PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସେୟାର ମାର୍କେଟରେ ମିଶ୍ରିତ କାରବାର, ୫୭ ହଜାର ପଏଣ୍ଟ ଉପରେ ବନ୍ଦହେଲା ସେନସେକ୍ସ

ମୁମ୍ବାଇ ୨୭/ ୦୯: ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାରରେ ହାହାକାର ଦେଖିବାକୁ ମିଳିଥିବା ବେଳେ ମଙ୍ଗଳବାର ସାମାନ୍ୟ ଆଶ୍ବସ୍ତି ମିଳିଛି । ତଥାପି ଆଜି ଷ୍ଟକ୍‌ ମାର୍କେଟ୍‌ ଲାଲ୍‌ ସଙ୍କେତରେ ବନ୍ଦ ହୋଇଛି । ମଙ୍ଗଳବାର କାରବାର ଆରମ୍ଭରୁ ସେନସେକ୍ସ ଏବଂ ନିଫ୍ଟି ସବୁଜ ସଙ୍କେତରେ ଖୋଲିଥିବା ବେଳେ ପରେ ତାହା ହ୍ରାସ ପାଇଥିଲା । କାରବାର ଶେଷ ହେବା ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୩୮ ଅଙ୍କ ହ୍ରାସ ପାଇ ୫୭,୧୦୭ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୯ ଅଙ୍କ ହ୍ରାସପାଇ ୧୭,୦୦୭ପଏଣ୍ଟରେ ବନ୍ଦହୋଇଛି ।

ସେନସେକ୍ସର ଟପ୍‌ ୩୦ଟି ସେୟାର ମଧ୍ୟରୁ ୧୮ଟିରେ ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ୧୨ଟି ସେୟାର ରେଡ୍‌ ମାର୍କରେ ବନ୍ଦ ହୋଇଛି । ସେହିଭଳି ନିଫ୍ଟିର ୫୦ ସେୟାର ମଧ୍ୟରୁ ୨୮ଟି ସେୟାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ୨୨ଟି ହ୍ରାସ ପାଇଛି । ଆଜି ଏଫଏମ୍‌ସିଜି, ଆଇଟି, ମିଡିଆ, ଫାର୍ମା, ହେଲଥ୍‌ କେୟାର ଏବଂ ଅଏଲ ଆଣ୍ଡ ଗ୍ୟାସ୍‌ ସେକ୍ଟର ବୃଦ୍ଧି ସହ ବନ୍ଦ ହୋଇଛି । ଅଏଲ୍‌ ଆଣ୍ଡ ଗ୍ୟାସ୍‌ ସେକ୍ଟର ୧.୧୩ ପ୍ରତିଶତ ବୃଦ୍ଧି ସହିତ ବନ୍ଦ ହୋଇଛି । ସେହିଭଳି ହେଲଥ୍‌ କେୟାର ଇଣ୍ଡେକ୍ସ ୦.୮୫ ପ୍ରତିଶତ ମଜବୁତ ସହ ବନ୍ଦ ହୋଇଛି ।

ମଙ୍ଗଳବାର ବୃଦ୍ଧିପାଇଥିବା ସେୟାରଗୁଡିକ ମଧ୍ୟରେ ରହିଛନ୍ତି ପାଓ୍ବାରଗ୍ରୀଡ୍, ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ, ଡଃ ରେଡ୍ଡୀଜ୍‌ ଲ୍ୟାବ୍ସ, ଏଚସିଏଲ୍‌ ଟେକ୍, ନେସଲେ, ଇନଫୋସିସ୍, ଓ୍ବିପ୍ରୋ, ଟିସିଏସ୍, ରିଲାଏନ୍ସ, ଭାରତୀ ଏୟାରଟେଲ, ITC, ଅଲଟ୍ରାଟେକ୍, ବଜାଜ ଫାଇନାନ୍ସ, ବଜାଜ ଫିନସର୍ଭ ଭଳି । ସେହିଭଳି ସନ ଫାର୍ମା, ଆକ୍ସିସ୍‌ ବ୍ୟାଙ୍କ, HDFC ବ୍ୟାଙ୍କ, ମାରୁତି ସୁଜୁକି, ICICI ବ୍ୟାଙ୍କ, ଟେକ୍‌ ମହିନ୍ଦ୍ରା, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, SBI ଓ ଟାଟା ଷ୍ଟିଲ ଭଳି କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର