ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

୬ ବର୍ଷ ପରେ ଚୀନ୍ ସହ ଆଲୋଚନା, ଏସ୍‌ସିଓରୁ ରାଜନାଥ ଦେଲେ ଗୁଡ୍ ନ୍ୟୁଜ୍

Published By : Ankita S | June 27, 2025 11:16 AM

ନୂଆଦିଲ୍ଲୀ,୨୭/୦୬: ଭାରତର ଆକ୍ସନରେ ବଢିବ ଡ୍ରାଗନ୍‌ର ଟେନ୍‌ସେନ୍‌ । ଏସ୍‌ସିଓ ବୈଠକରେ ଭାରତ-ଚୀନ୍ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ନୂଆ ବିବାଦ ସୃଷ୍ଟି ନକରିବାରୁ ଚୀନ୍ ପ୍ରତିରକ୍ଷାମନ୍ତ୍ରୀଙ୍କୁ ସିଧା ସିଧା ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେପଟେ ସକରାତ୍ମକ ମନୋଭାବ ରଖି ୬ ବର୍ଷ ପରେ କୈଳାସ ମାନସରୋବର ଯାତ୍ରା ଖୋଲିଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଚୀନ୍ ଓ ତାଇୱାନ୍‌ରୁ ଆସୁଥିବା କିଛି ସାମଗ୍ରୀ ଉପରେ ଶୁଳ୍କ ଲଗାଇଛି ଭାରତ । 

ଚୀନ୍ ପ୍ରତିରକ୍ଷାମନ୍ତ୍ରୀ ଏଡମିରଲ ଡାନ୍ ଜୁନଙ୍କୁ ସାକ୍ଷତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ସହିତ ସୀମା ଉତ୍ତେଜନା ପରିଚାଳନା ଓ ଉତ୍ତମ ସମ୍ପର୍କ ପାଇଁ ଭାରତ ସରକାର ଚୀନ୍‌କୁ ୪ ସୂତ୍ରୀ ଫର୍ମୁଲାର ପରାମର୍ଶ ଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସାକ୍ଷତକାରରେ ଏକ ବଡ଼ ନିଷ୍ପତ୍ତି ଉପରେ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି । ରାଜନାଥ ସିଂହ ସୋସିଆଲ ମିଡିଆରେ କହିଛନ୍ତି କି, ପ୍ରାୟ ୬ ବର୍ଷ ପରେ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି । ଏହାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ସକାରାତ୍ମକ ଆଲୋଚନା ହୋଇଛି ।

ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ ରାଜନାଥ ସିଂହ କହିଛନ୍ତି, ''କିଙ୍ଗ୍‌ଦାଓରେ ଏସ୍‌ସିଓ ରକ୍ଷା ମନ୍ତ୍ରୀଙ୍କ ବୈଠକ ଜରିଆରେ ଚୀନ୍ ରକ୍ଷାମନ୍ତ୍ରୀ ଏଡମିରଲ ଡାନଙ୍କ ସହ ଆଲୋଚନା ହୋଇଛି । ଆମେ  ଦ୍ୱିପାକ୍ଷିକ ସମ୍ପର୍କରେ ସମ୍ବନ୍ଧିତ ବିଷୟରେ ଦୂରଦର୍ଶୀ ବିଚାରର ଆଦାନ ପ୍ରଦାନ ହୋଇଛି । ପ୍ରାୟ ୬ ବର୍ଷ ପରେ କୈଳାଶ ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି ।''

କହି ରଖୁଛି କି, ଚୀନ୍‌ର କିଙ୍ଗ୍‌ଦାଓରେ ଗୁରୁବାର ସାଙ୍ଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ)ର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ । ଏସ୍‌ସିଓରେ ମିଳିତ ଦସ୍ତାବିଜ (ବିବୃତି)ରେ ସ୍ୱାକ୍ଷର କରିବାକୁ ମନା କରିଥିଲେ ରାଜନାଥ । ଏସ୍‌ସିଓର ମିଳିତ ବିବୃତିରେ ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସାମିଲ କରାଯାଇ ନାହିଁ । କିନ୍ତୁ ପାକିସ୍ତାନର ବେଲୁଚିସ୍ତାନରେ ହୋଇଥିବା ଆତଙ୍କବାଦୀ ହମ୍‌ଲା ଘଟଣା ବାବଦରେ ଏଥିରେ ଉଲ୍ଲେଖ ରହିଛି । ଏହାକୁ ନେଇ ରାଜନାଥ ସିଂହ ଆପତ୍ତି ଉଠାଇଥିଲେ । 

ସେପଟେ ଭାରତ ସରକାର ଚୀନ୍ ଓ ତାଇବାନ୍‌ରୁ ଆମଦାନୀ ହେଉଥିବା ପ୍ଲାଷ୍ଟିକ ମେସିନ୍‌ ଉପରେ ୫ବର୍ଷ ଯାଏ ଆଣ୍ଟି ଡପିଙ୍ଗ ଟାରିଫ୍‌ ଲଗାଇଛି । କେନ୍ଦ୍ରୀୟ ପରୋକ୍ଷ ଟିକସ୍ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଚୀନ୍ ଏବଂ ତାଇୱାନ୍‌ରୁ ଆସୁଥିଲା ପ୍ଲାଷ୍ଟିକ ମେସିନ୍‌ରେ ୫ ବର୍ଷ ଯାଏ ଶୁଳ୍କ ଲାଗୁଥିବା ଏସବିଆଇସି ପକ୍ଷରୁ ନୋଟିସ୍‌ ଜାରି ହୋଇଛି । ଏହା ପୂର୍ବରୁ ୨୦୨୩ରେ ଚୀନ୍‌ରୁ ଆସୁଥିବା ପିଗମେଣ୍ଟ ଉପରେ ଚାର୍ଜ ଲଗାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.