ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ସେପ୍ଟେମ୍ବର ୭ର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଏହି ୪ ରାଶିଙ୍କ ଭାଗ୍ୟରେ ହେବ ବଡ ପରିବର୍ତ୍ତନ

Published By : Harapriya Sethi | August 25, 2025 6:50 AM

୨୦୨୫ର ୨ୟ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟି କୋଣରୁ ଏହି ଚନ୍ଦ୍ରଗ୍ରହଣ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ କୁମ୍ଭ ରାଶିରେ ପୂର୍ବାଭାଦ୍ରପଦ ନକ୍ଷତ୍ରରେ ହେବାକୁ ଯାଉଛି । ଏହାରେ ଚନ୍ଦ୍ରମା ଓ ରାହୁଙ୍କ ସଂଯୋଗ ହେବାକୁ ଯାଉଛି । ଗ୍ରହଙ୍କ ଏହି ସଂଯୋଗ ଫଳରେ କିଛି ରାଶିରେ ଜୀବନରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିଙ୍କୁ ବଡ ସଫଳତା ମିଳିବା ସହ ହଠାତ୍‌ ଧନ ପ୍ରାପ୍ତି ହେବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ..

ମେଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ନୂଆ ନୂଆ ସୁଯୋଗ ମିଳିବ । ଅଟକି ଥିବା କାମ ଅଗାକୁ ବଢିବ । ପରିବାରରେ ଶାନ୍ତି ଓ ହସଖୁସିର ବାତାବରଣ ରହିବ ।

ମିଥୁନ- ଭାଗ୍ୟର ସାଥ୍‌ ମିଳିବ । ପୁରୁଣା ଅଟକି ଥିବା ଧନ ମିଳିବ । ଟଙ୍କା ନିବେଶ କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା- କର୍ମକ୍ଷେତ୍ରରେ ପରିଶ୍ରମ ଫଳ ମିଳିବ । ଚାକିରିରେ ଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ । ଜୀବନରେ ଖୁସିର ଆଗମନ ହେବ ।

ଧନୁ- ଏହି ରାଶିଙ୍କୁ ମଧ୍ୟ ଶୁଭଫଳ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.