PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବଡ ଘୋଷଣା କଲା SBI, ଗ୍ରାହକଙ୍କୁ ଲାଗିଲା ଝଟକା !

ନୂଆଦିଲ୍ଲୀ ୧୫/୮: ଦେଶର ସବୁଠାରୁ ବଡ  ସାର୍ବଜନିନ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI)ର ଗ୍ରାହକଙ୍କ ପାଇଁ ଖରାପ ଖବର । ଏବେ SBIରୁ ଲୋନ୍ ନେବା ମହଙ୍ଗା ହୋଇଯିବ ଏବଂ ନୂଆ ଏବଂ ପୁରୁଣା ଗ୍ରାହକଙ୍କ ଇଏମଆଇ ମଧ୍ୟ ବଢିଯିବ । ଏସବିଆଇ ନିଜ ମାର୍ଜିନାଲ୍ କଷ୍ଟ ଅଫ୍ ଲେଣ୍ଡିଂ ରେଟରେ ବୃଦ୍ଧି କରିଦେଇଛି । ନୂଆ ହାର ୧୫ ଅଗଷ୍ଟରୁ ଲାଗୁ ହୋଇଯାଇଛି । ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ଜୁନ୍ ଏବଂ ଜୁଲାଇରେ ମଧ୍ୟ SBI  ଏମସିଏଲଆରରେ ବୃଦ୍ଧି କରିଥିଲା ।

କହିରଖୁଛୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୧୫ ଅଗଷ୍ଟରୁ ଲୋନ୍ ଉପରେ ନିଜ ମାର୍ଜିନାଲ୍ କଷ୍ଟ ଅଫ୍ ଫଣ୍ଡ ବେଷ୍ଟ ଲେଣ୍ଡିଂ ରେଟ୍(MCLR)କୁ ବଢାଇ ଦେଇଛି । ବ୍ୟାଙ୍କର ଏହି ପଦକ୍ଷେପର ସେହି ଋଣଦାତାଙ୍କ ଇଏମଆଇ ବଢିଯିବ, ଯାହାର ଲୋନ୍ ଏମସିଏଲଆର ସହ ଲିଙ୍କ୍ଡ ହୋଇଥିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ମାସରେ ରେପୋ ରେଟରେ ଏହା ପୂର୍ବରୁ ୫୦ ଆଧାର ପଏଣ୍ଟ ବୃଦ୍ଧି କରିଦେଇଥିଲା । ଏହି ବୃଦ୍ଧି ପରଠୁ ବ୍ୟାଙ୍କ ବିଭିନ୍ନ ଲେଣ୍ଡିଂ ରେଟରେ ବୃଦ୍ଧି କରିଦେଇଛି । ଆପଣଙ୍କୁ କହିରଖୁଛୁ ଏସବିଆଇ ଗତ ସପ୍ତାହରେ ଫିକ୍ସ୍ଡ ଡିପୋଜିଟ୍ସ ଉପରେ ସୁଧ ହାର ବଢାଇଥିଲା । ଗତ ମାସରେ ମଧ୍ୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏମସିଏଲଆରରେ ୧୦ ଆଧାର ପଏଣ୍ଟ ବୃଦ୍ଧି କରିଥିଲା ।

ଜାଣନ୍ତୁ ନୂଆ ରେଟ୍ସ

ଲାଇଭ୍ ମିଣ୍ଟର ଏକ ରିପୋର୍ଟ ଅନୁସାରେ ଏହି ବୃଦ୍ଧି ଅନୁସାରେ ଓଭରନାଇଟଠୁ ଆରମ୍ଭ କରି ୩ ମାସ ସୁଦ୍ଧା ଲୋନର ଏମସିଏଲଆର ରେଟକୁ ବ୍ୟାଙ୍କ ଏବେ ୭.୧୫ ପ୍ରତିଶତରୁ ବଢାଇ ୭.୩୫ ପ୍ରତିଶତ କରିଦେଇଛି । ତଦନୁସାରେ ୬ ମାସର ଲୋନର ଏମସିଏଲଆର ରେଟକୁ ମଧ୍ୟ ୭.୪୫ ପ୍ରତିଶତରୁ ବଢାଇ ୭.୬୫ ପ୍ରତିଶତ କରିଦେଇଛି । ଏକ ବର୍ଷର ହାରକୁ ୭.୫ ପ୍ରତିଶତରୁ ବଢାଇ ୭.୭ ପ୍ରତିଶତ କରିଦିଆଯାଇଛି । ସେହିଭଳି ୨ ବର୍ଷର ଏମସିଏଲଆର ହାର ୭.୭ ପ୍ରତିଶତରୁ ବଢାଇ ୭.୯ ପ୍ରତିଶତ କରିଦିଆଯାଇଛି । ୩ ବର୍ଷର ଏମସିଏଲଆରର ହାର ୭.୮ ପ୍ରତିଶତରୁ ବଢାଇ ୮ ପ୍ରତିଶତ ହୋଇଯାଇଛି  ।

ସମ୍ବନ୍ଧିତ ଖବର