PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କାଇଲି ଜେନରଙ୍କୁ ପଛରେ ପକାଇଲେ ସେଲିନା, ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋ କରାଯାଉଥିବା ମହିଳା ଗାୟିକା

vanityfair

ନୂଆଦିଲ୍ଲୀ ୨୦/୦୩ : ନିଜ ଗୀତ ଓ ଅଭିନୟ ମାଧ୍ୟମରେ ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିଥିବା ସେଲିନା ଗୋମେଜ୍। ସେଲିନା ଗୋଟିଏ ପରେ ଗୋଟିଏ ସଫଳତା ତାଙ୍କ ନାଁରେ କରିଚାଲିଛନ୍ତି। ବର୍ତ୍ତମାନ ତାଙ୍କର ଆଉ ଏକ ସଫଳତା ଫ୍ୟାନ୍ସଙ୍କୁ ଖୁସି କରିଛି। ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେଲିନା ବର୍ତ୍ତମାନ ସବୁଠାରୁ ଅଧିକ ଫଲୋ କରାଯାଉଥିବା ମହିଳା ହୋଇପାରିଛନ୍ତି।

ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜ୍ ଇନଷ୍ଟାଗ୍ରାମରେ ୪୦୦ ମିଲିୟନ୍ ଫଲୋୟର୍ସ ଅତିକ୍ରମ କରିଛନ୍ତି। ସେଲିନାଙ୍କ ପୂର୍ବରୁ ଏହି ଟାଇଟଲ୍ ଆମେରିକୀୟ ମଡେଲ୍ ତଥା ସୋସିଆଲ୍ ମିଡିଆ ସେଲିବ୍ରିଟି କାଇଲି ଜେନରଙ୍କ ପାଖରେ ଥିଲା। କାଇଲିଙ୍କର ଇନଷ୍ଟାରେ ୩୮୨ ମିଲିୟନ୍ ଫଲୋୟର୍ସ ଅଛନ୍ତି। ତେବେ ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋୟର୍ସ ପାଇବା ପରେ ସେଲିନା ଏବେ ସୋସିଆଲ ମିଡିଆରୁ ବ୍ରେକ୍ ନେବାକୁ ଘୋଷଣା କରିଛନ୍ତି।

ଭାରତରେ ୨୪୧ ମିଲିୟନ୍ ଫଲୋୟର୍ସଙ୍କ ସହ ବିରାଟ କୋହଲି ସବୁଠାରୁ ଅଧିକ ଫଲୋ କରାଯାଉଥିବା ସେଲିବ୍ରିଟି । ଅନ୍ୟପକ୍ଷରେ ପ୍ରିୟଙ୍କା ଚୋପ୍ରା ୮୫ ମିଲିୟନ୍ ଫଲୋୟର୍ସଙ୍କ ସହ ସର୍ବାଧିକ ଫଲୋ କରାଯାଉଥିବା ମହିଳାଙ୍କ ତାଲିକାରେ ଏକ ନମ୍ବରରେ ଅଛନ୍ତି।

ସମ୍ବନ୍ଧିତ ଖବର