PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଗଭୀର ଜଳରେ ବୁଡି ଯାଉଛନ୍ତି ଓ ନିଶ୍ବାସ ବନ୍ଦ ହୋଇଯାଉଛି… ଆସୁଛି କି ଏଭଳି ସ୍ୱପ୍ନ ? ତେବେ ଜାଣନ୍ତୁ ଏହାର ଅର୍ଥ

ଲଣ୍ଡନ,୮।୮: ଯେତେବେଳେ ବି କେହି ଗଭୀର ନିଦରେ ଶୋଇଥାଏ ତାଙ୍କୁ କୌଣସି ନା କୌଣସି ସ୍ୱପ୍ନ ଆସିଥାଏ। କିଛି ସ୍ବପ୍ନକୁ ମଣିଷ ସକାଳେ ଉଠି ଭୁଲିଯାଇଥାଏ,ତେବେ କିଛି ସ୍ୱପ୍ନ ସକାଳ ପର୍ଯ୍ୟନ୍ତ ମନେ ରହିଥାଏ। ଗଭୀର ନିଦରେ ଦେଖା ଯାଇଥିବା କିଛି ସ୍ବପ୍ନ ଭଲ ହୋଇଥାଏ ତେବେ ବହୁତ ଖରା ମଧ୍ୟ ହୋଇଥାଏ। ଏକ୍ସପର୍ଟଙ୍କ କହିବା ଅନୁସାରେ, ସବୁ ସମୟରେ ସ୍ୱପ୍ନର କୌଣସି ନା କୌଣସି ଅର୍ଥ ନିଶ୍ଚିତ ରହିଥାଏ। ସ୍ୱପ୍ନ ଦେଖବା ଏକ ସାଧାରଣ ପକ୍ରିୟା। କିଛି ସ୍ୱପ୍ନର ଅର୍ଥ ଭଲ କିମ୍ବା ଖରାପ ହୋଇପାରେ। ବହୁ ଲୋକ ଏକ୍ସପର୍ଟଙ୍କୁ କହିଛନ୍ତି, ତାଙ୍କୁ ବହୁବାର ପାଣିରେ ବୁଡିବାର ସ୍ୱପ୍ନ ଆସିଥାଏ। ସେ ନିଜକୁ ନିଜେ ଗଭୀର ଜଳରେ ବୁଡିଯାଉଥିବାର ଦେଖିଛନ୍ତି। ପାଣିରେ ବୁଡି ତାଙ୍କ ନିଶ୍ବାସ ବନ୍ଦ ହୋଇଯାଇଥିବାର ମଧ୍ୟ ଅନୁଭବ ହୋଇଥାଏ। ଏହାପରେ ନିଦ ଭାଙ୍ଗି ଯାଇଥାଏ। ଯଦି ଏଭଳି ସ୍ୱପ୍ନ ଦେଖୁନ୍ତି ତେବେ ଏହାର ଅର୍ଥ ମଧ୍ୟ ଜାଣିନେବା ଦରକାର।

ଲଣ୍ଡନର କ୍ବାଲିଫାଏ କାଉନସିଲର ଓ ଡ୍ରୀମ୍ ଏକ୍ସପର୍ଟ ଡେଲଫି ଏଲିସ୍‌ଙ୍କ କହିବା ଅନୁସାରେ, ଯଦି କେହି ସ୍ୱପ୍ନରେ ନିଜକୁ କେବେ ବୁଡିଯାଉଥିବାର ଦେଖିଛନ୍ତି ତେବେ ଏହାର ଅର୍ଥ ଭିତରୁ ସେ ଖୁବ୍ ଚିନ୍ତିତ ଅଛନ୍ତି ଓ ତାଙ୍କୁ ଦୈନନ୍ଦିନ ଜୀବନରେ ଶାନ୍ତ ରହିବା ଦରକାର। ସେହି ବ୍ୟକ୍ତିଙ୍କୁ ସେହି ଘଟଣା ସମ୍ପର୍କରେ ଭାବିବା ବନ୍ଦ କରିବାକୁ ହେବ, ଯାହାକି ବିତି ସାରିଛି। ନିଜ ପାଇଁ କିଛି ସମୟ ବାହାର କରନ୍ତୁ ଓ ଏହା ବୁଝିବାକୁ ଚେଷ୍ଟା କରନ୍ତୁ ଆପଣଙ୍କ ମନରେ କେଉଁ ଜିନିଷ ଚିନ୍ତା ରହିଛି?  ସ୍ୱପ୍ନରେ ବୁଡିବାର ଅର୍ଥ କୌଣସି ଭୟ କିମ୍ବା ଦୁଃଖ ଆସୁଛି ବୋଲି କହିହେବ।

-ଯଦି ଆପଣ କୌଣସି ଲୋକକୁ ପାଣିରେ ବୁଡିବାର ଦେଖନ୍ତି, ତେବେ ଏହାର ଅର୍ଥ ଏହା ଯେ, ନିଜର କୌଣସି ଲୋକ ସମସ୍ୟାରେ ଅଛନ୍ତି। ସେ ବ୍ୟକ୍ତି ଆପଣଙ୍କ ନିଜର କିମ୍ବା କେହି ଅଜଣା ହୋଇପାରନ୍ତି।  

-ଗଭୀର ନଦୀରେ ବୁଡିବାର ସ୍ୱପ୍ନ ଦେଖିବା ସବୁବେଳେ ଭବିଷ୍ୟତକୁ ନେଇ ରହିଥାଏ। ସେଥିପାଇଁ ଧର୍ଯ୍ୟ ରଖନ୍ତୁ ଓ କୌଣସି ଜିନିଷକୁ ଭୟ କିମ୍ବା ଚିନ୍ତା କରନ୍ତୁ ନାହିଁ।

-ଯଦି କେହି ସ୍ୱପ୍ନରେ କୌଣସି ପିଲାକୁ ବୁଡି ଯାଉଥିବାର ଦେଖିବାକୁ ପାଆନ୍ତି ତେବେ ଚିନ୍ତାକୁ ଦର୍ଶାଏ। ଏହି ସ୍ବପ୍ନ ସେହି ଲୋକଙ୍କୁ ଆସିଥାଏ, ଯାହାଙ୍କର ପିଲା ଅଛନ୍ତି। ବଡ ଲୋକମାନେ ଭାବନ୍ତି ପିଲାଙ୍କ ସହ କିଛି ନା କିଛି ଭୁଲ ହୋଇପାରେ, ତେଣୁ ଏହି ଡର ତାଙ୍କ ମନରେ ଆସିଥାଏ ଓ ଚିନ୍ତିତ ରହିଥାଏ।

-ପାଣିରେ ଯଦି କୌଣସି ସାଙ୍ଗକୁ ବୁଡି ଯିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ନିଜ ବନ୍ଧୁର ଚିନ୍ତା ରହିଛି।

-ନିଜକୁ ନିଜେ ଯଦି ପାଣିରେ ବୁଡିବାର ଦେଖନ୍ତି କିନ୍ତୁ ସୁରକ୍ଷିତ ଭାବରେ ବାହାରି ଯାଆନ୍ତି ତେବେ ଏହା ନିଜର ଶକ୍ତିକୁ ଦେଖାଏ।

-ପାଣିରେ ବୁଡି ଯିବାର ଯିବା ବେଳେ ଯଦ କେହି ବଞ୍ଚାଇ ଦେଉଛନ୍ତି, ତେବେ ଜୀବନରେ ଅନେକ ସମସ୍ୟାର ସାମନା କରିବାକୁ ପଡିପାରେ। ସାଧାରଣତ ସେହି ଲୋକଙ୍କୁ ସାହାଯ୍ୟର ଆଶା କରିପାରିବେ ଯେଉଁମାନେ ଆପଣଙ୍କର ନିକଟତର।

ସମ୍ବନ୍ଧିତ ଖବର