ରାଉରକେଲା,୧୩/୩: ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଗତକାଲି ରାତିରେ ମାଓବାଦୀମାନେ ଓଡ଼ିଶା ସୀମାନ୍ତ ଅଖେଇଶିଳା ଆଡ଼କୁ ଆସୁଥିବା ସୂଚନା ମିଳିବା ପରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡର ସିଆରପିଏଫ୍, ଜାଗୁଆର, ଡିଭିଏଫ୍ ପକ୍ଷରୁ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ।
ଆହୁରି ପଢନ୍ତୁ-ଗ୍ୟାସ୍ ଅଭାବକୁ ନେଇ କେନ୍ଦୁଝରରେ ରାସ୍ତାରୋକ: ହୋମ୍ ଡେଲିଭରିରେ ଅନିୟମିତତା ଅଭିଯୋଗ
ଆଜି ଅପରାହ୍ନରେ ଝାଡ଼ଖଣ୍ଡର ଯବାନମାନେ ଯାଉଥିବା ବେଳେ ଲୁଚି ରହିଥିବା ମାଓବାଦୀମାନେ ହଠାତ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚଳାଇ ଥିଲେ। ପ୍ରାୟ ଏକ ଅଧ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି।