ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ

Published By : Prameya | June 1, 2025 9:12 AM

ଅହମ୍ମଦାବାଦ,୦୧/୦୬: ଚଳିତ  ଆଇପିଏଲ୍‌ରେ ରବିବାର ଖେଳାଯିବ ଦ୍ୱିତୀୟ  କ୍ୱାଲିଫାୟର ମୁକାବିଲା । ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍‌ରେ ହେବେ ସାମ୍ନା ସାମ୍ନି । ବିଜୟୀ ଦଳ ମଙ୍ଗଳବାର ଦିନ ଫାଇନାଲ୍‌ରେ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ । ଉଭୟ  ଦଳ ପାଇଁ ଏହା ସେମି ଫାଇନାଲ୍‌ । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । 

ସପ୍ତାହକ ମଧ୍ୟରେ ଉଭୟ ଦଳ ଦ୍ୱିତୀୟ ଥର  ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଗତ ୨୬  ତାରିଖରେ ଅନୁଷ୍ଠିତ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସ ୭ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ପରେ ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସଠୁ ପରାଜିତ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇ ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିଥିଲା । 

ଏଣିକି ମୁମ୍ବାଇ ଇଣ୍ଡିଆନ୍ସକୁ ଅଟକାଇବା କଷ୍ଟକର ହେବ । କାରଣ ୧୭ ବର୍ଷ ମଧ୍ୟରେ ମୁମ୍ବାଇ  ୬ଥର ଫାଇନାଲ୍‌ ଖେଳି ସାରିଛି ଓ ଏଥି ମଧ୍ୟରୁ  ୫ଥର ଚାମ୍ପିଅନ୍‌ ହୋଇଛି । ପଞ୍ଜାବ କିଙ୍ଗସ କେବଳ  ୨୦୧୪ରେ ଫାଇନାଲ୍‌ ଖେଳିଥିଲା ଓ କୋଲକାତା  ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ଏଥର ଚାମ୍ପିଅନ୍‌ ହେବା ଭଳି କ୍ଷମତା ପଞ୍ଜାବ କିଙ୍ଗ୍‌ସ  ନିକଟରେ ରହିଛି । ୧୧ବର୍ଷ ପରେ ଶ୍ରେୟାସ ଆୟର ପଞ୍ଜାବ କିଙ୍ଗ୍‌ସକୁ ପ୍ଲେ-ଅଫ୍‌ରେ ପହଞ୍ଚାଇଛନ୍ତି । ତାଙ୍କ ବଳିଷ୍ଠ ନେତୃତ୍ୱ ଶୈଳୀକୁ ରୋହିତ ଶର୍ମାଙ୍କ  ସହ ତୁଳନା କରାଯାଉଛି । ରୋହିତଙ୍କ ନେତୃତ୍ୱରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଚାମ୍ପିଅନ୍‌ ହୋଇଛି । 

ଉଭୟ ଦଳ ଇତି ମଧ୍ୟରେ ୧୫ଟି ଲେଖାଏଁ ମ୍ୟାଚ୍‌  ଖେଳି ସାରିଛନ୍ତି । ତେଣୁ ପ୍ରଦର୍ଶନ ଓ ଫର୍ମକୁ ନେଇ  ଆଲୋଚନା କରିବାର ଆବଶ୍ୟକତା ଆଉ ନାହିଁ ।  ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ କ୍ରମର ପ୍ରଥମ ୭ଜଣଙ୍କ  ମଧ୍ୟରେ ୪ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନଥିବା  ବ୍ୟାଟର ରହିଛନ୍ତି । ତଥାପି ଦଳ ୫ଥର ୨୦୦ରୁ ଊଦ୍ଧ୍ୱର୍  ରନ ସଂଗ୍ରହ କରିଛି । ମୁମ୍ବାଇ ଇଣ୍ଡିଆନ୍ସର ଶ୍ରେଷ୍ଠ  ଦ୍ୱାଦଶରେ କେବଳ ଜଣେ ଅର୍ନ୍ତଜାତୀୟ କ୍ରିକେଟ୍‌ ଖେଳି  ନଥିବା ବ୍ୟାଟର (ନମନ ଧିର) ରହିଛନ୍ତି । ତେଣୁ ବଡ଼  ମ୍ୟାଚ୍‌ରେ ଅଭିଜ୍ଞତା ବେଶ୍‌ ଗୁରୁତ୍ୱ ରଖିବ । ତଥାପି  ରିକି ପଣ୍ଟିଂ ଓ ଆୟର ଯୋଡ଼ି ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତି  ସହ ବେଶ୍‌ ପରିଚିତ ଥିବାରୁ କିଛି ସ୍ୱତନ୍ତ୍ର ରଣନୀତି  ଆପଣେଇବେ । 

ଆୟରଙ୍କ ବ୍ୟାଟିଂ ଉପରେ ମଧ୍ୟ ଦଳର  ଭାଗ୍ୟ ନିର୍ଭର କରିବ । ସେ ନିଜ ଘରୋଇ ଗ୍ରାଉଣ୍ଡ  (ମୁଲନପୁର)ରେ ଏଥର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ହେଲେ ଅନ୍ୟ ସବୁ ଗ୍ରାଉଣ୍ଡ୍‌ରେ ରାଜୁତି କରିଛନ୍ତି ।ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍‌ରେ ମ୍ୟାଚ୍‌ ଖେଳାଯାଉଥିବାରୁ ଆୟରଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ  ବାହାରିବା ଆଶା କରାଯାଉଛି । ଏହି ଗ୍ରାଉଣ୍ଡ୍‌ରେ  ଗୁଜରାଟ ଟାଇଟନ୍ସ ବିପକ୍ଷରେ ବିଜୟ ସହ ପଞ୍ଜାବ  କିଙ୍ଗ୍‌ସ ଅଭିଯାନ ଆରମ୍ଭ କରିଥିଲା । ଆୟର  ଅପରାଜିତ ୯୭ ରନ୍‌ର ଇନିଂସ ଖେଳିଥିଲେ । ଆଜି ଉଭୟ ଦଳରେ ପରିବର୍ତ୍ତନ  ହୋଇପାରେ । ୟୁଝବେନ୍ଦ୍ର ଚହଲ ଫିଟ୍‌ ହୋଇ  ଅଭ୍ୟାସ ଆରମ୍ଭ କରିଛନ୍ତି । ସେ   ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । 

ମୁମ୍ବାଇ  ଇଣ୍ଡିଆନ୍ସ ଦଳରେ ମଧ୍ୟ ରିଚାର୍ଡ ଗ୍ଲିସନ ଆହତ ହୋଇଛନ୍ତି । ତାଙ୍କ ସ୍ଥାନରେ କରଣ ଶର୍ମାଙ୍କୁ ସୁଯୋଗ  ମିଳିବା ଆଶା କରାଯାଉଛି । ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ବ୍ୟାଟର ଜନି  ବେୟାରଷ୍ଟୋ ଓ ସୂର୍ଯ୍ୟକୁମାରଙ୍କ ପାଇଁ ଆଜି ଚହଲ ଚ୍ୟାଲେଞ୍ଜ ରୂପେ ଉଭା ହେବେ । ଚହଲ ପୂର୍ବରୁ ବେୟାରଷ୍ଟୋଙ୍କୁ ୪ଥର ଓ ସୂର୍ଯ୍ୟକୁମାରଙ୍କୁ ୩ଥର  ଆଉଟ୍‌ କରିସାରିଛନ୍ତି । ସେହିପରି ବୁମରା ପୂର୍ବରୁ  ମାର୍କସ ଷ୍ଟଇନିସ୍‌ଙ୍କୁ ୩ଥର ଆଉଟ୍‌ କରିସାରିଛନ୍ତି ।  

ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ପାଇଁ ନାଲି ମାଟିର ପିଚ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି  ପିଚ୍‌ରେ ଏକ ମ୍ୟାଚ୍‌ ଖେଳାଯାଇଥିଲା ଓ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଥିଲା । ପିଚ୍‌  ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଟସ ସେଭଳି ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ । ଏଠାରେ ଖେଳାଯାଇଥିବା  ୭ଟି ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୬ଟି  ମ୍ୟାଚ ଜିତିଛନ୍ତି । ତଥାପି ଟସ୍‌ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦ୍ୱାଦଶ

ମୁମ୍ବାଇ ଇଣ୍ଡିଆନ୍ସ: ଜନି ବେୟାରଷ୍ଟୋ, ରୋହିତ  ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଚରିଥ  ଆଶାଲଙ୍କା/ବେଭନ ଜାକବ୍ସ, ହାର୍ଦ୍ଦିକ ପାଣ୍ଡ୍ୟା  (ଅଧିନାୟକ), ନମନ ଧିର, ମିଚେଲ ସାଣ୍ଟନର,  ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, ରାଜ ଅଙ୍ଗଦ  ବାୱା, କରଣ ଶର୍ମା । 

ପଞ୍ଜାବ କିଙ୍ଗ୍‌ସ: ପ୍ରଭସିମରନ ସିଂହ, ପ୍ରିୟାଂଶ  ଆର୍ଯ୍ୟ, ଜୋସ ଇଂଲିଶ, ଶ୍ରେୟାସ ଆୟର  (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ  ସିଂହ, ମାର୍କସ ଷ୍ଟଇନିସ, ଅଜମତୁଲ୍ଲା ଓମାରଜାଇ,  ହରପ୍ରୀତ ବ୍ରାର, କେଲି ଜାମିସନ, ୟୁଝବେନ୍ଦ୍ର  ଚହଲ, ବିଜୟ କୁମାର ବୈଶାଖ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.