ନୂଆଦିଲ୍ଲୀ,୨୯।୩: ଭାରତରେ ସଡକ ସୁରକ୍ଷା ନିୟମ ହେବ ଆହୁରି ମଜବୁତ । ଏହାକୁ ଲାଗୁ ଦିଗରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ବଡ଼ ଘୋଷଣା। ସେ କହିଛନ୍ତି, ଏବେ ପ୍ରତ୍ୟେକ ବାହନ ସହ ଦୁଇଟି ଆଇଏସଆଇ ସାର୍ଟିଫାଏଡ୍ ହେଲମେଟ୍ ଦେବା ବାଧ୍ୟତାମୂଳକ। ନୂଆ ଦିଲ୍ଲୀରେ ଆୟୋଜିତ ଅଟୋ ସମିଟ୍ରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଯାହାଫଳରେ ଦୁଇଚକିଆ ହେଲମେଟ୍ ମାନୁଫାକଚରିଂ ଆସୋସିଏସନ୍ ଅଫ୍ ଇଣ୍ଡିଆର ପୁରା ସମର୍ଥନ ମିଳିଛି। ଗଡକାରୀଙ୍କ ଏହି କଡ଼ା ନିର୍ଦେଶକ ଉଦ୍ୟୋଗ ଜଗତ ଦ୍ବାରା ଏକ ଗୁରୁତ୍ବପୂର୍ଣ୍ଣ ଓ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିବା ପଦକ୍ଷେପ ବୋଲି କୁହାଯାଉଛି, ଯାହାକି ଏହି ଅନାବଶ୍ୟକ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିବ।

ଟୁ-ହ୍ବିଲର ହେଲମେଟ୍ ମାନୁଫାକଚରିଂ ଆସୋସିଏସନ୍, ଯାହାକି ଦୀର୍ଘ ସମୟ ଧରି ଆଇଏସଆଇ ସାର୍ଟିଫାଏଡ୍ ହେଲମେଟ୍ ବାଧ୍ୟତାମୂଳକ କରିବାର ଦାବି କରୁଥିଲା। ଏହି ନିଷ୍ପତ୍ତିକୁ ଆସୋସିଏସନ୍ ପ୍ରଶଂସା କରିଛି। ଉଲ୍ଲେଖନୀୟ ଯେ, ଭାରତରେ ସଡକ ଦୁର୍ଘଟଣାର ସଂଖ୍ୟା ଖୁବ୍ ଚିନ୍ତାଜନକ ରହିଛି। ପ୍ରତିବର୍ଷ ୪,୮୦,୦୦୦ରୁ ଅଧିକ ସଡକ ଦୁର୍ଘଟଣା ହେଉଛି। ଏଥିରେ ୧,୮୮,୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଏଥିରେ ୬୬% ମୃତକ ୧୮ ରୁ୪୫ ବର୍ଷର ରହିଛନ୍ତି। ବିଶେଷ ଭାବରେ ଦୁଇଚକିଆ ବାହନ ଦୁର୍ଘଟଣା ପ୍ରତିବର୍ଷ ୬୯,୦୦୦ ରୁ ଅଧିକ ଲୋକ ମରୁଛନ୍ତି,ସେଥିରେ ୫୦% ମୃତ୍ୟୁ ହେଲମେଟ୍ ନପିନ୍ଧିବା କାରଣରୁ ହେଉଛି।

ଭାରତ ସରକାର ୧୯୯୮ ମୋଟର ବାହନ ଅଧିନିୟମରେ ପରିବର୍ତ୍ତନ କରିଛନ୍ତି। ଯେଉଁଥିରେ ଦୁଇଚକିଆ ଚଳାଉଥିବା ଲୋକଙ୍କୁ ହେଲମେଟ୍ ନପିନ୍ଧିବା କିମ୍ବା ଠିକ୍ ଭାବରେ ହେଲମେଟ୍ ନପିନ୍ଧିବା ଉପରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା ଲଗାଯିବ। ଅର୍ଥାତ ବାଇକ୍ ଚାଳକ ହେଲମେଟ୍ ପିନ୍ଧିଥାନ୍ତି, କିନ୍ତୁ ତାହା ଖୋଲାହୋଇ ରହିଥାଏ। ଏଭଳି ଥିଲେ ୧୦୦୦ ଟଙ୍କା ଜରିମାନା। ହେଲମେଟ୍ ପିନ୍ଧିକି ମୁଣ୍ଡକୁ ବେଲ୍ଟରେ ଜୋରରେ ବାନ୍ଧିନଥିଲେ ୧ ହଜାର ଟଙ୍କା ଜରିମାନା ନିଆଯିବ। ଯଦି ଏଭଳି ନହୁଏ ତେବେ ୨୦୦୦ ଟଙ୍କାର ଫାଇନ ଦେବାକୁ ହେବ।