ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ସେବିର ବଡ଼ ଆକ୍ସନ; ସେୟାର ମାର୍କେଟରୁ ବ୍ୟାନ୍ ଜେନ୍‌ ଷ୍ଟ୍ରିଟ୍‌ କମ୍ପାନୀ,ଜବତ ହେବ ୪୮୪୩ କୋଟି

Published By : Ankita S | July 4, 2025 1:10 PM

ନୂଆଦିଲ୍ଲୀ,୦୪/୦୭: ଭାରତୀୟ ବଜାର ନିୟାମକ ସେବି ବଡ଼ ଆକ୍ସନ ନେଇଛି । ଏକ ବଡ଼ ଆଦେଶ ଜାରି କରି ସେୟାର ମାର୍କେଟରେ ବ୍ୟାନ୍ ହୋଇଛି ଜେନ୍‌ ଷ୍ଟ୍ରିଟ୍‌ ଓ ତା ସହିତ ଜଡ଼ିତ କମ୍ପାନୀ ଜେଏସ୍‌ଆଇ ଇନଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ଼, ଜେଏସଆଇ୨ ଇନଭେଷ୍ଟମେଣ୍ଟ ଲିମିଟେଡ, ଜେନ୍‌ ଷ୍ଟ୍ରିଟ୍‌ ସିଙ୍ଗାପୁରୁ ପ୍ରାଇଭେଟ ଲିମିଟେଡ ଏବଂ ଜେନ୍‌ ଷ୍ଟ୍ରିଟ୍‌ ଏସିୟା ଟ୍ରେଡିଙ୍ଗ ଲିମିଟେଡକୁ ସେୟାର ବଜାର କାରବାର କରିବାରୁ ବ୍ୟାନ କରାଯାଇଛି ।

ସେବି ଅନୁସାରେ, ଏହି କମ୍ପାନୀକୁ ଏବେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ରୂପେ ସେୟାର କିଣିବା, ବିକିବା କିମ୍ବା କୌଣସି ପ୍ରକାର ନେଣଦେଣ କରିବାକୁ ଅନୁମତି ମିଳିବ ନାହିଁ । ଜାତୀୟ ଗଣମାଧ୍ୟମ ଅନୁସାରେ ଆଦେଶରେ କୁହାଯାଇଛି କି, ଜେନ୍ ଷ୍ଟ୍ରିଟ୍‌ ଗ୍ରୁପ ଯେଉଁ ୪୮୪୩ କୋଟି ବେଆଇନ ଟଙ୍କା ଲୁଟିଛି ତାହା ଜବତ ହେବ । ଏହି ଜବତ ଟଙ୍କା ଦେଶର ଏକ ନାମୀ ବ୍ୟାଙ୍କରେ ଜମା କରାଯିବାକୁ ନିର୍ଦ୍ଦେଶ ହୋଇଛି । ଏହା ସହିତ ଜେନ୍‌ ଷ୍ଟ୍ରିଟ୍‌ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇବା ଉପରେ ରୋକ୍ ଲାଗିଛି । ସେବିର ବିନା ଅନୁମତିରେ ଏବେ କିଛି ନେଣଦେଣ ହେବ ନାହିଁ । 

୨୦୦୦ ମସିହାରେ ପ୍ରତିଷ୍ଠିତ, ଜେନ୍ ଷ୍ଟ୍ରିଟ୍ ଗ୍ରୁପ୍ ଏଲଏଲସି ହେଉଛି ଆର୍ଥିକ ସେବା ଶିଳ୍ପରେ ଏକ ବିଶ୍ୱସ୍ତରୀୟ  ବାଣିଜ୍ୟ ସଂସ୍ଥା। ଏହା ଆମେରିକା, ୟୁରୋପ ଏବଂ ଏସିଆର ପାଞ୍ଚଟି କାର୍ଯ୍ୟାଳୟରେ ୨,୬୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦିଏ ଏବଂ ୪୫ ଟି ଦେଶରେ ବାଣିଜ୍ୟ କାର୍ଯ୍ୟ ପରିଚାଳନା କରେ।

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.