ପ୍ରମୂଖ ଖବର
  • ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ
  • ||
  • ଓଲିଉଡ୍ ପାଇଁ ପୁଣି ଖୁସି ଖବର, ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ||
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଜାଳିଦେଲେ ନା ଜଳିଗଲା ? କୋଦଳା ହରିଜନ ସାହିରେ ସ୍କୁଟି ପୋଡ଼ି ପାଉଁଶ

Published By : Manash Sahoo | June 5, 2025 5:39 PM

ବେଗୁନିଆପଡା, ୦୫/୦୬; ଖୋର୍ଦ୍ଧା ଜିଲ୍ଲା ବେଗୁନିଆପଡ଼ା କୋଦଳା ହରିଜନ ସାହିରେ ଅଭାବନୀୟ ଘଟଣା । କିଛି ଦୁବୃର୍ତ୍ତ ସରୋଜ କାର୍ଜିଙ୍କ ସୁଜୁକି ସ୍କୁଟିକୁ ପୋଡ଼ି ଦେଇଛନ୍ତି । ଏନେଇ ଗୁରୁବାର ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏତଲା ଆଧାରରେ ତଦନ୍ତ କରୁଛି ।

ସୂଚନା ଅନୁଯାୟୀ; କ୍ଷୁଦ୍ର ଜଳସେଚନ ବିଭାଗ, କୋଦଳାରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ଭଗବାନ କାର୍ଜିଙ୍କ ସାନ ପୁଅ ସରୋଜ କାର୍ଜିରେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ । ଫେରିବା ବେଳେ ରାତି ହୋଇଯିବାରୁ ସେ କୋଦଳା ହରିଜନ ସାହିରେ ସାଙ୍ଗ ଘରେ ରହିଥିଲେ ଏବଂ ନିଜର ସୁଜୁକି ସ୍କୁଟି  (OD07AP3152)କୁ ସେଠାରେ ରଖିଥିଲେ । ଗୁରୁବାର ସକାଳୁ ସରୋଜ ନିଜ ଘରକୁ ଯିବାକୁ ବାହାରିବା ବେଳେ ଗାଡିଟି ସମ୍ପୂର୍ଣ ଭାବେ ପୋଡ଼ି ଯାଇଥିଲା । ଏନେଇ ତୁରନ୍ତ ସେ ସ୍ଥାନୀୟ ପୁଲିସକୁ ଖବର କରିଥିଲେ । ତଦନ୍ତ ବେଳେ ସରୋଜ କହିଛନ୍ତି, ଗାଡ଼ି ଏକ ଘଣ୍ଟା ପର୍ଯ୍ୟନ୍ତ ଠିକ୍ ଥିଲା ମାତ୍ର ଏହା ପରେ ଏହି ଘଟଣା ଘଟିଛି । କେହି ଦୁର୍ବୃତ୍ତ ଗାଡ଼ିକୁ ପୋଡ଼ି ଦେଉଥିବା ଅନୁମାନ କରାଯାଉଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.