ସାହାଜପାଲ/(ସୁଶାନ୍ତ ଘଡ଼େଇ), ୨୦।୧୨: ସିଲ୍ ହୋଇଥିବା ପଣ୍ଡା ଇଲୋକ୍ଟ୍ରନିକ୍ସ ଦୋକାନକୁ ଭାଙ୍ଗିଲା ପ୍ରଶାସନ । ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୌଦ୍ଧ ସୋନପୁର ୫୭ ନଂ ଜାତୀୟ ରାଜପଥ ସାହାଜପାଲ ଛକର ଦୁଇ ପାର୍ଶ୍ୱରେ ଥିବା ଜବର ଦଖଲ କରି ରହିଥିବା କେତେକ ଲୋକ ଦୀର୍ଘବର୍ଷ ହେବ ରହି ଲୋକ ରହି ଆସୁଥିଲେ । ଏହି ଜାଗାରୁ ହଟିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍ କରାଯାଇଥିଲା । ନୋଟିସ୍ ଅନୁସାରେ, ପ୍ରଶାସନ ଜବର ଦଖଲ କରିମାନଙ୍କ ଜାଗାକୁ ଦୁଇଦିନ ଧରି ବୁଲଡୋଜର ସାହାଯ୍ୟରେ ଭାଙ୍ଗିଥିବା ବେଳେ ସାହାଜପାଲ ଛକରେ ଥିବା ପଣ୍ଡା ଇଲୋକ୍ଟ୍ରନିକ୍ସ ଦୋକାନକୁ ପ୍ରଶାସନ ସିଲ୍ କରିଥିଲା ।

ସିଲ୍ କରାଯାଇଥିବା ଦୋକାନକୁ ପଣ୍ଡାଇଲୋକ୍ଟ୍ରନିକ୍ସ ଦୋକାନୀଙ୍କ ଉପସ୍ଥିତିରେ ଜବରଦଖଲ କରାଯାଇଥିବା ଦୋକାନର ତାଲା ଉଚ୍ଛେଦ ଜାଗାକୁ ଭଙ୍ଗାଯାଇଥିଲା । ଏଥିରେ ପ୍ରଶାସନ ଓ ରାଜସ୍ୱ ନିରୀକ୍ଷକ, ଜାତୀୟ ରାଜପଥ ବିଭାଗ, ବିଦ୍ୟୁତ୍ ବିଭାଗ, ଦମକଳ ବାହିନୀ ଉପସ୍ଥିତିରେ ମାଜିଷ୍ଟେଟ୍ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ମହମ୍ମଦ ରୋଜା ରଶୁଲ, କୁମୁଦ ଚନ୍ଦ୍ର ଦଳବେହେରା ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ ଇନ୍ଦ୍ରାଣୀ ଦଣ୍ଡସେନା ଓ ସମସ୍ତ ରାଜସ୍ୱ କର୍ମଚାରୀ, ବାଉଁଶୁଣୀ ପୋଲିସ ବିଭାଗ, ଦମକଳ ବାହିନୀ, ବିଦ୍ୟୁତ୍ ବିଭାଗ, ଏନ୍.ଏଚ୍ ବିଭାଗ ଉପସ୍ଥିତିରେ ଜାତୀୟ ରାଜପଥ ପାର୍ଶ୍ୱରେ ସିଲ୍ ହୋଇଥିବା ଦୋକାନକୁ ଭଙ୍ଗାଯାଇଛି ।