ପ୍ରମୂଖ ଖବର
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଅହମ୍ମଦାବାଦ ପ୍ଲେନ୍ ଟ୍ରାଜେଡ଼ି; ଦ୍ୱିତୀୟ ବ୍ଲାକବକ୍ସ ଠାବ, ଜଣାପଡ଼ିବ ଦୁର୍ଘଟଣାର କାରଣ

Published By : Ankita S | June 16, 2025 1:14 PM

ନୂଆଦିଲ୍ଲୀ,୧୬/୦୬: ଦେଶକୁ ଦୋହାଲାଇ ଦେଇଥିବା ଭୟଙ୍କର ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଦ୍ୱିତୀୟ ବ୍ଲାକବକ୍ସ ମିଳିଛି । ଦୁର୍ଘଟଣା ସ୍ଥଳରୁ ଦ୍ୱିତୀୟ ବ୍ଲାକବକ୍ସ ଠାବ କରିଛି ତଦନ୍ତକାରୀ ଟିମ୍ । ଏହା ସହିତ କକପିଟ୍‌ ଭଏସ୍ ରେକର୍ଡର ମିଳିଛି । ଏହାଦ୍ୱାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କହୁଯାଉଛି । ବ୍ଲାକବକ୍ସ ମିଳିଥିବା ନେଇ ତଦନ୍ତକାରୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଅବଗତ କରାଇଛନ୍ତି ।

ଗତକାଲି (ରବିବାର) ପିକେ ମିଶ୍ର ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହା ସହିତ ହସ୍ପିଟାଲରେ ଆହତଙ୍କୁ ଭେଟିଥିଲେ । ପୂର୍ବରୁ ବିମାନ ଦୁର୍ଘଟଣାର ତଦନ୍ତକାରୀ ଟିମ୍ ବିମାନ ଡାଟା ରେକର୍ଡର ଜବତ କରିଥିଲା । ଏବେ କକପିଟ୍‌ ଭଏସ୍ ରେକର୍ଡର ଠାବ ହୋଇଛି । ଉଭୟ ବ୍ଲାକ ବକ୍ସ ଯଥା ଏଫଡିଆର ଏବଂ ସିଭିଆରକୁ ଠାବ କରିବା ସହିତ ସୁରକ୍ଷିତ ରଖାଯାଇଛି ।

ଜୁନ୍ ୧୨ରେ ଅହମ୍ମଦାବାଦ ବିମାନ ବନ୍ଦରରୁ ଟେକ୍ ଅଫ୍ ହୋଇଥିବା ବୋଇଂ ଏଆଇ-୧୭୧ ପ୍ଲେନ୍ କ୍ରାସ୍ ହୋଇଥିଲା । ଉଡ଼ାଣ ଭରିବାର ମାତ୍ର ୫ ମିନିଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଜେ ମେଡିକାଲ କଲେଜ ହସ୍ପିଟାଲରେ ପିଟି ହୋଇଥିଲା ବିମାନ । ଏଥିରେ ୧୨ କ୍ରୁ ମେମ୍ବରଙ୍କୁ ମିଶାଇ ୨୪୨ ଜଣ ଯାତ୍ରୀ ଥିଲେ । କେବଳ ଜଣଙ୍କୁ ଛାଡି ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ମେଡିକାଲ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ବିମାନ ଦୁର୍ଘଟଣାରେ ମୋଟ ମୃତ୍ୟୁସଂଖ୍ୟା ୨୭୦କୁ ବୃଦ୍ଧି ହୋଇଛି । ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ଟେଷ୍ଟ ଚାଲିଛି । ୪୭ ମୃତଦେହର ଡିଏନ୍‌ଏ ମେଳ ଖାଇଛି । ୨୪ ଶବ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । 

ଅଧିକ ପଢନ୍ତୁ...କେଦାରନାଥରେ ଯେଉଁ କମ୍ପାନୀର ହେଲିକପ୍ଟର ହେଲା କ୍ରାସ୍, ଏବେ ତା ବିରୋଧରେ ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ

ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? କେଉଁଠି ତ୍ରୁଟି ରହିଲା ?  ପ୍ରକୃତ କାରଣ କଣ ଜାଣିବାକୁ ଚେଷ୍ଟା ଜାରି ରହିଛି । ତଦନ୍ତକାରୀ ଟିମ୍ ଓ ଆମେରିକା ନ୍ୟାସନାଲ ଟ୍ରାନ୍ସପୋଟେସନ୍ ସେଫ୍ଟି ବୋର୍ଡ ତଦନ୍ତ ଚଳାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.