ନୂଆଦିଲ୍ଲୀ,୦୮/୦୬: ବଜାର  ନିୟାମକ ସେବି ପଳାତକ ହୀରା  ବ୍ୟବସାୟୀ ମେହୁଲ ଚୋକ୍‌ସୀଙ୍କ  ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ  ନେଇଛି । ୨.୧ କୋଟି ଟଙ୍କା ଅସୁଲି  ପାଇଁ ଚୋକ୍‌ସିଙ୍କ ବ୍ୟାଙ୍କ୍‌ ଖାତା,  ମ୍ୟୁଚୁଆଲ ଫଣ୍ଡ୍‌ ଏବଂ ସେୟାର୍‌କୁ  ଜବତ କରିବା ପାଇଁ ଆଦେଶ ଦେଇଛି ଭାରତୀୟ ପ୍ରତିଭୂତି  ବିନିମୟ ବୋର୍ଡ । ଗୀତାଞ୍ଜଳି ଜେମ୍ସର ସେୟାରରେ  ଇନ୍‌ସାଇଡର ଟ୍ରେଡିଂ ନିୟମଗୁଡ଼ିକର ଉଲ୍ଲଂଘନ କରିଥିବାରୁ  ଚୋକ୍‌ସିଙ୍କ ଉପରେ ୨.୧ କୋଟି ଟଙ୍କାର ଜରିମାନା  ଲଗାଯାଇଥିଲା । ଏଥିରେ ୧.୫ କୋଟି ଟଙ୍କାର ଜରିମାନା  ଏବଂ ୬୦ ଲକ୍ଷ ଟଙ୍କାର ସୁଧ ରାଶି ରହିଛି ।