ସିଂହପୁର, ୩୧/୦୧ : ଘରୋଇ ସ୍କୁଲ ଗାଡ଼ିକୁ ପିଟିଲା ହାଇୱା। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ଛନ୍ଦାମୁଣ୍ଡ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍କୁଲ୍ ଗାଡିରେ ପିଲା ନଥିବା ବେଳେ ଡ୍ରାଇଭର୍ ଆହତ ହୋଇଛନ୍ତି। 

ସୂଚନା ଅନୁଯାୟୀ, ଶନିବାର ସକାଳେ ଏକ ଘରୋଇ ସ୍କୁଲ ଗାଡି ପିଲାଙ୍କୁ ଆଣିବାକୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ଅଭିମୁଖେ ଯାଉଥିଲା। ଜରି ଛନ୍ଦାମୁଣ୍ଡ ଛକ ନିକଟରେ କେନ୍ଦ୍ରାପଡ଼ା ପଟୁ ଆସୁଥିବା ଏକ ହାଇୱା ତାକୁ ଧକ୍କା ଦେଇଥିଲା। ଫଳରେ ଗାଡିର ସମ୍ମୁଖ ଭାଗ ଭାଙ୍ଗି ଚୁରମାର୍ ହୋଇଯାଇଛି। ଗାଡିରେ କେହି ପିଲା ନଥିବା ବେଳେ ଡ୍ରାଇଭର୍ ଆହତ ହୋଇଛନ୍ତି। ବାଲି ଆଣିବାକୁ ଯାଉଥିବା ବେଳେ ହାଇୱା ସ୍କୁଲ ଗାଡ଼ି ସହ ମୁହାମୁହିଁ ହୋଇଥିବା ଜଣାପଡିଛି।

ଏହି ଖବରଟିକୁ ପଢନ୍ତୁ- ସରିବାକୁ ବସିଲାଣି ଶିକ୍ଷାବର୍ଷ, ଜଣେ ହେଲେ ପିଲାଙ୍କୁ ମିଳିନି ଡ୍ରେସ୍