ନୂଆଦିଲ୍ଲୀ : ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ କମାଣ୍ଡୋ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଏକ AK-47 ସମେତ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ରିପୋର୍ଟ ଅନୁଯାୟୀ, ଗଡଚିରୋଲି ପୋଲିସ ଏଟାପାଲି ତାଲୁକାର ଜାମ୍ବିଆ ଜଙ୍ଗଲରେ ଏକ ଭୟଙ୍କର ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀଙ୍କୁ ହତ୍ୟା କରିଛି । ଗୁପ୍ତ ସୂଚନା ଆଧାରରେ, C-୬୦ ଦଳ ଏବଂ ସିଆରପିଏଫ (CRPF) ର ୧୯୧ ତମ ବାଟାଲିୟନ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଗୋଟିଏ AK-47, ଗୋଟିଏ ପିସ୍ତଲ, ଗୁଳି ଏବଂ ବିପୁଳ ପରିମାଣର ମାଓବାଦୀ ସାହିତ୍ୟ ଜବତ କରିଛନ୍ତି।

ଏହି ଅଞ୍ଚଳରେ ମାଓ କାର୍ଯ୍ୟକଳାପ ବିରୁଦ୍ଧରେ ଅତିରିକ୍ତ ପୋଲିସ ଅଧିକ୍ଷକ ସତ୍ୟ ସାଇ କାର୍ତ୍ତିକଙ୍କ ନେତୃତ୍ୱରେ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହାକୁ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି।