ନୂଆଦିଲ୍ଲୀ,୩୧।୭:  ସୋମବାର, ମଙ୍ଗଳବାର ଏବଂ ଶୁକ୍ରବାର ଲ’ଇଣ୍ଟର୍ଣ୍ଣ (ଆଇନ ପ୍ରାକ୍ଟିସ୍ କରୁଥିବା ଛାତ୍ର) ଙ୍କୁ କୋର୍ଟରେ ପ୍ରବେଶ କରିବା ନିଷେଧ। ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ର ଅନୁରୋଧ ପରେ ଏଭଳି ଏକ ସୂଚନା ଦେଇଛନ୍ତି  ସୁପ୍ରିମକୋର୍ଟ କରିଛନ୍ତି।ଏହି ତିନି ଦିନ ମିସଲାନିୟସ୍ ଡେ ରହିଥାଏ, ଅର୍ଥାତ୍ ବହୁତ ମାମଲା ବିଚାରାଧୀନ ରହିଥାଏ।  ଏହି କାରଣରୁ, ସୁପ୍ରିମକୋର୍ଟର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ବାରର ଅନୁରୋଧ ଉପରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଲ’ ଇଣ୍ଟର୍ଣ୍ଣଙ୍କୁ ବୁଧବାର ଏବଂ ଗୁରୁବାର   କୋର୍ଟକୁ ଆସିବାକୁ ଅନୁମତି ଦିଆଯିବ, ଯାହା ନିୟମିତ ଶୁଣାଣିର ଦିନ।

SCBA ଜୁଲାଇ ୨୩ ରେ ଏକ ଚିଠି ଲେଖି ବିଶେଷକରି ବରିଷ୍ଠ ଓକିଲମାନେ ଉଠାଇଥିବା ଚିନ୍ତା ପ୍ରତି ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।  କୋର୍ଟ ରୁମ୍, କରିଡର, ଲାଇବ୍ରେରୀ ଏବଂ ଓ୍ବେଟିଂ ଏରିଆରେ ଇଣ୍ଟର୍ନଙ୍କ ଉପସ୍ଥିତି ସମ୍ପର୍କିତ ଥିଲା। ଏହି କାରଣଗୁଡ଼ିକ ଯୋଗୁଁ, ଅଧିକ ଭିଡ଼ ଦେଖାଯାଇଛି। ସୁପ୍ରିମକୋର୍ଟ SCBAର ଚିନ୍ତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ଦେଶ ଅନୁସାରେ, ଏବେ ଲ’ ଇଣ୍ଟର୍ଣ୍ଣଙ୍କୁ ସୋମବାର, ମଙ୍ଗଳବାର ଓ ଶୁକ୍ରବାର ପ୍ରବେଶ କରିବାକୁ ଦିଆଯିବନି। ତାଙ୍କୁ କେବଳ ବୁଧବାର ଓ ଗୁରୁବାର ହିଁ ଏଣ୍ଟ୍ରି କରିବାର ଅନୁମତି ଦିଆଯିବ।