ରିଆଦ : ସାଉଦୀ ଆରବର ମହତ୍ତ୍ୱାକାଂକ୍ଷୀ ଆର୍ଥିକ ଯୋଜନା ଭିଜନ ୨୦୩୦ ରାସ୍ତାରେ ଝୁଣ୍ଟିବା ଆରମ୍ଭ ହୋଇଛି। ଏହି ସ୍ଥିତିରେ ଭିଜନ ୨୦୩୦ରେ ବଡ଼ ପରିବର୍ତ୍ତନର ପ୍ରସ୍ତୁତି ଚାଲିଛି। ବ୍ଲୁମବର୍ଗର ରିପୋର୍ଟରେ କୁହାଯାଇଛି ଯେ,ସାଉଦୀ ଆରବ ଏବେ ଏହି ଭିଜନ ପାଇଁ ନୂଆ ରଣନୀତି ଆପଣାଇବେ। ଯାହା ଅନୁସାରେ ଖର୍ଚ୍ଚ ଓ ପ୍ରାଥମିକତା ଗୁଡ଼ିକରେ ପରିବର୍ତ୍ତନ କରାଯିବ। ରିପୋର୍ଟରେ କୁହାଯାଇଛି ଯେ, କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନେତୃତ୍ୱରେ ଚାଲୁଥିବା ଏହି ଯୋଜନା ଉପରେ ନୂଆ ଏବଂ ଅପଡେଟେଡ୍ ରଣନୀତି ଖୁବ୍ ଶୀଘ୍ର ସାମ୍ନାକୁ ଆସିପାରେ, ଯେଉଁଥିରେ ବଦଳୁ ଥିବା ଆର୍ଥିକ ସ୍ଥିତି ଓ ବଢୁଥିବା ଆର୍ଥିକ ବୋଝକୁ ଧ୍ୟାନରେ ରଖି ନୀତି ଗୁଡ଼ିକ ଓ ସରକାରୀ ଖର୍ଚ୍ଚର ପ୍ରାଥମିକତାରେ ପରିବର୍ତ୍ତନ କରାଯାଇଛି।
ସାଉଦୀ ଅର୍ଥ ମନ୍ତ୍ରୀ ମହମ୍ମଦ ଅଲ୍-ଜାଦାନ ବ୍ଲୁମବର୍ଗ ଟିଭିକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ସରକାର ଆଗାମୀ ପାଞ୍ଚ ବର୍ଷରେ ରଣନୀତିକୁ କେମିତି ଜନତା ଓ ନିବେଶକଙ୍କ ପାଖରେ ପହଞ୍ଚିବ , ଏହା ଉପରେ ଆଲୋଚନା ଆରମ୍ଭ ହୋଇ ସାରିଛି। ଏହି କଥାବାର୍ତ୍ତା ସାଉଦୀ ଆରବରେ ଆୟୋଜିତ ଅଲଉଲା ଇମେଜଂ ମାର୍କେଟ୍ ଇକୋନମିଜ୍ କନଫରେନ୍ସ ବେଳେ ହୋଇଛି। ସେ ସଙ୍କେତ ଦେଇଛନ୍ତି ଯେ, ନୂଆ ରଣନୀତିରେ ପର୍ଯ୍ୟଟନ ,ମ୍ୟାନୁଫାକ୍ଚରିଂ , ଲଜିଷ୍ଟିକ୍ ଓ ଟେକ୍ନୋଲଜି ଭଳି କ୍ଷେତ୍ରରେ ବିଶେଷ ଧ୍ୟାନ ରହିବ, ହେଲେ ଏହାର ବିସ୍ତୃତ ବ୍ୟାଖା ଓ ଉନ୍ମୋଚନର ତାରିଖ ଏବେ ସ୍ଥିର କରାଯାଇ ନାହିଁ।
ଆହୁରି ମଧ୍ୟ ପଢନ୍ତୁ : ୧୦ ଲକ୍ଷ ଡଲାରର ଗ୍ଲୋବାଲ ଟିଚର ପ୍ରାଇଜ୍ ଜିତିଲେ ଭାରତୀୟ ଶିକ୍ଷୟିତ୍ରୀ, ଶହ ଶହ ଶିକ୍ଷାକେନ୍ଦ୍ର ଖୋଲି ଗରିବ ପିଲାଙ୍କୁ ପଢାଉଛନ୍ତି
୨୦୩୪ ଫିଫା ୱାର୍ଲ୍ଡ କପ୍ ସହ ଜଡ଼ିତ ନୂଆ ଷ୍ଟାଡିୟମର ଗ୍ରହଣ –
ଏହି ମଧ୍ୟରେ , ଅନ୍ତର୍ଜତୀୟ ମୁଦ୍ରା କୋଷ (ଆଇଏମଏଫ୍) ସମେତ ଅନେକ ବୈଶ୍ୱିକ ସଂସ୍ଥା ସାଉଦୀ ସରକାର ଠାରୁ ଅଧିକ ପାରଦର୍ଶିତା ଓ ସ୍ପଷ୍ଟ କମ୍ୟୁନିକେଶନର ଦାବି କରୁଛି। କୁହାଯାଉଛି ଯେ, ସରକାର ୨୦୩୪ ଫିଫା ୱାର୍ଲ୍ଡ କପ୍ ସହ ଜଡ଼ିତ ବଡ଼ ବଡ଼ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟସ ଭଳି ନୂଆ ଷ୍ଟାଡିୟମର ଯୋଜନା ଗୁଡ଼ିକର ମଧ୍ୟ ଆଉ ଥରେ ସମୀକ୍ଷା କରୁଛନ୍ତି। ତେଲ ଉପରେ ନିର୍ଭରତା ହ୍ରାସ କରିବାର ଉଦ୍ଦେଶ୍ୟରେ ଆରମ୍ଭ କରାଯାଇ ଥିବା ଭିଜନ ୨୦୩୦ ଅନୁସାରେ ଏବେ ଖର୍ଚ୍ଚର ଦକ୍ଷତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସରକାରଙ୍କ ଅନୁସାରେ, ଏଥିରେ ତେଲର ମୂଲ୍ୟରେ କମ୍ ବୃଦ୍ଧିରେ ପ୍ରଭାବକୁ ହ୍ରାସ କରାଯାଇ ପାରେ ଏବଂ ବଜେଟ୍ ଅଭାବକୁ ରୋକା ଯାଇ ପାରେ। ଏହାସହ ଘରୋଇ କ୍ଷେତ୍ରରେ ଏବଂ ବିଦେଶୀ ନିବେଶକୁ ଆକର୍ଷିତ କରିବା ଏବେ ଏହି ଯୋଜନାର ବଡ଼ ପ୍ରାଥମିକତା ହୋଇ ଯାଇଛି।
ବ୍ଲୁମବର୍ଗର ଅନୁମାନ ମୁତାବିକ , ଭିଜନ ୨୦୩୦ରେ ମୋଟ ମୂଲ୍ୟ ପାଖାପାଖି ୨ଟ୍ରିଲିୟମ ଡଲାର ଯାଏ ପହଞ୍ଚି ପାରେ। ଏହି ମଧ୍ୟରେ ଅର୍ଥମନ୍ତ୍ରୀ ଅଲ୍-ଜାଦାନ କହିଛନ୍ତି , ଆମେ ବାରମ୍ୱାର ନିଜର ନୀତିଗୁଡ଼ିକ ପୁନର୍ବାର ପ୍ରାଥମିକତା ଦେଉଛୁ, ଯାହାକି ଘରୋଇ କ୍ଷେତ୍ର ଅର୍ଥବ୍ୟବସ୍ଥାର ନେତୃତ୍ୱ ନେଇ ପାରିବେ। ଉଲ୍ଲେଖନୀୟ ଯେ ସାଉଦୀ ଆରବ ୨୦୨୨ ରୁ ବଜେଟ୍ କ୍ଷତିରେ ଚାଲୁଛି , କାରଣ ଆର୍ଥିକ ବିବିଧିକରଣ ଉପରେ ଖର୍ଚ୍ଚ ତେଲରେ ହେବାକୁ ଥିବା ଆୟ ଠାରୁ ଅଧିକ ରହିଛି। ସରକାର କହିଛନ୍ତି, ଏହା କ୍ଷତି ଜାଣିଶୁଣି ସ୍ୱୀକାର କରାଯାଇଛି, ଯାହାକି ଅର୍ଥବ୍ୟବସ୍ଥାରେ ନିବେଶ ଜାରି ରହି ପାରିବ। ସରକାରୀ ଅନୁମାନ ଅନୁସାରେ, ବଜେଟ୍ ଘାଟା ୨୦୨୫ରେ ୫.୩ ପ୍ରତିଶତରୁ ହ୍ରାସ ପାଇ ଚଳିତ ବର୍ଷ ୩.୩ ପ୍ରତିଶତ ରହି ପାରେ।