ଶ୍ରୀନଗର : ଜମ୍ମୁ-କାଶ୍ମୀରର ଅଖନୂର ସେକ୍ଟରରେ ସୋମବାର ସୁରକ୍ଷା ବାହିନୀ ସେନାର କାର୍କେଡରେ ଏକ ଆମ୍ୱୁଲାନ୍ସ ଉପରେ ଫାୟାରିଂ କରିଥିବା ୩ ଆତଙ୍କୀଙ୍କୁ ମାରି ଦେଇଥିଲେ। ସେନା ମଙ୍ଗଳବାର ଖୁଲାସା କରିଛି କି ଅଖନୂର ଅପରେସନରେ ତାଙ୍କ ଟିମ୍ ଆତଙ୍କୀଙ୍କ ନିପାତ ପାଇଁ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବ୍ୟବହାର କରିଛି। ସେନା ପ୍ରେସ୍‌ ବ୍ରିଫିଂରେ କହିଛି ଯେ, କେମିତି ଏଆଇର ସାହାଯ୍ୟରେ ଆତଙ୍କୀଙ୍କ ବିରୋଧରେ ଅପରେସନରେ ଆମେ ଶୀଘ୍ର ଓ ସଫଳ ରେଜଲ୍ଟ ମିଳିଲା।

ଆତଙ୍କୀ ବିରୋଧୀ ଅଭିଯାନ ବେଳେ ସେନା ୪ବର୍ଷର ତଲାସୀ କୁକୁରକୁ ମଧ୍ୟ ହରାଇ ଦେଇଛି। ସେ ସର୍ଚ୍ଚ ଅପରେସନ ବେଳେ ଟିମ୍‌ରେ ସବୁଠୁ ଆଗରେ ଚାଲୁଥିଲା ଏବଂ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲା। ଆର୍ମି ଡଗ୍‌ର ବଳିଦାନ କାରଣରୁ ସେନାର ଅନେକ ଯବାନଙ୍କ ଜୀବନ ବଞ୍ଚି ଗଲା।

ଭାରତୀୟ ସେନାରେ ମେଜର ଶ୍ରୀବାସ୍ତବ ମଙ୍ଗଳବାର ପ୍ରେସ୍‌କୁ କହିଛନ୍ତି ଯେ , ଜମ୍ମୁ-କାଶ୍ମୀରର ଅଖନୁରରେ ଆତଙ୍କୀ ବିରୋଧୀ ଅଭିଯାନରେ ସେନା ମାନବ ରହିତ ଗାଡ଼ି ଓ ଏଆଇର ବ୍ୟବହାର କରିଥିଲା। ଏଥିରେ ଆମକୁ ତୁରନ୍ତ ଓ ସଫଳ ଫଳ ମିଳି ପାରିଲା। ସେ ଆହୁରି କହିଛନ୍ତି ଯେ, ଏହି ଅପରେସନ ପରେ ଏମିତି ସୂଚନା ବ୍ୟାପିଲା ଯେ, ସେନା ଆତଙ୍କୀଙ୍କ ବିରୋଧରେ ବିଏମପି ଟ୍ୟାଙ୍କର ବ୍ୟବହାର କରି ଥିଲା, ହଁ ଆମେ ଏହାର ବ୍ୟବହାର କରିଥିଲୁ , କାରଣ ସେ ଅଞ୍ଚଳ ଖୁବ୍‌ କଠିନ ଥିଲା ଏବଂ ଆମକୁ ଶୀଘ୍ର ରେଜଲ୍ଟ ହାସଲ କରିବାର ଥିଲା।  

ମେଜର ଜେନେରାଲ ଶ୍ରୀବାସ୍ତବ ଏଏନଆଇକୁ କହିଛନ୍ତି, ଯେବେ ଆମେ ନିଜର ସୂତ୍ରାନୁସାରେ , ଗାଁରେ ଆତଙ୍କବାଦୀ ମାନେ ଥିବାର ଜାଣିଲୁ, ଆମେ ତୁରନ୍ତ ଆକ୍ସନ ନେବାକୁ ନିଷ୍ପତ୍ତି ନେଲୁ। ଯେବେ ସେ ଜାଣିପାରିଲେ ଯେ, ତାଙ୍କର ଉଦ୍ଦେଶ୍ୟ ପୂରା ହୋଇ ପାରୁନାହିଁ , ତ ସେ ଆମର କାର୍କେଡ୍‌ ଉପରେ ଫାୟାରିଂ କଲେ। ଯେଉଁ ଭଳି ଆତଙ୍କବାଦୀ ହତିଆର ସହ ଥିଲେ , ଆମକୁ ଲାଗୁ ଥିଲା ଯେ ସେମାନେ କୌଣସି ବଡ଼ ପ୍ଲାନିଂରେ ଏଠାକୁ ଆସିଥିଲେ। ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକ ଏହା ମଧ୍ୟ ପୋଷ୍ଟ କରିଥିଲେ ଯେ , କିଛି ବଡ଼ କରିବାର ଯୋଜନା କରୁ ଥିଲେ। ଏଥିପାଇଁ ଆମେ ପ୍ରସ୍ତୁତ ଥିଲୁ ଏବଂ ଗୁଇନ୍ଦା ଏଜେନ୍ସି  ସହ ସବୁ ସଙ୍ଗଠନର ସାହାଯ୍ୟ ନେଉଥିଲୁ। 

ଉଲ୍ଲେଖନୀୟ ଯେ, ଆତଙ୍କବାଦୀମାନେ ସେନାର ଆମ୍ୱୁଲାନ୍ସ ଉପରେ ଫାୟାରିଂ କଲେ, ଏହାପରେ ତୁରନ୍ତ ଜବାବୀ କାର୍ଯ୍ୟାନୁଷ୍ଠାନ କରାଗଲା। ସଂପୃକ୍ତ ଅଞ୍ଚଳକୁ ତୁରନ୍ତ ସିଲ କରିଦିଆ ଗଲା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଓ ଭାରତୀୟ ସୁରକ୍ଷା ବାହିନୀଙ୍କ ଦ୍ୱାରା ତଲାସୀ ଅଭିଯାନ ଆରମ୍ଭ କରାଗଲା। କାଉଣ୍ଟର ଆଟାକ୍‌ରେ ୩ଜଣ ଆତଙ୍କୀଙ୍କ ଜୀବନ ଯାଇଛି ଏବଂ ବହୁ ପରିମାଣରେ ହତିଆର ମଧ୍ୟ ଉଦ୍ଧାର ହୋଇଛି।