ଭୁବନେଶ୍ୱର ୨୦/୦୯: ଭିଡ଼ ମୁକ୍ତ ହେବ ଟୁଇନ୍ ସିଟ୍। ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। କଟକ- ଭୁବନେଶ୍ବର ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ବିତୀୟ ସେତୁ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ୩୬ ମାସ ନିର୍ମାଣ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରହିଛନ୍ତି ସରକାର। ଏନେଇ ବିଧାନସଭାରେ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି ।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ତ୍ରିଶୂଳିଆରେ ଦ୍ୱିତୀୟ ବ୍ରିଜ୍ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ୩୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି ।