PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ମନ୍ତ୍ରୀମାନଙ୍କୁ ପୁଣି ନବୀନଙ୍କ ମନ୍ତ୍ର; ଅଧିକ ଗସ୍ତ କର, ଲୋକଙ୍କ ସମସ୍ୟା ବୁଝ

ଭୁବନେଶ୍ୱର, ୧୧ ।୭ (ବ୍ୟୁରୋ): ‘ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦିଅ । ସେମାନଙ୍କ ସମସ୍ୟାକୁ ପାଖରୁ ଦେଖ ଏବଂ ତୁରନ୍ତ ସମାଧାନ କର । ଏଥିପାଇଁ ଅଧିକରୁ ଅଧିକ ବିଭିନ୍ନ ଅଞ୍ଚଳ ଗସ୍ତ କର । ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସୁବିଧା ସୁଯୋଗ ସେମାନେ ପାଉଛନ୍ତି ନା ନାହିଁ ତାହା ନିଜେ ପଚାରି ବୁଝ ।’

ନିଜ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ଏମିତି ପାଠ ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ମନ୍ତ୍ରି ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଏ ଗୁରୁମନ୍ତ୍ର ଦେଇଛନ୍ତି । ମନ୍ତ୍ରୀମାନେ ଧାର୍ଯ୍ୟ ସମୟରେ ମାସିକିଆ ଦେଇଥିବା ରିପୋର୍ଟ କାର୍ଡ ଦେଇଥିବାରୁ ନବୀନ ସନ୍ତୋଷ ପ୍ରକାଶ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

୫ ସୂତ୍ରୀ ମନ୍ତ୍ର ଦେଇ ନବୀନ କହିଲେ, ଆପଣଙ୍କ ବିଭାଗ କେତେ ସକ୍ରିୟ ଭାବେ କାମ କରୁଛି ତାହା ତୃଣମୂଳସ୍ତରରୁ ହିଁ ଜଣାପଡ଼ିବ । ଏଥିପାଇଁ ଆପଣମାନେ ଯେତେ ଅଧିକ ଗସ୍ତ କରିବେ ବିଭାଗ ସଂପର୍କରେ ସେତେ ଅଧିକ ଧାରଣା ପାଇପାରିବେ । ଆପଣଙ୍କ ବିଭାଗର ବିଭିନ୍ନ ଅଫିସ ଓ ଅନୁଷ୍ଠାନଗୁଡ଼ିକ ଅଚାନକ ପରିଦର୍ଶନ କରନ୍ତୁ । ଏହାଦ୍ୱାରା ସରକାରୀ ଅଧିକାରୀମାନେ ସେବା ପ୍ରଦାନକୁ ତ୍ୱରିତ କରିବେ । ଲୋକମାନେ ସୁବିଧାରେ ସରକାରୀ ସେବା ପାଇପାରିବେ ।

ସାଧାରଣଙ୍କ ଲୋକଙ୍କୁ ନିଜ କାମର ଫୋକସରେ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଲେ, ଅଞ୍ଚଳକୁ ଗସ୍ତରେ ଯିବା ବେଳେ ଯେତେ ପାରୁଛ ଅଧିକ ଲୋକଙ୍କୁ ଭେଟନ୍ତୁ । ସେମାନେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୁଝନ୍ତୁ । ସରକାରୀ ସେବା ମିଳୁଛି ନା ନାହିଁ ହିତାଧିକାରୀଙ୍କ ତୁଣ୍ଡରୁ ନିଜେ ପଚାରି ବୁଝନ୍ତୁ । ୫ ‘ଟି’କୁ ମଧ୍ୟ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟର ସାମଗ୍ରୀକ ବିକାଶ ସହ ପରିବର୍ତ୍ତନ ପାଇଁ ଟ୍ରାନସପରେନ୍ସି, ଟେକନୋଲୋଜି, ଟିମୱାର୍କ, ଟ୍ରାନସଫର୍ମେସନ ଓ ଟାଇମ (୫ ଟି) ଉପରେ ମନ୍ତ୍ରୀମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସରକାରୀ ଶାସନ ବ୍ୟବସ୍ଥାରେ ସ୍ୱଛତା ଓ ଦକ୍ଷତା ପାଇଁ କମ୍ପ୍ୟୁଟରୀକରଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ବେଶ ଗୁରୁତ୍ୱ ଦେଇ ମନ୍ତ୍ରୀମାନଙ୍କୁ କହିଛନ୍ତି, ନିଜ ନିଜ ବିଭାଗର ଶତ ପ୍ରତିଶତ କାମ ଯେପରି ‘ଓସ୍ୱାସ’ ଜରିଆରେ ହେବ ସେଥିପ୍ରତି ଧ୍ୟାନ ଦିଅ । ଆଜିର ମନ୍ତ୍ରୀ ପରିଷଦ ବୈଠକରେ ସରକାର ଆପଦକାଳୀନ ପାଣ୍ଠିରୁ ‘କାଳିଆ’ ପାଇଁ ଖର୍ଚ୍ଚ କରିଥିବା ଅର୍ଥକୁ ଅନୁମୋଦନ ମିଳିଛି ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ଏବେ କେନ୍ଦ୍ରବିନ୍ଦୁ ଭାଗେ ଗ୍ରହଣ କରି ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଫିସରମାନଙ୍କୁ ମନ୍ତ୍ର ଫୁଙ୍କୁଛନ୍ତି । କ୍ରମାଗତ ୫ମ ପାଳି ବିଜୁ ଜନତା ଦଳ କ୍ଷମତାକୁ ଆସିବା ପରେ ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ସାରିବା ପରେ ସଚିବାଳୟରେ ମନ୍ତ୍ରି ପରିଷଦର ବୈଠକ ଡାକିଥିଲେ । ବୈଠକରେ ସେ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ, ଓଡ଼ିଶାବାସୀ ଆମକୁ ଆଶୀର୍ବାଦ କରିଛନ୍ତି । ପୁଣି ସେବା କରିବାକୁ ସୁଯୋଗ ଦେଇଛନ୍ତି । ଆସନ୍ତୁ, ଆମେ ସମସ୍ତେ ସମୟର ପରିବର୍ତ୍ତନରେ ସାମିଲ ହେବା । ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବା । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଜିତିବାକୁ ନିଷ୍ଠାର ସହ ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦେଇଥିଲେ ।

ଏହାପରେ ନବୀନ ଦଳୀୟ ବିଧାୟକମାନଙ୍କୁ ପରାମର୍ଶ ଦେଲେ ଯେ, କ୍ଷମତା ମୋହରେ ଅହଂକାର କି ଆତ୍ମବଡ଼ିମା ଦେଖାଅନିି । ସରଳ ଓ ନମ୍ର ହୁଅ । ଦଳୀୟ ରାଜନୀତିରୁ ଉଧ୍ୱର୍କୁ ଯାଇ ଜନସାଧାରଣଙ୍କ ସେବା କର । ଦେଇଥିବା ପ୍ରତିଶ୍ରୁତିକୁ ପାଳନ କର । ଦୁର୍ନୀତିଠାରୁ ଦୂରେଇ ରହି ଦଳୀୟ ବାଛବିଚାର ଛାଡ଼ି ନିଷ୍ଠାର ସହ ଲୋକଙ୍କ କାମ କରି ଚାଲ ।

ସଚିବ ଓ ଜିଲ୍ଲାପାଳମାନଙ୍କୁ ମଧ୍ୟ ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ୫ ‘ଟି’କୁ ପୂରାକୁ ପୂରା ଫୋକସ୍‌ କରିବାକୁ ନିକଟରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଦଳଗତ କାର୍ଯ୍ୟ, ସ୍ୱଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍‌ ୱାର୍କ, ଟ୍ରାନସ୍‌ପରେନ୍ସି, ଟେକ୍‌ନୋଲୋଜି, ଟ୍ରାନସଫରମେସନ, ଟାଇମ୍‌-୫ ଟି)କୁ ନବୀନ ଗୁରୁତ୍ୱ ଦେଇ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ବାରମ୍ବାର ପରାମର୍ଶ ଦେଇ ଆସୁଛନ୍ତି ।ଳ ହୋଇଥିଲେ । ବ୍ୟାଙ୍କରେ ସିକ୍ୟୁରିଟି ବ୍ୟବସ୍ଥା ନଥିବା ଯୋଗୁଁ ଆଜି ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।