ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ହାଇବ୍ରିଡ୍ ଧାନ ବିହନ ବିକ୍ରୀ ଉପରେ ନାହିଁ ଲଗାମ : ଚାଷୀଙ୍କୁ ଲୁଟୁଛନ୍ତି ବିହନ ଦୋକାନୀ

Published By : Suraj Kumar | June 7, 2025 10:00 PM

କେନ୍ଦୁଝର ସଦର,୭/୬(ଆପ୍ର) : ଖରା ଯାଇ ବର୍ଷା ପ୍ରବେଶ କରିଛି। ଚଳିତ ବର୍ଷ ନିୟମିତ ବର୍ଷା ହେଉଥିଵା ଯୋଗୁଁ ଚାଷୀଙ୍କ ମନରେ ଚାଷ କରିବା ପାଇଁ ବେଶ୍ ଉତ୍ସାହ ସୃଷ୍ଟି କରିଛି। ମାତ୍ର ଧାନ ବିହନ ବିକ୍ରେତାଙ୍କର ଲାଭଖୋର ମନୋଭାବ ଯୋଗୁଁ ଚାଷୀମାନେ ଅତିଷ୍ଠ ହୋଇପଡ଼ିଛନ୍ତି। 

ସୂଚନାରୁ ପ୍ରକାଶ ଯେ ଖରିଫ ସମୟରେ କେନ୍ଦୁଝର ଜିଲ୍ଲାର ଚାଷୀମାନେ ବ୍ୟାପକ ଧାନ ଚାଷ କରି ନିଜେ ଚଳିବା ସହିତ ବିକ୍ରି ମଧ୍ଯ କରିଥାନ୍ତି। ଅଧିକ ଅମଳ ପାଇଁ କୃଷକ ମାନେ ଧାର ଉଧାର କରି ହାଇବ୍ରିଡ ଜାତୀୟ ଧାନ ବିହନ କିଣି ବିଲରେ ଚାଷ କରିଥାନ୍ତି। ମାତ୍ର ଏହାର ଭରପୁର ଫାଇଦା ନେଉଛନ୍ତି ମୁନାଫାଖୋର୍ ହାଇବ୍ରିଡ୍ ଧାନ ବିହନ କମ୍ପାନୀ ଓ ବ୍ୟବସାୟୀ ମାନେ। ଜିଲ୍ଲା ବିଭିନ୍ନ ସ୍ଥାନର  ପଞ୍ଜୀକୃତ ଓ ଅଣପଞ୍ଜୀକୃତ ଦୋକାନଗୁଡିକ ମାନଙ୍କରେ ହାଇବ୍ରିଡ୍ ଧାନ ବିହନ ବିକ୍ରୀ ହେଉଥିବା ବେଳେ ଏହାର କୌଣସି ବିକ୍ରୟ ମୂଲ୍ୟ ସରକାରଙ୍କ ପକ୍ଷରୁ ସୂଚିତ କରାଯାଉ ନାହିଁ । ବିହନ କମ୍ପାନୀ ଗୁଡ଼ିକ ଚାଷୀଙ୍କୁ ବୋକା ବନାଇବା ପାଇଁ ଉପଯୁକ୍ତ ମୂଲ୍ୟ ଠାରୁ ବହୁ ଅଧିକ ଦର ପ୍ୟାକେଟ ଗୁଡିକରେ ଲେଖିଥାନ୍ତି। ଦୋକାନୀ ଗୁଡ଼ିକ କୃଷକଙ୍କ ପକେଟକୁ ଦେଖି ମୋଟା ଅଙ୍କର ଲାଭ ରଖି ଧାନ ବିକ୍ରୟ କରୁଛନ୍ତି। ଚଳିତ ବର୍ଷ  କମ୍ପାନୀ ଏବଂ ବିକ୍ରେତାଙ୍କ ଦୌରାତ୍ମ୍ୟ ଚରମ ସୀମା ଟପିଛି।

ବିହନ ଧାନ କିଲୋ ପିଛା ୪ ଶହରୁ ୫ ଶହ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ତିନି କିଲୋ ପାକେଟ ଗୁଡ଼ିକ ପ୍ରାୟ ୧୪ ଶହରୁ ୧୫ ଶହରେ ବିକ୍ରୀ ହେଉଛି।  ଯାହା ଫଳରେ ଚାଷୀ ଠକାମୀର ସ୍ବୀକାର ହେଉଛନ୍ତି।  ହାଇବ୍ରିଡ ଚାଷ ଯେହେତୁ ବହୁଳ ଭାବରେ ଆଦୃତ ହେଉଛି ତେଣୁ ରାଜ୍ଯ ସରକାର ପକ୍ଷରୁ ସ୍ଵତନ୍ତ୍ର ଭାବେ ଗୁରୁତ୍ବ ଦେଇ ଧାନ ବିହନ କମ୍ପାନୀ ଗୁଡ଼ିକ ବିକ୍ରୟ କେନ୍ଦ୍ର ଗୁଡିକରେ ରେଟ୍ ଚାଟ୍ ଲଗାଇବା ବାଧ୍ୟତାମୂଳକ କରାଯାଉ। କୃଷି ବିଭାଗରୁ ଅଭିଯୋଗ ନମ୍ବର ଉପରେ ସଚେତନତା କରାଯାଉ ବୋଲି ଚାଷୀ ମହଲରେ ଦାବୀ ହେଉଛି।

 ଏ ନେଇ  ବ୍ଲକ୍ ସ୍ତରୀୟ କୃଷୀ ଅଧିକାରୀଙ୍କୁ ପଚାରିବାରୁ କୁହନ୍ତି ଯେଉଁ ବିକ୍ରୟ କେନ୍ଦ୍ର ବା ଦୋକାନୀ ଅଧିକ ମୂଲ୍ୟରେ ହାଇବ୍ରିଡ ଧାନ ବିହନ ବିକ୍ରୀ କରୁଛନ୍ତି ସେମାନଙ୍କ ନିକଟରୁ ବିଲ୍ ନେଇ ଅଭିଯୋଗ କଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ସମସ୍ତ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଆବଶ୍ୟକତା ଅନୁସାରେ ହାଇବ୍ରିଡ ଧାନ ବିହନ ଯୋଗାଇବା ସହିତ କମ୍ପାନୀମାନେ ଉପଯୁକ୍ତ ଧାନର ମୂଲ୍ୟ ସାରଣୀ ଲଗାଇବା ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଧାରଣ ସମ୍ପାଦିକା ଶୈଳଵାଳା ପରିଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ନିକଟରେ ଦାବୀ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.