ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦଶହରା ଛୁଟି ପରେ ଖୋଲିଲା ସ୍କୁଲ, ଶ୍ରେଣୀଗୃହରେ ଶୋଇ ପଡ଼ିଲେ ପ୍ରଧାନଶିକ୍ଷକ

Published By : Harapriya Sethi | October 19, 2024 12:41 PM

ଉମରକୋଟ,୧୯/୧୦: ଶ୍ରେଣୀଗୃହ ଚଟାଣ ଉପରେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ ପ୍ରଧାନଶିକ୍ଷକ ସାନୁ ଭତ୍ରା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଫୁଫୁଗାଁ ପଞ୍ଚାୟତର ଡେଙ୍ଗାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ସୂଚନା ମୁତାବକ, ସରିଲା ଦଶହରା ପୂଜା । ଛୁଟି ପରେ ଖୋଲିଲା ସ୍କୁଲ୍ । ଜିଲ୍ଲାଭିତିକ ଶିକ୍ଷକ ନିଯୁକ୍ତି ଦାବିରେ ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଆହ୍ଵାନ କ୍ରମେ ଶନିବାର ବ୍ଳକର ଅଧିକାଂଶ ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ପଠାଇ ନଥିଲେ ଅଭିଭାବକ । ଏହି ସ୍କୁଲକୁ ମଧ୍ୟ କୌଣସି ପିଲା ଆସିନଥିଲେ । ଏଭଳି ସୁଯୋଗକୁ ହାତଛଡ଼ା କରିନ‌ଥିଲେ ସ୍କୁଲ କର୍ତ୍ତୃପକ୍ଷ । ଶ୍ରେଣୀଗୃହର ଚଟାଣ ଉପରେ ଦରି ପକାଇ ନିଘୋଡ଼ ନିଦରେ ଶୋଇ ଯାଇଥିଲେ ପ୍ରଧାନ ଶିକ୍ଷକ । ଏମିତିକି ଶିକ୍ଷକ ଜଣକ ବିନା ସ୍କୁଲ ପୋଷାକରେ ଆସିଥିଲେ । ତାଙ୍କୁ ପଚରାଯିବାରୁ ପିନ୍ଧିଥିବା ପୋଷାକକୁ ଦେଖାଇ ଏହା ହିଁ ତାଙ୍କ ୟୁନିଫର୍ମ ବୋଲି କହିଥିଲେ । ସ୍କୁଲ ସମୟରେ ଶ୍ରେଣୀଗୃହରେ କାହିଁକି ଶୋଇଛନ୍ତି ବୋଲି ପଚରା ଯିବାରୁ ପିଲା କେହି ନଥୁବାରୁ ୟୁଟ୍ୟୁବ ଦେଖୁ ଦେଖୁ ଶୋଇପଡ଼ିଥିଲେ ବୋଲି  କହିଥିଲେ ପ୍ରଧାନ ଶିକ୍ଷକ । ଜଣେ ଉଚ୍ଚ ବେତନ‌ଧାରୀ ପ୍ରଧାନ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.