପାଇଁ ବୈଦେଶିକ ବ୍ୟାପାର କମିଟିକୁ ପଠାଯାଇଛି । ପ୍ରସ୍ତାବରେ କୁହାଯାଇଛି ଯେ ୧୯୭୧ ମସିହା ମାର୍ଚ୍ଚ ୨୫ ତାରିଖ ରାତିରେ ପାକିସ୍ତାନ ସରକାର ଶେଖ୍ ମୁଜିବୁର ରହମାନଙ୍କୁ ବନ୍ଦୀ କରିଥିଲେ । ପରବର୍ତ୍ତୀ ସମୟରେ, ପାକିସ୍ତାନୀ ସାମରିକ ବାହିନୀ, ଜମାତ-ଏ-ଇସଲାମିର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ମୌଳବାଦୀ ଇସଲାମବାଦୀ ଗୋଷ୍ଠୀମାନଙ୍କ ସହଯୋଗରେ, ସମଗ୍ର ପୂର୍ବ ପାକିସ୍ତାନରେ "ଅପରେସନ୍ ସର୍ଚ୍ଚଲାଇଟ୍" ନାମକ ଏକ ବିଶାଳ ଅଭିଯାନ ଆରମ୍ଭ କରିଥିଲେ, ଯାହା ଫଳରେ ସାଧାରଣ ନାଗରିକଙ୍କ ହତ୍ୟା ହୋଇଥିଲା । ଲ୍ୟାଣ୍ଡସମ୍ୟାନ୍ ଦ୍ୱାରା ଆଗତ ପ୍ରସ୍ତାବରେ ପ୍ରତିନିଧି ସଭାକୁ ୨୫ ମାର୍ଚ୍ଚ, ୧୯୭୧ରେ ବାଂଲାଦେଶର ଲୋକଙ୍କ ବିରୁଦ୍ଧରେ ପାକିସ୍ତାନୀ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଅତ୍ୟାଚାରକୁ ନିନ୍ଦା କରିବାକୁ ଅନୁରୋଧ କରାଯାଇଛି । ପ୍ରସ୍ତାବରେ ସ୍ୱୀକାର କରାଯାଇଛି ଯେ ପାକିସ୍ତାନୀ ସେନା ଏବଂ ଏହାର ଇସଲାମିକ ସହଯୋଗୀମାନେ ଜାତିଗତ ବଙ୍ଗାଳୀ ଲୋକଙ୍କ ବିରୁଦ୍ଧରେ ଅତ୍ୟାଚାର କରିଥିଲେ ।
ଯେତେବେଳେ ବାଂଲାଦେଶ ପାକିସ୍ତାନର ଅଂଶ ଥିଲା । ୧୯୭୦ ମସିହାରେ ପୂର୍ବ ପାକିସ୍ତାନରେ ପ୍ରଥମ ଥର ନିର୍ବାଚନ ହୋଇଥିଲା । ଶେଖ ମୁଜିବୁର ରହମାନ ନିର୍ବାଚନ ଜିତିଥିଲେ । ୟ୍ୟାହା ଖାନ ଏବଂ ଜୁଲଫିକର ଅଲି ଭୁଟ୍ଟୋ ଏହା ବିପକ୍ଷରେ ଥିଲେ । ମାର୍ଚ୍ଚ ୨୫, ୧୯୭୧ରେ ପାକିସ୍ତାନୀ ସେନା ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଆୱାମୀ ଲିଗ୍ ସଦସ୍ୟମାନଙ୍କୁ ଶିକାର କରି ହତ୍ୟା କରାଯାଇଥିଲା । ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ବଢିବାରେ ଲାଗିଲା । ପାକିସ୍ତାନ ଦ୍ୱାରା ହୋଇଥିବା ଅପରେସନ୍ ସର୍ଚ୍ଚ ଲାଇଟ୍ ଦ୍ୱାରା ୩୦ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ୪ ଲକ୍ଷ ମହିଳା ଦୁଷ୍କର୍ମର ଶିକାର ହୋଇଥିଲା ।
ଏହା ବି ପଢନ୍ତୁ...ଭାରତୀୟ ଏଲ୍ପିଜି ଟ୍ୟାଙ୍କରକୁ ସୁରକ୍ଷା ଦେଇଥିଲା ଇରାନ, ହର୍ମୋଜରେ ଜଗିଥିଲା ନୌସେନା
କୌଣସି ଜାତିଗତ ଗୋଷ୍ଠୀ କିମ୍ବା ଧାର୍ମିକ ସମ୍ପ୍ରଦାୟକୁ ତାଙ୍କ ସଦସ୍ୟମାନଙ୍କ ଦ୍ୱାରା କରାଯାଇଥିବା ଅପରାଧ ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ଗୁରୁତ୍ୱାରୋପ କରାଯାଇଛି । ପ୍ରସ୍ତାବରେ ଆମେରିକା ରାଷ୍ଟ୍ରପତିଙ୍କୁ ୧୯୭୧ ମସିହାରେ ପାକିସ୍ତାନୀ ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ସହଯୋଗୀ ଜମାତ-ଏ-ଇସଲାମି ଦ୍ୱାରା ଜାତିଗତ ବଙ୍ଗାଳୀ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ 'ମାନବତା ବିରୋଧୀ ଅପରାଧ', 'ଯୁଦ୍ଧ ଅପରାଧ' ଏବଂ 'ନରସଂହାର' ଭାବରେ ମାନ୍ୟତା ଦେବାକୁ ଅନୁରୋଧ କରାଯାଇଛି ।