ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍: ଭିଡିଓ…

ହାଇଦ୍ରାବାଦ ୦୪/ ୦୭: ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତୃଟି ଦେଖିବାକୁ ମିଳିଛି । ପିଏମ୍ଙ୍କ ହେଲିକପ୍ଟର ଉଡାଣ ଭରିବାର କିଛି ସମୟ ପରେ ଆକଶକୁ ବିପୁଳ ପରିମାଣର ବେଲୁନ୍ ଛଡାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ହେଲିପ୍ୟାଡ୍ ଠାରୁ ମାତ୍ର କିଛି ଦୂରରେ ବିରୋଧ ପ୍ରଦର୍ଶନ କରୁଥିବା କିଛି କଂଗ୍ରେସ କର୍ମୀ ଆକାଶକୁ କଳା ରଙ୍ଗର ବେଲୁନ ଛାଡିଥିଲେ । ଯେତେବେଳେ କି ବେଲୁନ୍ ଗୁଡିକ ଠାରୁ ମାତ୍ର କିଛି ଦୂରରେ ହିଁ ହେଲିକପ୍ଟର ଯାଇଥିଲା । ପୁରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ଘଟଣାକୁ ନେଇ ବିଜୟଓ୍ବାଡା ପୋଲିସ କମିସନର କାନ୍ଥୀ ରାଣା କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଠାରୁ ମାତ୍ର ୨ କିମି ଦୂରରେ କିଛି କଂଗ୍ରେସ କର୍ମୀ ବେଲୁନ୍ ଛାଡିଥିଲେ । ଭିଡିଓକୁ ତନଖି ୪ ଜଣଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ମଧ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଖୁବଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ’।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଅଲ୍ଲୁରୀ ସିତରାମ ରାଜୁଙ୍କ ଜନ୍ମଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପହଞ୍ଚିଥିଲେ ପିଏମ୍ ନରେନ୍ଦ୍ର ମୋଦି । ସେଠାରେ ୩୦ ଫୁଟ୍ ଉଚ୍ଚର ଆଦିବାସୀ ସ୍ବତନ୍ତ୍ରତା ସଂଗ୍ରାମ ସେନାନୀ ପ୍ରତିମାର ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆସିବା ପୂର୍ବରୁ ହିଁ କଂଗ୍ରେସ ୩ ନେତା ଏୟାରପୋର୍ଟ ନିକଟରା କଳା ରଙ୍ଗର ବେଲୁନ ଧରି ଏପଟସେପଟ ହେଉଥିବା ଦେଖିବାକୁ ମିଳିଥିଲା । ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।
ତେବେ ଗନ୍ନାବରମ୍ ଏୟାରପୋର୍ଟରୁ ଉଡାଣ ଭରିବାର ୫ ମିନିଟ୍ ପରେ ବିମାନବନ୍ଦରର କିଛି ଦୂରରେ ବିପୁଳ ପରିମାଣର ବେଲୁନ୍ ଉଡୁଥିବା ଦେଖିବାକୁ ମିଳିଥିଲା । ଦୁଇ କଂଗ୍ରେସ ନେତା ରାଜୀବ ରତନ୍ ଏବଂ ରବି ପ୍ରକାଶ ଏକ ନିର୍ମାଣାଧୀନ କୋଠାରେ ଚଢି କଳା ବେଲୁନ ଆକାଶକୁ ଛାଡିଥିଲେ । ପୁରା ଯୋଜନାବଦ୍ଧ ଭାବେ ଏଭଳି କାର୍ଯ୍ୟ କରାଯାଇଥିଲା । ପୋଲିସ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।
#WATCH | A Congress worker released black balloons moments after PM Modi's chopper took off, during his visit to Andhra Pradesh.
— ANI (@ANI) July 4, 2022
(Source: unverified) pic.twitter.com/ZYRlAyUcZK