କରଞ୍ଜିଆ,୧୫/୧୧: ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ "ଜୀନତ୍"। ପ୍ରଥମ ବାଘୁଣୀ ଜମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛଡା ଯାଇଥିଲା । ଏହା ପରେ ଗୁରୁବାର ସନ୍ଧ୍ୟାରେ ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜରେ ପହଞ୍ଚିଲା ଆଉ ଏକ ବାଘୁଣୀ । ପରେ ଆଜି ସକାଳ ୯ ଟା ୩୦ରେ ତାକୁ ଏନକ୍ଲୋଜରେ ଛଡ଼ା ଯାଇଥିଲା । ଜୀନତ୍ ୩ ବର୍ଷ ବୟସର ବାଘୁଣୀ ହୋଇଥିବା ବେଳେ ସୁସ୍ଥ ଓ ସକ୍ରିୟ ଅଛି। କଲର୍ ଆଇଡି ଦ୍ଵାରା ଏବେ ୧୫ ଦିନ ଯାଏଁ ତା ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ନଜର ରଖାଯିବ ବୋଲି ଏସ ଟି ଆର୍ ପକ୍ଷରୁ ସୂଚନା ମିଳିଛି ।
ଯମୁନାକୁ ୧୫ ଦିନ ଲାଗି ଯେଉଁ ଏନକ୍ଲୋଜରରେ ରଖ ଯାଇଥିଲା ଜୀନତକୁ ମଧ୍ୟ ସେହିଠାରେ ଛଡାଯାଇଛି । ନଭେମ୍ୱର୧୩ ତାରିଖ ଅପରାହ୍ନ ୪ ଟା ବେଳେ ତାବୋଡା ଠାରେ ତାକୁ ନିଶ୍ଚେତକ ଦିଆଯାଇ ଧରାଯିବା ପରେ ୯୦୦କିମି ଯାତ୍ରା କରାଇ ଗୁରୁବାର ରାତି ୧୦ ଟା ରେ ଶିମିଳିପାଳର ଗୁଡୁଗୁଡ଼ିୟା ଠାରେ ପହଞ୍ଚିଥିଲା ।