PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସିନିୟର ଖେଳାଳୀ ଭାଙ୍ଗିଲେ ନିୟମ: ୱର୍ଲ୍ଡକପ୍ ସମୟରେ ୧୫ ଦିନରୁ ଅଧିକ ନିଜ ପାଖରେ ପତ୍ନୀଙ୍କୁ ରଖିଥିଲେ, ହୋଇପାରେ କାର୍ଯ୍ୟାନୁଷ୍ଠାନ

ନୁଆଦିଲ୍ଲୀ ୨୧/୭: ଭାରତୀୟ କ୍ରିକେଟ୍ ଟିମର ଜଣେ ସିନିୟର ଖେଳାଳୀ ବିସିସିଆଇର ସେକ୍ସନ-୧(ବି)(୧) ‘ପରିବାର ସମ୍ବନ୍ଧିତ’ ନିୟମର ଉଲଙ୍ଘନ କରିଛନ୍ତି । ୱର୍ଲ୍ଡକପ ସମୟରେ ଖେଳାଳୀ ନିଜ ପତ୍ନୀଙ୍କୁ ପୁରା ୭ ସପ୍ତାହ ପାଖରେ ରଖିଥିଲେ । ତାହା ପୁଣି ତାଙ୍କ କ୍ୟାପ୍ଟେନ୍ ଏବଂ କୋଚଙ୍କ ବିନା ଅନୁମତିରେ । ଭାରତୀୟ ଟିମ ୱର୍ଲ୍ଡକପର ସେମିଫାଇନାଲରେ ନ୍ଯୁଜିଲାଣ୍ଡଠୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାରିଗଲା । ସୂଚନା ଅନୁସାରେ ସମ୍ପୃକ୍ତ ସିନିୟର ଖେଳାଳୀଙ୍କୁ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ନେଇପାରେ ବିସିସିଆଇ ।

ବିସିସିଆଇ ସୂତ୍ର ପକ୍ଷରୁ ନାମ ନଜଣାଇବା ସର୍ତ୍ତରେ ନିୟମ ଉଲ୍ଲଙ୍ଘନ କଥା ସୂଚନା ମିଳିଛି । ଖେଳାଳୀ ନିଜ ପତ୍ନୀଙ୍କୁ ୧୫ ଦିନରୁ ଅଧିକ ନିଜ ପାଖରେ ରଖିବା ପାଇଁ ଅନୁମତି ମାଗିଥିଲେ । କିନ୍ତୁ ଏଥିପାଇଁ ପ୍ରତ୍ଯାଖାନ କରିଥିଲେ ସିଓଏ । ସିଓଏ ୩ ମେ ରେ ହୋଇଥିବା ବୈଠକରେ ଏହି ମୁଦ୍ଦା ଉପରେ ଅନୁରୋଧକୁ ମଞ୍ଜୁର କରିନଥିଲେ ।

ସିଓଏଙ୍କ ଅନୁମତି ନଥିଲା
ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ୩ ମେ ରେ ହୋଇଥିବା ବୈଠକରେ ଏହି ଖେଳାଳୀଙ୍କୁ ଅନୁମତି ମିଳିନଥିଲା । ସେ ୱର୍ଲ୍ଡକପ ସମୟରେ ୧୫ ଦିନର ନିୟମ ଉଲ୍ଲଂଘନ କରିଛନ୍ତି । ସେ ଏଥିପାଇଁ କ୍ଯାପ୍ଟେନ୍ କିମ୍ବା କୋଚଙ୍କଠୁ ଅନୁମତି ମାଗିନଥିଲେ ।

ସମ୍ବନ୍ଧିତ ଖବର