PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ସେୟାର ବଜାରରେ ମିଶ୍ରିତ କାରବାର, ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ସାମାନ୍ୟ ବୃଦ୍ଧି

ନୂଆଦିଲ୍ଲୀ ୨୩/ ୦୫: ଭାରତୀୟ ସେୟାର ବଜାରରେ ମଙ୍ଗଳବାର ମିଶ୍ରିତ କାରବାର ଦେଖିବାକୁ ମିଳିଛି । ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ସାମାନ୍ୟ ବୃଦ୍ଧି ପାଇ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ସୂଚକାଙ୍କ ୧୮.୧୧ ପଏଣ୍ଟ ବୃଦ୍ଧି ପାଇ ୬୧,୯୮୨ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ସୂଚକାଙ୍କ ୩୧ ପଏଣ୍ଟ ବୃଦ୍ଧି ପାଇ ୧୮,୩୪୮ରେ ବନ୍ଦ ହୋଇଛି । ସେହିଭଳି ବ୍ୟାଙ୍କ ନିଫ୍ଟି ୬୯ ଅଙ୍କ ବଢି ୪୩,୯୫୪ ପଏଣ୍ଟରେ କାରବାର ଶେଷ କରିଛି ।

ଟ୍ରେଡିଂ ବେଳେ ଆଦାନୀ ସମୂହର ସେୟାର ଆଦାନୀ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ସର୍ବାଧିକ ୩୦୭.୬୦ ଟଙ୍କା (୧୩.୨୨%) ବୃଦ୍ଧି ପାଇ ୨୬୩୩.୭୦ ଟଙ୍କାରେ ପହଞ୍ଚିଛି । ଟେକ୍‌ ମହିନ୍ଦ୍ରା ସେୟାର ମୂଲ୍ୟ ସର୍ବାଧିକ ୧୩.୯୫ ଟଙ୍କା (୧.୨୬%) ହ୍ରାସ ପାଇ ୧୦୯୦.୫୦ ଟଙ୍କାରେ ବନ୍ଦ ହୋଇଛି ।

କାରବାର ଶେଷ ସୁଦ୍ଧା ବୃଦ୍ଧି ପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ଆଦାନୀ ଏଣ୍ଟରପ୍ରାଇଜର୍ସ, ଗ୍ଲାଣ୍ଡ ଫାର୍ମା, ଆଦାନର ଗ୍ରୀନ୍‌ ଏନର୍ଜି, ଆଦାନୀ ଟ୍ରାନ୍ସମିସନ, ବନ୍ଧନ ବ୍ୟାଙ୍କ, ଡିଭିସ୍‌ ଲାବ୍, ବଜାଜ ହୋଲଡିଂସ୍, ପିରାମଲ ଏଣ୍ଟରପ୍ରାଇଜର୍ସ, ବଜାଜ ଫିନସର୍ଭ, ଇନଫୋ ଏଜ୍, ଇଣ୍ଡସ୍‌ ଟାଓ୍ବାର, ଶ୍ରୀ ସିମେଣ୍ଟ, ଏସିଆନ୍‌ ପେଣ୍ଟସ, ଟାଟା ମୋଟର୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଗେଲ୍‌ ଇଣ୍ଡିଆ ସମେତ ଆଉ କିଛି କମ୍ପାନୀ । ସେହିଭଳି ଡିଏଲ୍‌ଏଫ୍, ଆପୋଲୋ ହସ୍ପିଟାଲ, ଟେକ୍‌ ମହିନ୍ଦ୍ରା, HCL ଟେକ୍ନୋଲୋଜୀ, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ହାଭେଲ୍ସ ଇଣ୍ଡିଆ, ଟାଇଟନ୍, ଅଲଟ୍ରାଟେକ୍‌ ସିମେଣ୍ଟ, HDFC ଲାଇଫ୍, ମାରିକୋ, ବଜାଜ୍‌ ଅଟୋ, ଜୋମାଟୋ, ନେସଲେ ଇଣ୍ଡିଆ, ହିନ୍ଦୁସ୍ଥାନ ୟୁନିଲିଭର, ଭାରତୀ ଏୟାରଟେଲ ସମେତ ଆଉ କିଛି ସେୟାର ମୂଲ୍ୟ ହ୍ରାସ ପାଇଛି ।